Categories
ଆଜିର ଖବର ଖେଳ ରାଜ୍ୟ ଖବର

ଭୁବନେଶ୍ୱର ଠାରେ 29 ତମ ଆନ୍ତଃ ରେଳବାଇ ସୁରକ୍ଷାବଳ ହକି ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଭୁବନେଶ୍ଵର: ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ରେଳବାଇ ସୁରକ୍ଷା ବଳ ଆନୁକୂଲ୍ୟରେ 27 ରୁ 30 ସେପ୍ଟେମ୍ବର 2023 ମଧ୍ୟରେ ଆୟୋଜିତ ଚାରି ଦିନିଆ 29 ତମ ଆନ୍ତଃ ରେଳବାଇ ସୁରକ୍ଷାବଳ ହକି ଟୁର୍ଣ୍ଣାମେଣ୍ଟ କିଟ ଷ୍ଟାଡିୟମ ଠାରେ ଉଦଯାପିତ ହୋଇଯାଇଅଛି।

ଉତ୍ତର ରେଳପଥ ଆରପିଏଫ୍ ହକି ଟିମ୍ ଦକ୍ଷିଣ ପୂର୍ବ ରେଳପଥ ଆରପିଏଫ୍ ହକି ଦଳକୁ 2-0 ଗୋଲରେ ପରାସ୍ତ କରି ଚାମ୍ପିଅନସିପ୍ ଟ୍ରଫି ହାସଲ କରିଛି। ଦକ୍ଷିଣ ରେଳପଥର ବିନୋଦ କୁମାର ମ୍ୟାନ୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟ ଏବଂ ଉତ୍ତର ରେଳପଥର ସୁଖବିନ୍ଦର ସିଂ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଭାବରେ ବିବେଚିତ ହୋଇଛନ୍ତି।

ଉଦଯାପନ ଦିବସରେ ଆୟୋଜିତ ଫାଇନାଲ ମ୍ୟାଚରେ ଯୋଗଦାନ କରି ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ରେଳପଥର ପ୍ରମୁଖ ସୁରକ୍ଷା ଆୟୁକ୍ତ ଏବଂ ଆଇଜି / ଆରପିଏଫ୍ ଆଲୋକ ବୋହରାଙ୍କ ଉପସ୍ଥିତିରେ ସମ୍ପୃକ୍ତ ଆରପିଏଫ୍ ହକି ଦଳକୁ ଚାମ୍ପିୟନ ଟ୍ରଫି ଏବଂ ରନର୍ସ ଅପ୍ ଟ୍ରଫି ପ୍ରଦାନ କରିଛନ୍ତି।

ବିଶିଷ୍ଟ ଅତିଥି ମାନଙ୍କ ମଧ୍ୟରେ ପୂର୍ବତଟ ରେଳପଥର ପ୍ରମୁଖ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ବହୁ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

ଦୀର୍ଘ ଚାରିଦିନ ବ୍ୟାପି ଆୟୋଜିତ ହେଉଥିବା ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ରେଳବାଇର ଆଠ ଗୋଟି ରେଳବାଇ ସୁରକ୍ଷାବଳ ହକି ଟିମ ଯଥା ଉତ୍ତର ରେଳପଥ (ନୂଆ ଦିଲ୍ଲୀ), ଦକ୍ଷିଣ ପୂର୍ବ ରେଳପଥ (କୋଲକାତା), ପଶ୍ଚିମ ରେଳପଥ (ମୁମ୍ବାଇ), ଉତ୍ତର ପୂର୍ବ ରେଳପଥ (ଗୋରଖପୁର), ଦକ୍ଷିଣ ରେଳପଥ (ଚେନ୍ନାଇ), ପଶ୍ଚିମ କେନ୍ଦ୍ରୀୟ ରେଳପଥ (ଜବଲପୁର), କେନ୍ଦ୍ରୀୟ ରେଳପଥ (ମୁମ୍ବାଇ) ଓ ରେଳବାଇ ସୁରକ୍ଷା ବଳ ସ୍ୱତନ୍ତ୍ର ବାହିନୀ (ନୂଆ ଦିଲ୍ଲୀ) ପ୍ରମୁଖ ଭାଗ ନେଇଥିଲେ।

Categories
ଆଜିର ଖବର ଖେଳ ରାଜ୍ୟ ଖବର

ଭୁବନେଶ୍ୱର ଠାରେ ୨୯ ତମ ଆନ୍ତଃ ରେଳବାଇ ସୁରକ୍ଷାବଳ ହକି ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ

ଭୁବନେଶ୍ଵର: ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ରେଳବାଇ ସୁରକ୍ଷା ବଳ ଆନୁକୂଲ୍ୟରେ ୨୯ ତମ ଆନ୍ତଃ ରେଳବାଇ ସୁରକ୍ଷାବଳ ହକି ଟୁର୍ଣ୍ଣାମେଣ୍ଟ କିଟ ଷ୍ଟାଡିୟମ ଠାରେ ଉଦ୍ଘାଟିତ ହୋଇଯାଇଅଛି।

ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଏଚ.ଏସ. ବାଜୱା ଗତକାଲି ସନ୍ଧ୍ୟାରେ ରେଳବାଇ ସୁରକ୍ଷାବଳ ମହାନିରୀକ୍ଷକ ତଥା ମୁଖ୍ୟ ସୁରକ୍ଷା ଆୟୁକ୍ତ ଶ୍ରୀ ପିବିଏମ ସାନ୍ତାରାମ ଓ ଅନ୍ୟାନ ବରିଷ୍ଠ ରେଳବାଇ ଅଧିକାରୀ ମାନଙ୍କ ଉପସ୍ଥିତିରେ ଏହି ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟନ କରିବା ସହିତ ଆୟୋଜିତ ମାର୍ଚ୍ଚଫାଷ୍ଟରେ ଅଭିବାଦନ ଗ୍ରହଣ କରି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ।

ଚଳିତ ମାସ ୨୭ ତାରିଖରୁ ୩୦ ତାରିଖ ମଧ୍ୟରେ ଦୀର୍ଘ ଚାରିଦିନ ବ୍ୟାପି ଆୟୋଜିତ ହେଉଥିବା ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ରେଳବାଇର ଆଠ ଗୋଟି ରେଳବାଇ ସୁରକ୍ଷାବଳ ହକି ଟିମ ଯଥା ଉତ୍ତର ରେଳପଥ (ନୂଆ ଦିଲ୍ଲୀ), ଦକ୍ଷିଣ ପୂର୍ବ ରେଳପଥ (କୋଲକାତା), ପଶ୍ଚିମ ରେଳପଥ (ମୁମ୍ବାଇ), ଉତ୍ତର ପୂର୍ବ ରେଳପଥ (ଗୋରଖପୁର), ଦକ୍ଷିଣ ରେଳପଥ (ଚେନ୍ନାଇ), ପଶ୍ଚିମ କେନ୍ଦ୍ରୀୟ ରେଳପଥ (ଜବଲପୁର), କେନ୍ଦ୍ରୀୟ ରେଳପଥ (ମୁମ୍ବାଇ) ଓ ରେଳବାଇ ସୁରକ୍ଷା ବଳ ସ୍ୱତନ୍ତ୍ର ବାହିନୀ (ନୂଆ ଦିଲ୍ଲୀ) ପ୍ରମୁଖ ଭାଗ ନେଇଛନ୍ତି।

୨୯ ତମ ଆନ୍ତଃ ରେଳବାଇ ସୁରକ୍ଷାବଳ ହକି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଏବଂ ଉଦଯାପନୀ ଉତ୍ସବ ଆସନ୍ତା ୩୦ ତାରିଖ (ଶନିବାର) ଦିନ ଅନୁଷ୍ଠିତ ହେବ।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ରେଳବାଇ ସୁରକ୍ଷା ବଳର ନୂତନ ପ୍ରମୁଖ ନିରାପତ୍ତା ଆୟୁକ୍ତ ହେଲେ ଯୁଗଳ ଯୋଶୀ

