Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସାଇ ମନ୍ଦିର ଚୋରି ଘଟଣାର ପର୍ଦ୍ଦାଫାଶ କଲା କୁଜଙ୍ଗ ପୋଲିସ: ଚୋରି ସାମଗ୍ରୀ ଜବତ, ଜେଲ ଗଲେ ଅଭିଯୁକ୍ତ
ଆଜିର ଖବର

ସାଇ ମନ୍ଦିର ଚୋରି ଘଟଣାର ପର୍ଦ୍ଦାଫାଶ କଲା କୁଜଙ୍ଗ ପୋଲିସ: ଚୋରି ସାମଗ୍ରୀ ଜବତ, ଜେଲ ଗଲେ ଅଭିଯୁକ୍ତ

August 26, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

କୁଜଙ୍ଗ: କୁଜଙ୍ଗ ଥାନା ମଙ୍ଗରାଜପୁର ପଂଚାୟତ ଅଧୀନ ସନ୍ତରା (କୃଷ୍ଣଚନ୍ଦ୍ରପୁର) ସ୍ଥିତ ପ୍ରସିଦ୍ଧ ଶିରିଡି ସାଇ ମନ୍ଦିରରୁ ଲକ୍ଷାଧିକ ଟଙ୍କା ମୂଲ୍ୟର ଅଳଙ୍କାର ଓ ନଗଦ ଅର୍ଥ ଚୋରି ଘଟଣାରେ କୁଜଙ୍ଗ ପୋଲିସ୍‌କୁ ଏକ ବଡ଼ ସଫଳତା ମିଳିଛି। ଚୋରି ହୋଇଥିବା ସମସ୍ତ ଅଳଙ୍କାର ସାମଗ୍ରୀ ସହିତ ନଗଦ ଅର୍ଥ ୧୫ ହଜାର ୭ଶହ ୬୧ ଟଙ୍କା ଅଭିଯୁକ୍ତଙ୍କଠାରୁ ଜବତ ହୋଇଥିବା ବେଳେ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଛି। ଅଭିଯୁକ୍ତ ହେଲେ କୁଜଙ୍ଗ ଥାନା ଗୋପିଆକୁଦ କୋଚିଳାବେଦି ଗ୍ରାମର ଦେବେନ୍ଦ୍ର ପଣ୍ଡା ଓ ତିର୍ତୋଲ ଥାନା ରାହାମା ଅଂଚଳର ମୀନକେତନ ପରିଡ଼ା।

କୁଜଙ୍ଗ ପୋଲିସ୍ ଏହି ଦୁଇ ଅଭିଯୁକ୍ତଙ୍କ ଗିରଫ କରିବା ପରେ ଡାକ୍ତରୀ ପରୀକ୍ଷା କରି କୋର୍ଟ ଚାଲାଣ କରିଛି। ସେଠାରେ ସେମାନଙ୍କ ଜାମିନ୍ ନାମଞ୍ଜୁର ହେବାରୁ ତାଙ୍କୁ କୁଜଙ୍ଗସ୍ଥିତ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଥିବା ଜଣାପଡିଛି।

ସୂଚନା ଅନୁଯାୟୀ ବୁଧବାର ବିଳମ୍ବିତି ରାତିରେ ଶିରିଡ଼ିସାଇ ମନ୍ଦିରରୁ ବାବାଙ୍କର ତିନୋଟି ରୂପା ମୁକୁଟ, ଗୋଟିଏ ରୂପା ଥାଳି, ରୂପା ଦ୍ୱୀପ, ରୂପା ଗ୍ଲାସ, ସୁନା ଚିତା ଆନୁମାନିକ ତିନିଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ତାହା ସହିତ ନଗଦ ୧୫ ହଜାର ୭ ଶହ ୬୧ ଟଙ୍କା କୋଚିଳା ବେଦି ଗ୍ରାମର ଦେବେନ୍ଦ୍ର ପଣ୍ଡା ଚୋରି କରିଥିବା ନେଇ କୁଜଙ୍ଗ ଥାନାରେ ମନ୍ଦିରର ପରିଚାଳନା କମିଟି ଲିଖିତ ଅଭିଯୋଗ କରିଥିଲା। କୁଜଙ୍ଗ ପୋଲିସ ଅଭିଯୋଗର ଏକ ଘଂଟା ମଧ୍ୟରେ ଅଭିଯୁକ୍ତର ମୋବାଇଲ୍ ଟ୍ରେସ୍ କରି ଅଭିଯୁକ୍ତକୁ ରାହାମା ଅଂଚଳରୁ ଧରିବାରେ ସଫଳ ହୋଇଥିଲା। ପୋଲିସ୍ ଅଭିଯୁକ୍ତ ଦେବେନ୍ଦ୍ରକୁ ଥାନାକୁ ଆଣି ପଚରାଉଚରା ପରେ ଚୋରି କରିଥିବା ନେଇ ସେ ସ୍ୱୀକାର କରିଥିଲା। ଓ ଚୋରି ହୋଇଥିବା ସାମଗ୍ରୀକୁ ତାର ସହଯୋଗୀ ରାହାମା ଅଂଚଳର ମୀନକେତନର ଚା’ ଦୋକାନର ଏକ ଲକରରେ ରଖିଥିବା କହିଥିଲା। ପରେ ପୋଲିସ୍ ଅଭିଯୁକ୍ତ ଦେବେନ୍ଦ୍ରକୁ ସାଂଗରେ ନେଇ ରାହାମା ଅଂଚଳର ମୀନତକେତନ ପରିଡ଼ାଙ୍କ ଚା’ ଦୋକାନର ଲକରରୁ ଚୋରିହୋଇଥିବା ସମସ୍ତ ଅଳଙ୍କାର ସାମଗ୍ରୀ ସମେତ ନଗଦ ଅର୍ଥ ଉଦ୍ଧାର କରିଥିଲା।

