Categories
ଆଞ୍ଚଳିକ

ବିଭିନ୍ନ ମାମଲାରେ ୨ ଅଭିଯୁକ୍ତଙ୍କୁ ଗିରଫ କଲା କୁଜଙ୍ଗ ପୋଲିସ

କୁଜଙ୍ଗ: କୁଜଙ୍ଗ ଥାନା ପୋଲିସ୍ ପକ୍ଷରୁ ଗତକାଲି ବିଳମ୍ବିତ ରାତିରେ ବାଲିତୁଠ ପଂଚାୟତ ବାଲିସାହି ଗ୍ରାମରେ ଅଚାନକ ଭାବେ ଚଢ଼ାଉ କରି ୯ ଲିଟର ବିଦେଶୀ ଚୋରା ମଦ ଜବତ କରିବା ସହିତ ଚୋରା ବେପାରୀଙ୍କୁ ଗିରଫ କରିଛି। ବେପାରି ଜଣଙ୍କ ହେଲେ ଉକ୍ତ ଗ୍ରାମର ସୁଶାନ୍ତ ପଲାଇ ଓରଫ୍ ସୁଶିଆ। ସୁଶାନ୍ତଙ୍କ ନାମରେ ପୂର୍ବରୁ ଚୋରା ମଦ କାରବାର ସଂପୃକ୍ତି ନେଇ ୪ ଗୋଟି ମାମଲା କୁଜଙ୍ଗ ଥାନାରେ ଥିବାବେଳେ ସେ ଅନେକ ବାର ଜେଲ୍ ଯାଇଥିବା ଥାନା ଅଧିକାରୀ ରଶ୍ମୀରଞ୍ଜନ ଦାସ ସୂଚନା ପ୍ରଦାନ କରିବା ସହିତ ଆଗାମୀ ଦିନରେ ଚୋରାମଦ ବେପାର କରୁଥିବା ସପୃକ୍ତ ବେପାରୀଙ୍କୁ ଯେଉଁ ସରକାରୀ ପଞ୍ଜିକୃତ ମଦ ଚାଲାଣ କରନ୍ତି ତେବେ ତାଙ୍କ ନାମରେ ମାମଲା ରୁଜ୍ଜୁ କରାଯିବ ବୋଲି କହିଛନ୍ତି।

ପ୍ରକାଶ ଯେ, ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଏବେ ନିଶାବେପାରୀ ଓ ଅପରାଧ ଘଟାଉଥିବା ବ୍ୟକ୍ତିବିଶେଷ ଉପରେ କଡା଼ ନଜର ରଖିବାକୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ପି.ଆର ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଏହି କ୍ରମରେ ନିଶା ବେପାରରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କ ନାମରେ ୩ ରୁ ଉର୍ଦ୍ଧ୍ୱ ମାମଲା ଥିଲେ ତାକୁ ପୋଲିସ୍ କ୍ରମାଗତ ଭାବେ ଗରିଫ କରିବ। ଏବେ କୁଜଙ୍ଗ ପୋଲିସ କୁଜଙ୍ଗ ଅଂଚଲରେ ୨୩ ଜନ ଚୋରାମଦ କାରବାରରେ ସଂପୃକ୍ତ ଥିବ ଏକ ତାଲିକ ପ୍ରସ୍ତୁତ୍ କରି ତାଙ୍କୁ ଗିରଫ କରିବା ଆରମ୍ଭ କରିଦେଇଛି।

