ଆରବ ସାଗରରେ ୪୮୦ କୋଟି ମୂଲ୍ୟର ଡ୍ରଗ୍ସ ଜବତ, ୬ ଗିରଫ

Published: Mar 12, 2024, 8:29 pm IST

ନୂଆଦିଲ୍ଲୀ: ଡ୍ରଗ୍ସ ଚୋରା ଚାଲାଣକାରୀଙ୍କ ବିରୋଧରେ ଗୁଜରାଟ ପୋଲିସର ଏକ ବଡ ଅପରେସନ୍ ସଫଳ ହୋଇଛି। ଆରବ ସାଗରରେ ପୋରବନ୍ଦରରୁ ମିଳିତ ଅପରେସନ୍ ବେଳେ ଏଟିଏସ୍, ଗୁଜୁରାଟ ପୋଲିସ୍, ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ ଏବଂ କୋଷ୍ଟଗାର୍ଡ ଏକ ବଡ ଅପରେସନରେ ପ୍ରାୟ ୪୮୦ କୋଟି ଟଙ୍କା ମୂଲ୍ୟର ଡ୍ରଗ୍ସ ଜବତ କରିଛନ୍ତି।

ସୂଚନାନୁସାରେ, ମାର୍ଚ୍ଚ ୧୧ ତାରିଖ ରାତିରେ ଏକ ଗୁପ୍ତ ତଥ୍ୟକୁ ଆଧାର କରି ମିଳିତ ଅପରେସନରେ ଏକ ପାକିସ୍ତାନୀ ଡଙ୍ଗା ସମୁଦ୍ରରେ ଧରାଯାଇଥିଲା, ଯେଉଁଥିରେ ପ୍ରାୟ ୪୮୦ କୋଟି ଟଙ୍କା ମୂଲ୍ୟର ନିଶା ସାମଗ୍ରୀ ଜବତ କରାଯାଇଥିଲା।

ଏହି ଅପରେସନରେ ଆଇସିଜି ଜାହାଜ ଏବଂ ଡୋର୍ନିୟରର ସହାୟତା ନିଆଯାଇଥିଲା। ଡୋର୍ନିଅର୍ ବିମାନକୁ ସ୍କାନିଂ ଏବଂ ସମ୍ଭାବ୍ୟ ଅଞ୍ଚଳରେ ଡଙ୍ଗା ଖୋଜିବା ଦାୟିତ୍ଵ ଦିଆଯାଇଥିଲା।

ଏହି ଅପରେସନରେ ଆଇସିଜି, ଏନସିବି ଏବଂ ଏଟିଏସ୍ ଗୁଜୁରାଟ ମଧ୍ୟରେ ଭଲ ସମନ୍ୱୟ ଦେଖିବାକୁ ମିଳିଥିଲା। ଏଜେନ୍ସି ୬ ଜଣ ଚାଳକଙ୍କୁ ମଧ୍ୟ ଗିରଫ କରିଛି ଏବଂ ଅଧିକ ତଦନ୍ତ ଚାଲିଛି।

Related posts