Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଭୁବନେଶ୍ୱର: ଟ୍ରେନକୁ ପଥର ଫିଙ୍ଗି ଦୁଇ ଗିରଫ
ଅପରାଧ

ଭୁବନେଶ୍ୱର: ଟ୍ରେନକୁ ପଥର ଫିଙ୍ଗି ଦୁଇ ଗିରଫ

June 8, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଟ୍ରେନକୁ ପଥର ଫିଙ୍ଗିବା ଅଭିଯୋଗରେ ରେଳବାଇ ସୁରକ୍ଷା ବଳ (ଆରପିଏଫ) ଦୁଇ ଜଣଙ୍କୁ ଗିରଫ କରିଛି। ଗତ ୬ ତାରିଖ ସାନ୍ଧ୍ୟ ସମୟରେ ୧୨୫୫୨ କାମାକ୍ଷା-ବେଙ୍ଗାଳୁରୁ ଏକ୍ସପ୍ରେସ କୁ ପଥର ଫିଙ୍ଗିବା ଅଭିଯୋଗରେ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ରେଳବାଇ ସୁରକ୍ଷା ବଳ ଦ୍ୱାରା ତ୍ୱରିତ ପଦକ୍ଷେପ ନିଆଯାଇ ଏହି ଦୁଇ ଜଣଙ୍କୁ ଗିରଫ କରାଯାଇଅଛି।

ଯାତ୍ରୀ ଏବଂ ରେଲୱେ କର୍ମଚାରୀଙ୍କ ସୁରକ୍ଷା ପ୍ରତି ପଥର ଫିଙ୍ଗିବା ଜନିତ ବିପଦ ଖବର ପାଇବା ପରେ ରେଳବାଇ ସୁରକ୍ଷା ବଳ ପକ୍ଷରୁ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ଆରମ୍ଭ କରାଯାଇଥିଲା। ଟ୍ରେନ୍ ର ଟିକେଟ୍ ପରୀକ୍ଷକ (ଟିଟିଇ) ସହିତ ଯାତ୍ରୀ ମାନଙ୍କ ସହିତ ସମନ୍ୱୟ ରଖି ରେଳବାଇ ସୁରକ୍ଷା ବଳ ଘଟଣାର ସଠିକ ସ୍ଥାନ ଅନୁସନ୍ଧାନ କରିବା ପରେ ସେହି ସ୍ଥାନକୁ ନିରୀକ୍ଷଣ କରିଥିଲା ଯାହାକି ପୂର୍ବତଟ ରେଳପଥର ହାଓଡ଼ା-ଚେନ୍ନାଇ ମୁଖ୍ୟ ମାର୍ଗର ଖୋର୍ଦ୍ଧା ରୋଡ଼-ବାଲୁଗାଁ ରେଳ ସେକ୍ସନର ଗୋଲାବାଇ ଓ ନିରାକାରପୁର ମଧ୍ୟରେ ଘଟିଥିଲା।

ରେଳବାଇ ସୁରକ୍ଷା ବଳର ଏକ ଦଳ ଚିହ୍ନଟ ହୋଇଥିବା କ୍ଷେତ୍ରକୁ ଯାଇ ନିରୀଖନ କରିବା ସହିତ ଦୁଇ ଜଣଙ୍କୁ ଗିରଫ କରିଛନ୍ତି। ଏହି ଦୁଇ ଜଣ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଗୋଲାବାଇ ଗ୍ରାମର ରମେଶ ମଝି, ବୟସ ୩୮ ବର୍ଷ ଓ ନକୂଳପଟାନା ଗ୍ରାମର ସଦାଶିବ ପ୍ରଧାନ, ବୟସ ୩୩ ବର୍ଷ। ରେଳ ଟ୍ରାକ ନିକଟରେ ସନ୍ଦେହ ଜନକ ଅବସ୍ଥାରେ ନିଶାଗ୍ରସ୍ତ ହୋଇ ଦୀର୍ଘସମୟ ଧରି ଏହି ଦୁଇଜଣ ବସିରହିଥିଲେ ଏବଂ ନିଶାଗ୍ରସ୍ତ ଅବସ୍ଥାରେ ଟ୍ରେନ ଯାତାୟାତ ସମୟରେ କୌଣସି ଟ୍ରେନ କୁ ପଥର ଫିଙ୍ଗିଛନ୍ତିବୋଲି ସ୍ୱୀକାର କରିଥିଲେ।