ଏହି ପରିପ୍ରେକ୍ଷୀରେ ଗତକାଲି ବାଲିତୁଠ ପଂଚାୟତ ବାଲିସାହି ଗ୍ରାମରେ ସୁଶାନ୍ତ ଚୋରାମଦ କାରବାର କରୁଥିବା ପୋଲିସ୍‌କୁ ସୂଚନା ମିଳିଥିଲା। ପୋଲିସ୍ ତୁରନ୍ତ ଛଦ୍ମବେଶରେ ଘଟଣାସ୍ଥଳରେ ପହଁଚି ମଦ ବିକ୍ରୟ କରୁଥିବା ବେଳେ ସୁଶାନ୍ତକୁ ମାଡ଼ିବସିଥିଲେ । ତାଠାରୁୟ ୯ ଲିଟରରୁ ଉର୍ଦ୍ଧ୍ୱ ବିଦେଶୀ ମଦ ଜବତ କରାଯାଇଥିଲା। ଏନେଇ କୁଜଙ୍ଗ ପୋଲିସ୍ ଥାନା ଅଧିକାରୀ ଶ୍ରୀ ଦାଶ ସୁଶାନ୍ତଙ୍କ ନାମରେ ୫୩୦/୨୩ ରେ ମାମଲା ରୁଜ୍ଜୁ କରି ତାକୁ କୋର୍ଟ ଚାଲାଣ କରିଥିଲେ। ମାତ୍ର ସେଠାରେ ତାର ଜାମିନ୍ ନାମାଞ୍ଜୁର ହେବାରୁ ତାକୁ ସମାଗୋଳସ୍ଥିତ ବିଚାରବିଭାଗୀୟ ହାଜତକୁ ପଠାଇଦିଆଯାଇଛିି।

ସୂଚନାଯୋଗ୍ୟ ଜିଲ୍ଲା ପୋଲିସ୍ କାର୍ଯ୍ୟାଳୟରେ କ୍ରାଇମ୍ ମିଟିଂରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ରାହୁଲ ପି.ଆରଙ୍କ ନିର୍ଦ୍ଦେଶ କ୍ରମେ ପ୍ରତ୍ୟେକ ଥାନାରେ କିଛି ବଛା ବଛା ପୋଲିସ କର୍ମଚାରୀମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି ଏହି ଟିମ୍‌ର ମୁଖ୍ୟ ପରିଚାଳକ ଅଛନ୍ତି ଖୋଦ୍ ଥାନାର ଥାନା ଅଧିକାରୀ। ଉକ୍ତ ଟିମ୍ ବିଭିନ୍ନ ଅଂଚଳରେ ଚୋରା ମଦ, ଧଳା ଜହର, ଗଞ୍ଜେଇ କାରବାର କରୁଥିବା ବ୍ୟକ୍ତି, ବିଭିନ୍ନ ଅପରାଧିକ କାର୍ଯ୍ୟ କଳାପରେ ସଂପୃକ୍ତି ଓ ସେମାନଙ୍କ ନାମରେ ୩ ରୁ ଉର୍ଦ୍ଧ୍ୱ ମାମଲା ଥିଲେ ସେମାନଙ୍କ ଉପରେ କଡ଼ା ନଜର ରଖିବ ଏହି ଟିମ୍।

ସେହିପରି କଟକ-ପାରାଦ୍ୱୀପ ରାଜ୍ୟ ରାଜପଥରେ ମଦ୍ୟପାନ କରି ବେପରୁଆଭାବେ ଗାଡ଼ି ଚାଳନ କରୁଥିବା କେନ୍ଦ୍ରାପଡ଼ା ଜିଲ୍ଲା କଳାଘର ଗ୍ରାମର ନରେଶ ରାଉତକୁ ଗିରଫ କରିଛି । ତତ୍‌ସହିତ ଗାଡ଼ି ନମ୍ବର ଓଡି-୨୧-୨୧୨୬ ମଟର ସାଇକେଲଟିକୁ ଯବତ କରିଥିବା ଥାନା ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନୂଆକରି ଗଢି ଉଠିଥିବା ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ: ଅନେକ ଚୋରୀ ସାମଗ୍ରୀ ଜବତ

