Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ମହିଳାଙ୍କ ନାମରେ ଠକେଇ ଅଭିଯୋଗ: ୪୨୦ ରେ ମାମଲା ରୁଜୁ କଲା ବାଣପୁର ପୋଲିସ
ଅପରାଧ

ମହିଳାଙ୍କ ନାମରେ ଠକେଇ ଅଭିଯୋଗ: ୪୨୦ ରେ ମାମଲା ରୁଜୁ କଲା ବାଣପୁର ପୋଲିସ

November 16, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର (ସୀତାରାମ ଅଗ୍ରୱାଲ): ବାଣପୁର ଅଞ୍ଚଳର ଅନୁସୂୟା ନାମ୍ନୀ ଜଣେ ମହିଳାଙ୍କ ନାମରେ ଟଙ୍କା ଠକେଇ ଅଭିଯୋଗରେ ବାଣପୁର ପୋଲିସ ୪୨୦ ଦଫାରେ ମାମଲା ରୁଜୁ କରିଛି।

ସୂଚନା ଅନୁଯାୟୀ ବାଣପୁର ତଳ କେନାଲ ରୋଡ଼ରେ ଘର କରି ରହୁଥିବା ଅନୁସୂୟା ନାମକ ଜଣେ ମହିଳା ବିଭିନ୍ନ ଲୋକଙ୍କ ଠାରୁ ଟଙ୍କା ଧାର ନେଇ ଦେଉନଥିବା ଅଭିଯୋଗ ହୋଇ ଆସୁଥିବା ବେଳେ ଶରତ ଚନ୍ଦ୍ର ମହାନ୍ତି ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଅନୁସୁୟା ୧ ଲକ୍ଷଟଙ୍କା ଧାର ନେଇ ଦେଉ ନଥିବା ଶରତ ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗ ମୁତାବକ ଶରତ ଅନୁସୂୟାଙ୍କ ଘରେ କାଠ କାମ କରୁଥିବା ବେଳେ ଟଙ୍କା ଦରକାର ଅଛି କହି ଶରତଙ୍କ ନିକଟରୁ ୧ ଲକ୍ଷ ଟଙ୍କା ଧାର ସୂତ୍ରରେ ନେଇଥିଲେ। ଶରତଙ୍କ ଝିଅ ଡେ଼ଲିଭେରୀ ଥିବାରୁ ଅନୁସୟାଙ୍କୁ ଧାର ଟଙ୍କା ମାଗିବାରେ ଅନୁସୟା ଏବଂ ତାଙ୍କ ପୁଅ ରାଜା ଆମେ କି ଟଙ୍କା ଜାଣିନାହୁଁ କହି ଗାଳି ଗୁଲଜ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ।

ପ୍ରକାଶ ଥାଉକି ଶରତ ବାରମ୍ବାର ଟଙ୍କା ମାଗିବାରେ ସ୍ଥାନୀୟ କିଛି ଲୋକଙ୍କ ଉପସ୍ଥିତରେ ଅନୁସୟା ୫୦୦୦୦ଟଙ୍କା ପରିଶୋଧ କରିଥିବା ବେଳେ ଅବଶିଷ୍ଟ ଟଙ୍କା ଦେବାକୁ ମନା କରିଥିଲେ।

ଉକ୍ତ ଘଟଣାକୁ ଅନୁସନ୍ଧାନ କରି ବାଣପୁର ଥାନା ଅଧିକାରୀ ରମେଶ କୁମାର ଦେବତା ଅନୁସୂୟା ଏବଂ ପୁଅ ରାଜାଙ୍କ ନାମରେ ୩୯୬/୨୩ ନମ୍ବରରେ ମୋକଦ୍ଦମା ୠଜୁକରି ୪୨୦, ୫୦୬, ୩୪୧, ୨୯୪ ଦଫା ଲଗାଇ ତଦନ୍ତ ଜାରି ରଖିଛି।

ଠକେଇ ଅଭିଯୋଗ ବାଣପୁର ପୋଲିସ ମାମଲା ରୁଜୁ
Share. Facebook Twitter LinkedIn Email WhatsApp Copy Link

Related Posts

ଚିଲିକା ଅଞ୍ଚଳର ବିଭିନ୍ନ ମନ୍ଦିରରୁ ଚୋରୀ କରୁଥିବା ଦୁଇ ଅଭିଯୁକ୍ତ ଧରିଲା ବାଲୁଗାଁ ପୋଲିସ

February 20, 2026

ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଥର ମାଡ଼: ଯାତ୍ରା କରୁଥିଲେ ଆରଏସଏସ ମୁଖ୍ୟ ମୋହନ ଭାଗବତ

February 20, 2026

‘ଅପରେସନ ସାଇବର କବଚ’ ଅଭିଯାନ: ରାଜ୍ୟବ୍ୟାପୀ ୮୪ ଗିରଫ

February 20, 2026

ମହୁକୁଦରେ ବ୍ଳକ୍ ସ୍ତରୀୟ ବିଶ୍ୱଶାନ୍ତି ଅଲେଖ ମହିମା ଅଖଣ୍ଡ ବ୍ରହ୍ମ ଯଜ୍ଞ

February 19, 2026
Latest News

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଖୋର୍ଦ୍ଧା ରୋଡ୍ ଡିଭିଜନର ନୟାଗଡ – ଜଖପୁରା ସେକ୍ସନର ନୀରିକ୍ଷଣ

February 21, 2026

ପୂର୍ବତଟ ରେଳପଥର ସାର ଓ ଖାଦ୍ୟଶସ୍ୟ ଲୋଡିଂ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା

February 21, 2026

ShikshaNext: ରିଲାଏନ୍ସ ଫାଉଣ୍ଡେସନ୍ ନେତୃତ୍ୱରେ ୧୭୦ କୋଟି ଟଙ୍କାର ଶିକ୍ଷାନେକ୍ସଟ ପ୍ରୟାସ

February 21, 2026

ଫେବୃୟାରୀ 21 ତାରିଖ ଶନିବାରରେ ଏହି ପାଞ୍ଚଟି ରାଶିର ଭାଗ୍ୟ ଚମକିବ

February 21, 2026

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ରେ ଆତ୍ମ ସୁରକ୍ଷା ତାଲିମ ଶିବିର

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.