
ରେଢ଼ାଖୋଲ (କନ୍ଦର୍ପ ବେହେରା): ଦିନକୁ ଦିନ ରେଢ଼ାଖୋଲ ଅଂଚଳରେ ଗଂଜେଇ ଚୋରାଚାଲାଣ ବଢ଼ିବାରେ ଲାଗିଛି। ପୋଲିସ ଓ ଅବକାରୀ ବିଭାଗର ଏଥିପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି। ଦୁଇଦିନ ଭିତରେ ରେଢ଼ାଖୋଲ ପୋଲିସ ଭିନ୍ନ ଭିନ୍ନ ସ୍ଥାନରୁ ୧କ୍ଵି. ୧୫ କେ.ଜି ୫୦୦ ଗ୍ରାମ ଗଂଜେଇ ଜବତ କରିବା ସହ ୫ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି।
ସମ୍ବଲପୁର ଜିଲ୍ଲାରେଢ଼ାଖୋଲ ଥାନା ଅନ୍ତର୍ଗତ ଡଇଁଚା ପଞ୍ଚାୟତ ନିକଟ ମୁଟୁରୁମୁଣ୍ଡାଗ୍ରାମ ନିକଟରୁ ବନବିଭାଗ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯାଇ ୭୦ କେଜି ଗଞ୍ଜେଇ ସହ ଗୋଟିଏ ପିକ୍ଅପ ଭ୍ୟାନକୁ ଜବତ କରାଯାଇଛି। କିନ୍ତୁ ଚଢ଼ାଉ ବେଳେ ଚୋରା ଚାଲାଣକାରୀ ମାନେ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ।
ଏହି ଚଢ଼ାଉ ବେଳେ ବନବିଭାଗର ଏସିଏଫ ମୈତ୍ରୀ ମଞ୍ଜିତ ବିଶ୍ବାଳ, ଅବକାରୀ ବିଭାଗର ଅଧିକାରୀ ଯାଦବ ପ୍ରଧାନ,ଫରେଷ୍ଟର ଡମ୍ବରