Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ନୂଆକରି ଗଢି ଉଠିଥିବା ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ: ଅନେକ ଚୋରୀ ସାମଗ୍ରୀ ଜବତ
ଅପରାଧ

ନୂଆକରି ଗଢି ଉଠିଥିବା ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ: ଅନେକ ଚୋରୀ ସାମଗ୍ରୀ ଜବତ

October 29, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

କୁଜଙ୍ଗ: କୁଜଙ୍ଗ ଥାନା ଅଂଚଳରେ ନୂଆକରି ଗଢି ଉଠିଥିବା ଏକ ଚୋର ଗ୍ୟାଙ୍ଗର ଦୁଇ ସଦସ୍ୟଙ୍କୁ କୁଜଙ୍ଗ ପୋଲିସ ଗିରଫ କରି ଆଜି ଜେଲ ପଠାଇ ଥିବର ଜଣା ପଡିଛି। ଚୋରି ହୋଇଥିବା ସମଗ୍ର ସାମଗ୍ରିକୁ ପୋଲିସ ଜବତ କରିଛି। ମାଳହୁଙ୍କା ଗ୍ରାମର ଗନ୍ଧର୍ବ ମାଝିଙ୍କ ପୁଅ ସୂର୍ଯ୍ୟକାନ୍ତ ମାଝିଙ୍କ ଅଭିଯୋଗ ଅନୁଯାଇ ସୂର୍ଯ୍ୟକାନ୍ତ ପିପିଏଲରେ କାର୍ଯ୍ୟ କରନ୍ତି। ଏବଂ ପରିବାର ସହ ସେ ସେଠାରେ ରହୁନ୍ତି। କିଛି ସମୟ ପାଇଲେ ସେ ଘରକୁ ବୁଲିବାକୁ ଆସନ୍ତି।