କୁଜଙ୍ଗ: କୁଜଙ୍ଗ ଥାନା ଅଂଚଳରେ ନୂଆକରି ଗଢି ଉଠିଥିବା ଏକ ଚୋର ଗ୍ୟାଙ୍ଗର ଦୁଇ ସଦସ୍ୟଙ୍କୁ କୁଜଙ୍ଗ ପୋଲିସ ଗିରଫ କରି ଆଜି ଜେଲ ପଠାଇ ଥିବର ଜଣା ପଡିଛି। ଚୋରି ହୋଇଥିବା ସମଗ୍ର ସାମଗ୍ରିକୁ ପୋଲିସ ଜବତ କରିଛି। ମାଳହୁଙ୍କା ଗ୍ରାମର ଗନ୍ଧର୍ବ ମାଝିଙ୍କ ପୁଅ ସୂର୍ଯ୍ୟକାନ୍ତ ମାଝିଙ୍କ ଅଭିଯୋଗ ଅନୁଯାଇ ସୂର୍ଯ୍ୟକାନ୍ତ ପିପିଏଲରେ କାର୍ଯ୍ୟ କରନ୍ତି। ଏବଂ ପରିବାର ସହ ସେ ସେଠାରେ ରହୁନ୍ତି। କିଛି ସମୟ ପାଇଲେ ସେ ଘରକୁ ବୁଲିବାକୁ ଆସନ୍ତି।

ମାତ୍ର ୨୦ ତାରିଖ ଦିନ ପରିବାର ସହ ଗାଁକୁ ଆସିଥିବା ବେଳେ ଦେଖିବାକୁ ପାଇଲେ ଘର ଗ୍ରିଲ ଏବଂ କବାଟ ତାଡି ଘର ଭିତରୁ ଲୁମିନସ ଇନ୍‌ଭର୍ଟର, ମେସିନ, ଷ୍ଟାଣ୍ଡଫ୍ୟାନ, ଗ୍ରାଇଣ୍ଡର ସମେତ ଅନ୍ୟାନ୍ୟ ବୈଦ୍ୟୁତିକ ଉପକରଣ, ନଗଦ ୪୦ହଜାର ଟଙ୍କା ଚୋରକରି ନେଇଥିଲେ। ଫଳରେ ସୂର୍ଯ୍ୟକାନ୍ତ ତାଙ୍କ ଘର ନିକଟରେ ଥିବା ଜନୈକ ଯୁବକକୁ ପଚାରିବାରୁ ସେ ପ୍ରତିସୃତି ଦେଇଥିଲା ଚୋରି କିଏ କରିଛି ମୁଁ ଜାଣିଛି, ତମେ ପୋଲିସକୁ ଜଣାଓ ନାହିଁ , ସମସ୍ତ ସାମଗ୍ରି ତୁମକୁ ମିଳିଯିବ ବୋଲି କହିଥିଲା। ମାତ୍ର ୬ଦିନ ବିତିଯାଇଥିଲେ ମଧ୍ୟ ଜନୈକ ଯୁବକ ସୂର୍ଯ୍ୟକାନ୍ତକୁ ଧରା ଛୁଆଁ ଦେଇନଥିଲ। ପରେ ସୂର୍ଯ୍ୟକାନ୍ତ ଗଣ୍ଡକିପୁର ଗ୍ରାମର ପ୍ରେମାନନ୍ଦ ସ୍ୱାଇଁ ଓରଫ ସୁମନ, ଅବନିକାନ୍ତ ବେହେରା ଓରଫ ହାପି ଓ ଅନ୍ୟମାନେ ଚୋରି ହୋଇଥିବା ଦିନ ରାତିରେ ଘରପାଖରେ ବୁଲୁଥିବା ସନ୍ଦେହ କରି ତାଙ୍କ ନାମରେ କୁଜଙ୍ଗ ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗକୁ ଭିତିକରି ୪୭୦/୨୩ରେ ମାମଲା ରୁଜୁକରି ଗଣ୍ଡକିପୁର ଗ୍ରାମର ଅବନିକାନ୍ତ ବେହେରା ଓରଫ ହାପି, ପ୍ରେମାନନ୍ଦ ସ୍ୱାଇଁ ଓରଫ ସୁମନକୁ ୨୭ତାରିଖ ରାତିରେ ଜଳଧରପୁର ଗ୍ରାମର ଜନୈକ ବ୍ୟକ୍ତିଙ୍କ ଘରେ ଲୁଚିଥିବା ବେଳେ ଉଠାଇ ଆଣିଥିଲେ। ପଚରା ଉଚରା କରିବାରେ ପୋଲିସ ଜାଣିବାକୁ ପାଇଥିଲା କେତେଜଣ ଯୁବକ ଘର ଇଲେକ୍ଟ୍ରି ୱାରିଙ୍ଗ କାମ କରନ୍ତି। ଏମାନେ ଯାହାର କାମ କରନ୍ତି ଅନ୍ୟ ମେକାନିକମାନଙ୍କ ଠାରୁ କମ ଦରରେ କରନ୍ତି। ଯାହା ଫଳରେକି ଏମାନଙ୍କୁ ୱାରିଙ୍ଗ କରିବାକୁ ବହୁ ଲୋକ ଡାକନ୍ତି। ଆଶ୍ଚର୍ଯ୍ୟର ବିଷୟ ଦିନରେ ଯେଉଁ ବ୍ୟକ୍ତିଙ୍ଗ ଘରେ ୱାରିଙ୍ଗ କରନ୍ତି ରାତିରେ ସେହି ବ୍ୟକ୍ତିଙ୍କ ଘରୁ ସମସ୍ତ ସରଂଜାମ ଚୋରି କରନ୍ତି। ନିକଟରେ ଏମାନେ ଏକ ଚୋର ଗ୍ୟାଙ୍ଗ ଗଢିଥିବାର ପୋଲିସ ଜେରା ସମୟରେ ଜଣା ପଡିଥିଲା। ୨୭ ତାରିଖ ରାତିରେ ଫତେପୁର ଗ୍ରାମର ଜଣକ ଘରୁ ଚୋରିକରିବା ପାଇଁ ଜୋଜନା କରିଥିଲେ। ମାତ୍ର ଏହି ଦୁଇଜଣ ପୋଲିସ ହାବୁଡେ ପଡିଯିବାରୁ ଚୋରି ଉଦ୍ୟମ ପଣ୍ଡ ହୋଇଥିଲା। ଖୁବ୍ ଶୀଘ୍ର ଗ୍ୟାଙ୍ଗର ଅନ୍ୟ ସଦସ୍ୟ ମାନଙ୍କୁ ଗିରଫ କରାଯିବ ବୋଲି କୁଜଙ୍ଗ ଥାନା ଅଧିକାରୀ ରଶ୍ମିରଂଜନ ଦାଶ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସାଇ ମନ୍ଦିର ଚୋରି ଘଟଣାର ପର୍ଦ୍ଦାଫାଶ କଲା କୁଜଙ୍ଗ ପୋଲିସ: ଚୋରି ସାମଗ୍ରୀ ଜବତ, ଜେଲ ଗଲେ ଅଭିଯୁକ୍ତ