ଏହି ଘଟଣାରେ କେସ୍ ନଂ ୩୯୪/୨୩ ଦଫା ୪୫୭, ୩୮୦ ରେ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ଦ୍ୱୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ରଶ୍ମୀରଞ୍ଜନ ଦାଶ କହିଛନ୍ତି। ତେବେ ଦେବେନ୍ଦ୍ର ଓ ମୀନତକେତନଙ୍କ ନାମରେ ପୁରୀ ଜିଲ୍ଲାରେ ବିଭିନ୍ନ ଥାନାରେ କେସ୍ ରହିଛି। ସେମାନେ ପୁରୀ ଅଂଚଳର ବିଭିନ୍ନ ମଠ, ଦେବାଦେବୀ ମନ୍ଦିରରୁ ଟାର୍ଗେଟ୍ କରି ଅଳଙ୍କାର ଲୁଟ୍ କରିଥାନ୍ତି ପରେ ସେହି ଅଳଙ୍କାରକୁ ପୁରୀ ଅଂଚଳରେ ବିଭିନ୍ନ ଦୋକାନରେ ବିକ୍ରି କରି ଅର୍ଥ ଉପାର୍ଜନ କରିଥାନ୍ତି।

କୁଜଙ୍ଗ ପୋଲିସ ଚୋରି ଘଟଣା ଚୋରି ସାମଗ୍ରୀ ଜବତ ଶିରିଡି ସାଇ ମନ୍ଦିର
Share. Facebook Twitter LinkedIn Email WhatsApp Copy Link

Related Posts

ସୀମାରେ ବଡ଼ ଅନୁପ୍ରବେଶ ଷଡ଼ଯନ୍ତ୍ର ପଣ୍ଡ: ଲାଠି ଏବଂ ରଡ୍ ଧରିଥିବା ଲୋକଙ୍କୁ ଘଉଡାଇଲା ବିଏସଏଫ

June 22, 2026

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026

କେବେ ପ୍ରକାଶ ପାଇବ CBSE ଫଳାଫଳ: ବଡ଼ ସୂଚନା ଦେଲେ ଧର୍ମେନ୍ଦ୍ର ପ୍ରଧାନ

June 22, 2026

ଚାକିରି ପାଇଁ ଯୋଗ ବାଧ୍ୟତାମୂଳକ!: HSSC ଏବଂ HPSC ପରୀକ୍ଷାରେ ବଡ଼ ହେବ ପରିବର୍ତ୍ତନ

June 22, 2026
Latest News

ସୀମାରେ ବଡ଼ ଅନୁପ୍ରବେଶ ଷଡ଼ଯନ୍ତ୍ର ପଣ୍ଡ: ଲାଠି ଏବଂ ରଡ୍ ଧରିଥିବା ଲୋକଙ୍କୁ ଘଉଡାଇଲା ବିଏସଏଫ

June 22, 2026

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026

ରାସନ ସଂଗ୍ରହ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲେ ସରକାର: ଲମ୍ବା ଧାଡ଼ିରୁ ମିଳିବ ମୁକ୍ତି

June 22, 2026

ସାମ୍ବାଦିକଙ୍କୁ ଭତ୍ତା, ୧ ଲକ୍ଷ ନିଯୁକ୍ତି: ଶୁଭେନ୍ଦୁ ସରକାରଙ୍କ ଦ୍ୱାରା ଅନେକ ବଡ଼ ଘୋଷଣା

June 22, 2026

କେବେ ପ୍ରକାଶ ପାଇବ CBSE ଫଳାଫଳ: ବଡ଼ ସୂଚନା ଦେଲେ ଧର୍ମେନ୍ଦ୍ର ପ୍ରଧାନ

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.