ମାତ୍ର ୨୦ ତାରିଖ ଦିନ ପରିବାର ସହ ଗାଁକୁ ଆସିଥିବା ବେଳେ ଦେଖିବାକୁ ପାଇଲେ ଘର ଗ୍ରିଲ ଏବଂ କବାଟ ତାଡି ଘର ଭିତରୁ ଲୁମିନସ ଇନ୍‌ଭର୍ଟର, ମେସିନ, ଷ୍ଟାଣ୍ଡଫ୍ୟାନ, ଗ୍ରାଇଣ୍ଡର ସମେତ ଅନ୍ୟାନ୍ୟ ବୈଦ୍ୟୁତିକ ଉପକରଣ, ନଗଦ ୪୦ହଜାର ଟଙ୍କା ଚୋରକରି ନେଇଥିଲେ। ଫଳରେ ସୂର୍ଯ୍ୟକାନ୍ତ ତାଙ୍କ ଘର ନିକଟରେ ଥିବା ଜନୈକ ଯୁବକକୁ ପଚାରିବାରୁ ସେ ପ୍ରତିସୃତି ଦେଇଥିଲା ଚୋରି କିଏ କରିଛି ମୁଁ ଜାଣିଛି, ତମେ ପୋଲିସକୁ ଜଣାଓ ନାହିଁ , ସମସ୍ତ ସାମଗ୍ରି ତୁମକୁ ମିଳିଯିବ ବୋଲି କହିଥିଲା। ମାତ୍ର ୬ଦିନ ବିତିଯାଇଥିଲେ ମଧ୍ୟ ଜନୈକ ଯୁବକ ସୂର୍ଯ୍ୟକାନ୍ତକୁ ଧରା ଛୁଆଁ ଦେଇନଥିଲ। ପରେ ସୂର୍ଯ୍ୟକାନ୍ତ ଗଣ୍ଡକିପୁର ଗ୍ରାମର ପ୍ରେମାନନ୍ଦ ସ୍ୱାଇଁ ଓରଫ ସୁମନ, ଅବନିକାନ୍ତ ବେହେରା ଓରଫ ହାପି ଓ ଅନ୍ୟମାନେ ଚୋରି ହୋଇଥିବା ଦିନ ରାତିରେ ଘରପାଖରେ ବୁଲୁଥିବା ସନ୍ଦେହ କରି ତାଙ୍କ ନାମରେ କୁଜଙ୍ଗ ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗକୁ ଭିତିକରି ୪୭୦/୨୩ରେ ମାମଲା ରୁଜୁକରି ଗଣ୍ଡକିପୁର ଗ୍ରାମର ଅବନିକାନ୍ତ ବେହେରା ଓରଫ ହାପି, ପ୍ରେମାନନ୍ଦ ସ୍ୱାଇଁ ଓରଫ ସୁମନକୁ ୨୭ତାରିଖ ରାତିରେ ଜଳଧରପୁର ଗ୍ରାମର ଜନୈକ ବ୍ୟକ୍ତିଙ୍କ ଘରେ ଲୁଚିଥିବା ବେଳେ ଉଠାଇ ଆଣିଥିଲେ। ପଚରା ଉଚରା କରିବାରେ ପୋଲିସ ଜାଣିବାକୁ ପାଇଥିଲା କେତେଜଣ ଯୁବକ ଘର ଇଲେକ୍ଟ୍ରି ୱାରିଙ୍ଗ କାମ କରନ୍ତି। ଏମାନେ ଯାହାର କାମ କରନ୍ତି ଅନ୍ୟ ମେକାନିକମାନଙ୍କ ଠାରୁ କମ ଦରରେ କରନ୍ତି। ଯାହା ଫଳରେକି ଏମାନଙ୍କୁ ୱାରିଙ୍ଗ କରିବାକୁ ବହୁ ଲୋକ ଡାକନ୍ତି। ଆଶ୍ଚର୍ଯ୍ୟର ବିଷୟ ଦିନରେ ଯେଉଁ ବ୍ୟକ୍ତିଙ୍ଗ ଘରେ ୱାରିଙ୍ଗ କରନ୍ତି ରାତିରେ ସେହି ବ୍ୟକ୍ତିଙ୍କ ଘରୁ ସମସ୍ତ ସରଂଜାମ ଚୋରି କରନ୍ତି। ନିକଟରେ ଏମାନେ ଏକ ଚୋର ଗ୍ୟାଙ୍ଗ ଗଢିଥିବାର ପୋଲିସ ଜେରା ସମୟରେ ଜଣା ପଡିଥିଲା। ୨୭ ତାରିଖ ରାତିରେ ଫତେପୁର ଗ୍ରାମର ଜଣକ ଘରୁ ଚୋରିକରିବା ପାଇଁ ଜୋଜନା କରିଥିଲେ। ମାତ୍ର ଏହି ଦୁଇଜଣ ପୋଲିସ ହାବୁଡେ ପଡିଯିବାରୁ ଚୋରି ଉଦ୍ୟମ ପଣ୍ଡ ହୋଇଥିଲା। ଖୁବ୍ ଶୀଘ୍ର ଗ୍ୟାଙ୍ଗର ଅନ୍ୟ ସଦସ୍ୟ ମାନଙ୍କୁ ଗିରଫ କରାଯିବ ବୋଲି କୁଜଙ୍ଗ ଥାନା ଅଧିକାରୀ ରଶ୍ମିରଂଜନ ଦାଶ କହିଛନ୍ତି।

କୁଜଙ୍ଗ ପୋଲିସ ଚୋରୀ ସାମଗ୍ରୀ ଜବତ
Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026

ଖଣି ବିଲ୍‌କୁ ନେଇ ତେଜିଲା ରାଜନୀତି, ବିଜେପିକୁ ଅରୁଣଙ୍କ ବିତର୍କ ଆହ୍ୱାନ

August 21, 2026
Latest News

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026

ଖଣି ବିଲ୍‌କୁ ନେଇ ତେଜିଲା ରାଜନୀତି, ବିଜେପିକୁ ଅରୁଣଙ୍କ ବିତର୍କ ଆହ୍ୱାନ

August 21, 2026

ରାକ୍ଷୀରେ ମିଳିବ ସୁଭଦ୍ରା ଟଙ୍କା, ବକେୟା କିସ୍ତି ନେଇ ଆସିଲା ବଡ଼ ଅପଡେଟ୍‌

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.