କୁଜଙ୍ଗ: କୁଜଙ୍ଗ ଥାନା ମଙ୍ଗରାଜପୁର ପଂଚାୟତ ଅଧୀନ ସନ୍ତରା (କୃଷ୍ଣଚନ୍ଦ୍ରପୁର) ସ୍ଥିତ ପ୍ରସିଦ୍ଧ ଶିରିଡି ସାଇ ମନ୍ଦିରରୁ ଲକ୍ଷାଧିକ ଟଙ୍କା ମୂଲ୍ୟର ଅଳଙ୍କାର ଓ ନଗଦ ଅର୍ଥ ଚୋରି ଘଟଣାରେ କୁଜଙ୍ଗ ପୋଲିସ୍‌କୁ ଏକ ବଡ଼ ସଫଳତା ମିଳିଛି। ଚୋରି ହୋଇଥିବା ସମସ୍ତ ଅଳଙ୍କାର ସାମଗ୍ରୀ ସହିତ ନଗଦ ଅର୍ଥ ୧୫ ହଜାର ୭ଶହ ୬୧ ଟଙ୍କା ଅଭିଯୁକ୍ତଙ୍କଠାରୁ ଜବତ ହୋଇଥିବା ବେଳେ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଛି। ଅଭିଯୁକ୍ତ ହେଲେ କୁଜଙ୍ଗ ଥାନା ଗୋପିଆକୁଦ କୋଚିଳାବେଦି ଗ୍ରାମର ଦେବେନ୍ଦ୍ର ପଣ୍ଡା ଓ ତିର୍ତୋଲ ଥାନା ରାହାମା ଅଂଚଳର ମୀନକେତନ ପରିଡ଼ା।