ରେଳ ଆଖପାଖରେ ସେମାନଙ୍କ ଦୀର୍ଘ ସମୟ ଉପସ୍ଥିତି ପାଇଁ ପ୍ରଶ୍ନ କରାଯିବାରୁ ଉଭୟ ଅପରାଧୀ ସନ୍ତୋଷଜନକ ଉତ୍ତର ପ୍ରଦାନ କରିବାରେ ବିଫଳ ହୋଇଥିଲେ ଏବଂ ମଦ୍ୟପାନର ପ୍ରଭାବକୁ ଦର୍ଶାଇ ସେମାନେ ସେମାନଙ୍କର କାର୍ଯ୍ୟକୁ ସ୍ୱୀକାର କରିଥିଲେ।

ରେଲୱେ ସୁରକ୍ଷା ବଳ ଉକ୍ତ ଦୁଇଜଣଙ୍କ ନାମରେ ରେଳ ଅଧିନିୟମ ଧାରା ଅନୁଯାୟୀ କେସ ରୁଜୁ କରିଛନ୍ତି।

ରେଳ ଯାତ୍ରୀ ଏବଂ କର୍ମଚାରୀଙ୍କ ସୁରକ୍ଷା ପ୍ରତି ରେଳବାଇ ସୁରକ୍ଷା ବଳ ନିରନ୍ତର ଭାବେ ସୁରକ୍ଷା ସୁନିଶ୍ଚିତ କରିବାର ପ୍ରତିବଦ୍ଧତାକୁ ଗ୍ରହଣ କରିଆସୁଅଛି। ଏହିପରି କାର୍ଯ୍ୟଗୁଡିକୁ କୌଣସି ପ୍ରକାରରେ ପ୍ରଶୟ ଦିଆନଯାଇ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ପଦକ୍ଷେପ ଗ୍ରହଣ କରାଯାଇଅଛି।

ଦୁଇ ଗିରଫ ଭୁବନେଶ୍ୱର ରେଳବାଇ ସୁରକ୍ଷା ବଳ
Share. Facebook Twitter LinkedIn Email WhatsApp Copy Link

Related Posts

ବ୍ରହ୍ମପୁରରେ ମାଗଣା ସ୍ଵାସ୍ଥ୍ୟ ଶିବିର: ଶୀତଦିନେ ଅଦାର ଆବଶ୍ୟକତା ଉପରେ ସଚେତନ କଲେ ଡାକ୍ତର

December 8, 2025

ନକ୍ସଲ ମୁକ୍ତ ହେଲା ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ ଜୋନ୍!, ଆତ୍ମସମର୍ପଣ କଲେ ୧୨ ନକ୍ସଲ

December 8, 2025

“ଚାକିରୀ ବଦଳରେ ଜମି” ମାମଲା: ଆଜି ରାୟ ଶୁଣାଇବେ କୋର୍ଟ!

December 8, 2025

ଟିମ୍ ଇଣ୍ଡିଆର ପରାଜୟ ପାଇଁ ଗୌତମ ଗମ୍ଭୀର ଦାୟୀ?: ବଡ ବୟାନ ଦେଲେ ରବି ଶାସ୍ତ୍ରୀ

December 8, 2025
Latest News

ବ୍ରହ୍ମପୁରରେ ମାଗଣା ସ୍ଵାସ୍ଥ୍ୟ ଶିବିର: ଶୀତଦିନେ ଅଦାର ଆବଶ୍ୟକତା ଉପରେ ସଚେତନ କଲେ ଡାକ୍ତର

December 8, 2025

FIFA World Cup 2026: ପ୍ରତିଦ୍ୱନ୍ଦ୍ୱିତା କରିବେ 48 ଦଳ, ପଢ଼ନ୍ତୁ ସମ୍ପୂର୍ଣ୍ଣ ଫିଫା ବିଶ୍ୱକପ୍ କାର୍ଯ୍ୟସୂଚୀ

December 8, 2025

ନକ୍ସଲ ମୁକ୍ତ ହେଲା ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ ଜୋନ୍!, ଆତ୍ମସମର୍ପଣ କଲେ ୧୨ ନକ୍ସଲ

December 8, 2025

“ଚାକିରୀ ବଦଳରେ ଜମି” ମାମଲା: ଆଜି ରାୟ ଶୁଣାଇବେ କୋର୍ଟ!

December 8, 2025

ଟିମ୍ ଇଣ୍ଡିଆର ପରାଜୟ ପାଇଁ ଗୌତମ ଗମ୍ଭୀର ଦାୟୀ?: ବଡ ବୟାନ ଦେଲେ ରବି ଶାସ୍ତ୍ରୀ

December 8, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.