ଭୁବନେଶ୍ବର: ପୂର୍ବତଟ ରେଳପଥର ରେଳବାଇ ସୁରକ୍ଷା ବଳ ନୂତନ ପ୍ରମୁଖ ନିରାପତ୍ତା ଆୟୁକ୍ତ ଭାବେ ଯୁଗଳ କିଶୋର ଯୋଶୀ ଇତିମଧ୍ୟରେ ଯୋଗଦାନ କରିଛନ୍ତି। ସେ ୧୯୯୭ ମସିହା ଭାରତୀୟ ରେଳବାଇ ସୁରକ୍ଷା ବଳ ସେବା ଅଧିକାରୀ ଅଟନ୍ତି। ଏହା ପୂର୍ବରୁ ଶ୍ରୀ ଯୋଶୀ ଜଳ ଶକ୍ତି ମନ୍ତ୍ରଣାଳୟର ସ୍ୱଚ୍ଛ ଭାରତ ମିଶନ ଏବଂ ଜଳ ଜୀବନ ମିଶନ କାର୍ଯ୍ୟକ୍ରମ ମାନଙ୍କରେ ନିର୍ଦେଶକ ଭାବେ ୨୦୧୬ ମସିହା ଠାରୁ ୧୦୨୨ ମସିହା ପର୍ଯ୍ୟନ୍ତ ଡେପୁଟେସନରେ ଥାଇ କାର୍ଯ୍ୟ ତୁଲାଉଥିଲେ।

ସେ ମଧ୍ୟ ବିଭିନ୍ନ ରେଳପଥରେ ଭିନ୍ନ ଭିନ୍ନ ପଦପଦବୀରେ ଥାଇ ସୁଚାରୁ ରୂପେ କାର୍ଯ୍ୟ ସମ୍ପାଦନ କରିବା ସହିତ ସୁରକ୍ଷା ସମ୍ବନ୍ଧୀୟ ଅପରାଧ ଅନ୍ୱେଷଣ କ୍ଷେତ୍ରରେ ପ୍ରଗାଢ଼ ଦକ୍ଷତା ରଖିଛନ୍ତି। ଶ୍ରୀ ଯୋଶୀ ୨୦୧୪ ରୁ ୨୦୧୬ ମସିହା ମଧ୍ୟରେ ରେଳବାଇ ବୋର୍ଡ ରେ ରେଳ ସୁରକ୍ଷା ବଳ ନିର୍ଦେଶକ, ଉତ୍ତର ରେଳପଥର ଦିଲ୍ଲୀ ଏବଂ ପୂର୍ବ ରେଳପଥର ହାଓଡ଼ା ରେଳ ମଣ୍ଡଳ ମାନଙ୍କରେ ବରିଷ୍ଠ ମଣ୍ଡଳ ସୁରକ୍ଷା ଆୟୁକ୍ତ ଭାବେ କାର୍ଯ୍ୟ ତୁଲାଇଛନ୍ତି। ସେ ମଧ୍ୟ ପୂର୍ବତଟ ରେଳପଥରେ ଉପମୁଖ୍ୟ ସୁରକ୍ଷା ଆୟୁକ୍ତ ଭାବେ ୨୦୦୮ ରୁ ୨୦୧୧ ମସିହା ମଧ୍ୟରେ କାର୍ଯ୍ୟ ସମ୍ପାଦନ କରିଛନ୍ତି।