କୁଜଙ୍ଗ ପୋଲିସ୍ ଏହି ଦୁଇ ଅଭିଯୁକ୍ତଙ୍କ ଗିରଫ କରିବା ପରେ ଡାକ୍ତରୀ ପରୀକ୍ଷା କରି କୋର୍ଟ ଚାଲାଣ କରିଛି। ସେଠାରେ ସେମାନଙ୍କ ଜାମିନ୍ ନାମଞ୍ଜୁର ହେବାରୁ ତାଙ୍କୁ କୁଜଙ୍ଗସ୍ଥିତ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଥିବା ଜଣାପଡିଛି।

ସୂଚନା ଅନୁଯାୟୀ ବୁଧବାର ବିଳମ୍ବିତି ରାତିରେ ଶିରିଡ଼ିସାଇ ମନ୍ଦିରରୁ ବାବାଙ୍କର ତିନୋଟି ରୂପା ମୁକୁଟ, ଗୋଟିଏ ରୂପା ଥାଳି, ରୂପା ଦ୍ୱୀପ, ରୂପା ଗ୍ଲାସ, ସୁନା ଚିତା ଆନୁମାନିକ ତିନିଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ତାହା ସହିତ ନଗଦ ୧୫ ହଜାର ୭ ଶହ ୬୧ ଟଙ୍କା କୋଚିଳା ବେଦି ଗ୍ରାମର ଦେବେନ୍ଦ୍ର ପଣ୍ଡା ଚୋରି କରିଥିବା ନେଇ କୁଜଙ୍ଗ ଥାନାରେ ମନ୍ଦିରର ପରିଚାଳନା କମିଟି ଲିଖିତ ଅଭିଯୋଗ କରିଥିଲା। କୁଜଙ୍ଗ ପୋଲିସ ଅଭିଯୋଗର ଏକ ଘଂଟା ମଧ୍ୟରେ ଅଭିଯୁକ୍ତର ମୋବାଇଲ୍ ଟ୍ରେସ୍ କରି ଅଭିଯୁକ୍ତକୁ ରାହାମା ଅଂଚଳରୁ ଧରିବାରେ ସଫଳ ହୋଇଥିଲା। ପୋଲିସ୍ ଅଭିଯୁକ୍ତ ଦେବେନ୍ଦ୍ରକୁ ଥାନାକୁ ଆଣି ପଚରାଉଚରା ପରେ ଚୋରି କରିଥିବା ନେଇ ସେ ସ୍ୱୀକାର କରିଥିଲା। ଓ ଚୋରି ହୋଇଥିବା ସାମଗ୍ରୀକୁ ତାର ସହଯୋଗୀ ରାହାମା ଅଂଚଳର ମୀନକେତନର ଚା’ ଦୋକାନର ଏକ ଲକରରେ ରଖିଥିବା କହିଥିଲା। ପରେ ପୋଲିସ୍ ଅଭିଯୁକ୍ତ ଦେବେନ୍ଦ୍ରକୁ ସାଂଗରେ ନେଇ ରାହାମା ଅଂଚଳର ମୀନତକେତନ ପରିଡ଼ାଙ୍କ ଚା’ ଦୋକାନର ଲକରରୁ ଚୋରିହୋଇଥିବା ସମସ୍ତ ଅଳଙ୍କାର ସାମଗ୍ରୀ ସମେତ ନଗଦ ଅର୍ଥ ଉଦ୍ଧାର କରିଥିଲା।

