କୁଜଙ୍ଗ ପୋଲିସ ପକ୍ଷରୁ ବ୍ୟାଙ୍କ୍ ସମ୍ମୁଖରେ ଚେକିଂ କଡାକଡି

Published: Jul 28, 2023, 11:09 am IST

କୁଜଙ୍ଗ: ଜଗତ୍‌ସିଂହପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ପି.ଆର୍‌.ଙ୍କ ନିର୍ଦ୍ଧେଶକ୍ରମେ କୁଜଙ୍ଗ ପୋଲିସ ଆଜି ଦିନ ତମାମ ବିଭିନ୍ନ ବ୍ୟାଙ୍କ ସମ୍ମୁଖରେ ଅସାମାଜିକ ଯୁବକଙ୍କୁ ସାବାଡ଼ କରିବା ସହିତ ଗାଡିରୁ ଜୋରିମାନା ଆଦାୟ କରିଥିଲେ। ପ୍ରକାଶ ଯେ, ଗୁରୁବାର ଦିନ କୁଜଙ୍ଗ ଥାନା ଅଧିକାରୀ ରଶ୍ମିରଞ୍ଜନ ଦାଶଙ୍କ ତତ୍ୱାବଧାନରେ ୩ଟି ଟିମ୍‌ରେ ବିଭକ୍ତ ହୋଇ କୁଜଙ୍ଗ ପୁଲିସ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍‌, ଇଣ୍ଡିଆନ୍‌, କାନାରା ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ, କଟକ କେନ୍ଦ୍ର କୋ ଅପରେଟିଭ୍ ବ୍ୟାଙ୍କ, କଳିଙ୍ଗ ଗ୍ରାମ୍ୟ ବ୍ୟାଙ୍କ୍ ସମ୍ମୁଖରେ ଆଜି ଦିନ ତମାମ ପଇଁତରା ମାରିବା ସହ ସନ୍ଦିଗ୍ଧ ବ୍ୟକ୍ତି ଓ ଗାଡି ଉପରେ କଡା ନଜର ରଖିଥିଲା। ଏପରିକି କେତେକ ଗାଡ଼ିରୁ ବେଆଈନ ପାର୍କିଂ କରିଥିବା ଅଭିଯୋଗରେ କୁଜଙ୍ଗ ପୁଲିସ ଜରିମାନା ଆଦାୟ କରିଥିଲା। ଏପରିକି ବ୍ୟାଙ୍କ୍ ସମ୍ମୁଖରେ ଖଟି କରୁଥିବା କିଛି ଅସାମାଜିକ ଯୁବକ ମାନଙ୍କୁ ପୋଲିସ ଏପରି ନକରିବାକୁ ଦାଗିଦ୍ କରିଥିବା ଦେଖିବାକୁ ମିଳିଛି। ପୋଲିସ୍‌ର ଏଭଳି କାର୍ଯ୍ୟକୁ କୁଜଙ୍ଗ ଅଂଚଳରେ ବେଶ୍ ପ୍ରଶଂସା କରାଯାଇଛି।

Related posts