ଶ୍ରୀ ଯୋଶୀ ସ୍ୱଚ୍ଛ ଭାରତ ମିଶନ ଦଳର ଏକ ପ୍ରମୁଖ ସଦସ୍ୟ ଥିଲେ ଯାହାକି ବିଶ୍ୱର ସର୍ବ ବୃହତ ଆଚରଣ ପରିବର୍ତ୍ତନ କାର୍ଯ୍ୟକ୍ରମକୁ ଯୋଜନା, କାର୍ଯ୍ୟକାରୀ ​​ଏବଂ ତଦାରଖ କରିଥିଲା ​​ଏବଂ ଭାରତକୁ ମୁକ୍ତ ମଳତ୍ୟାଗ କାର୍ଯ୍ୟକ୍ରମ ସଂଚାଳନ କରିବାରେ ସହାୟକ କରିଥିଲା। ସେ ଆନ୍ତ-ମନ୍ତ୍ରଣାଳୟ ସ୍ଵଚ୍ଛତା କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ ଯାହାଦ୍ୱାରା ସ୍ଵଚ୍ଛତା କାର୍ଯ୍ୟ ଯୋଜନା, ସ୍ଵଚ୍ଛତା ପଖୱାଡା, ସ୍ଵଛ ପ୍ରତିଷ୍ଠିତ ସ୍ଥାନ ଏବଂ ଗଙ୍ଗା ଗ୍ରାମ କାର୍ଯ୍ୟକ୍ରମ ଗୁଡିକ ଅନ୍ତର୍ଭୁକ୍ତ ଥିଲା। ଏହା ବ୍ୟତୀତ, “ଦରଜା ବନ୍ଦ”, “ସ୍ଵଛ ସିଂ”, “ସୋନା ଖାଡ” ପରି ପ୍ରତିଷ୍ଠିତ ସୃଜନଶୀଳତାର ଧାରଣା ଏବଂ ସୁବିଧା ସମ୍ବନ୍ଧରେ ମନ୍ତ୍ରଣା ଦେଇଥିଲେ। ନିର୍ଦ୍ଦେଶକ (IEC) ଭାବରେ କାର୍ଯ୍ୟ ତୁଳାଉଥିବାବେଳେ “ସତ୍ୟଗ୍ରହ ଠାରୁ ସ୍ଵଛଗ୍ରହ ପର୍ଯ୍ୟନ୍ତ” ଭଳି ଗୀତଗୁଡିକର ବିଚାର ପ୍ରଦାନ କରିଥିଲେ। ସ୍ଵଛ ସଂକଳ୍ପ, ସ୍ଵଛ ସିଦ୍ଧି କାର୍ଯ୍ୟକ୍ରମ ଗୁଡିକରେ ସେ 5 କୋଟିରୁ ଅଧିକ ଛାତ୍ରଛାତ୍ରୀ ମାନଙ୍କୁ ଅଂଶଗ୍ରହଣ କରାଇଥିଲେ। ସତ୍ୟଗ୍ରାହ ରୁ ସ୍ୱଛଗ୍ରହ, ସ୍ୱଚ୍ଛତା ହିଁ ସେବା, ସ୍ଵଚ୍ଛ ଶକ୍ତି ଇତ୍ୟାଦି ଐତିହାସିକ ଜନ ଅଭିଯାନର ଆୟୋଜନ କରାଇବା ସହିତ ମହାତ୍ମା ଗାନ୍ଧୀ ଆନ୍ତର୍ଜାତୀୟ ପରିମଳ ସମ୍ମିଳନୀ (୨୦୧୮) ର ଆୟୋଜନ କରିଥିଲେ ଯେଉଁଥିରେ ୫୬ ଟି ଦେଶ ଏବଂ ୟୁଏନଏସଜି ଅଂଶଗ୍ରହଣ କରିଥିଲେ। ଦିଲ୍ଲୀ ସ୍ଥିତ ରାଜଘାଟ ନିକଟରେ ଅବସ୍ଥିତ ରାଷ୍ଟ୍ରୀୟ ସ୍ୱଚ୍ଛତା କେନ୍ଦ୍ରର ପ୍ରତିଷ୍ଠାତା ନିର୍ଦ୍ଦେଶକ ଥିଲେ ଯେଉଁଠାରେ କଠିନ ବର୍ଜ୍ୟବସ୍ତୁ, ତରଳ ବର୍ଜ୍ୟବସ୍ତୁ ଏବଂ ମଳ ପରିଚାଳନା ପାଇଁ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିଥିଲେ।

ଯୁଗଳ ଯୋଶୀଙ୍କ କାର୍ଯ୍ୟ ଦକ୍ଷତା ପାଇଁ ସେ ୨୦୧୮ ମସିହାରେ ସାଧାରଣ ପ୍ରଶାସନ କ୍ଷେତ୍ରରେ ପ୍ରଶଂସନୀୟ କାର୍ଯ୍ୟ ପାଇଁ ପ୍ରଧାନ ମନ୍ତ୍ରୀ ପୁରସ୍କାର, ୨୦୨୦ ମସିହାରେ ଭାରତୀୟ ପୋଲିସ ସେବା ପଦକ, ୨୦୧୩ ମସିହାରେ ଭାରତୀୟ ରେଳବାଇ ଜାତୀୟ ପୁରସ୍କାର, ୨୦୦୯ ମସିହାରେ ସିଙ୍ଗାପୁର ସ୍ଥିତ ଜାତୀୟ ବିଶ୍ୱବିଦ୍ୟାଳୟରୁ ଲୋକ ପ୍ରଶାସନ ରେ ସ୍ନାତକୋତ୍ତର ଡିଗ୍ରୀ ଏବଂ ୨୦୦୧ ମସିହାରେ ରେଳବାଇ ସୁରକ୍ଷା ବଳ ମହା ନିର୍ଦେଶକ ଙ୍କ ପକ୍ଷରୁ ଉଚ୍ଚ ପ୍ରଶସ୍ତି ଓ ସୂଚକ ଚିହ୍ନ ସହିତ ଅନେକଥର ସମ୍ମାନିତ ହୋଇଛନ୍ତି।