ଏହି ଘଟଣାରେ କେସ୍ ନଂ ୩୯୪/୨୩ ଦଫା ୪୫୭, ୩୮୦ ରେ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ଦ୍ୱୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ରଶ୍ମୀରଞ୍ଜନ ଦାଶ କହିଛନ୍ତି। ତେବେ ଦେବେନ୍ଦ୍ର ଓ ମୀନତକେତନଙ୍କ ନାମରେ ପୁରୀ ଜିଲ୍ଲାରେ ବିଭିନ୍ନ ଥାନାରେ କେସ୍ ରହିଛି। ସେମାନେ ପୁରୀ ଅଂଚଳର ବିଭିନ୍ନ ମଠ, ଦେବାଦେବୀ ମନ୍ଦିରରୁ ଟାର୍ଗେଟ୍ କରି ଅଳଙ୍କାର ଲୁଟ୍ କରିଥାନ୍ତି ପରେ ସେହି ଅଳଙ୍କାରକୁ ପୁରୀ ଅଂଚଳରେ ବିଭିନ୍ନ ଦୋକାନରେ ବିକ୍ରି କରି ଅର୍ଥ ଉପାର୍ଜନ କରିଥାନ୍ତି।

Categories
ଆଞ୍ଚଳିକ

କୁଜଙ୍ଗ ପୋଲିସ ପକ୍ଷରୁ ବ୍ୟାଙ୍କ୍ ସମ୍ମୁଖରେ ଚେକିଂ କଡାକଡି

କୁଜଙ୍ଗ: ଜଗତ୍‌ସିଂହପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ପି.ଆର୍‌.ଙ୍କ ନିର୍ଦ୍ଧେଶକ୍ରମେ କୁଜଙ୍ଗ ପୋଲିସ ଆଜି ଦିନ ତମାମ ବିଭିନ୍ନ ବ୍ୟାଙ୍କ ସମ୍ମୁଖରେ ଅସାମାଜିକ ଯୁବକଙ୍କୁ ସାବାଡ଼ କରିବା ସହିତ ଗାଡିରୁ ଜୋରିମାନା ଆଦାୟ କରିଥିଲେ। ପ୍ରକାଶ ଯେ, ଗୁରୁବାର ଦିନ କୁଜଙ୍ଗ ଥାନା ଅଧିକାରୀ ରଶ୍ମିରଞ୍ଜନ ଦାଶଙ୍କ ତତ୍ୱାବଧାନରେ ୩ଟି ଟିମ୍‌ରେ ବିଭକ୍ତ ହୋଇ କୁଜଙ୍ଗ ପୁଲିସ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍‌, ଇଣ୍ଡିଆନ୍‌, କାନାରା ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ, କଟକ କେନ୍ଦ୍ର କୋ ଅପରେଟିଭ୍ ବ୍ୟାଙ୍କ, କଳିଙ୍ଗ ଗ୍ରାମ୍ୟ ବ୍ୟାଙ୍କ୍ ସମ୍ମୁଖରେ ଆଜି ଦିନ ତମାମ ପଇଁତରା ମାରିବା ସହ ସନ୍ଦିଗ୍ଧ ବ୍ୟକ୍ତି ଓ ଗାଡି ଉପରେ କଡା ନଜର ରଖିଥିଲା। ଏପରିକି କେତେକ ଗାଡ଼ିରୁ ବେଆଈନ ପାର୍କିଂ କରିଥିବା ଅଭିଯୋଗରେ କୁଜଙ୍ଗ ପୁଲିସ ଜରିମାନା ଆଦାୟ କରିଥିଲା। ଏପରିକି ବ୍ୟାଙ୍କ୍ ସମ୍ମୁଖରେ ଖଟି କରୁଥିବା କିଛି ଅସାମାଜିକ ଯୁବକ ମାନଙ୍କୁ ପୋଲିସ ଏପରି ନକରିବାକୁ ଦାଗିଦ୍ କରିଥିବା ଦେଖିବାକୁ ମିଳିଛି। ପୋଲିସ୍‌ର ଏଭଳି କାର୍ଯ୍ୟକୁ କୁଜଙ୍ଗ ଅଂଚଳରେ ବେଶ୍ ପ୍ରଶଂସା କରାଯାଇଛି।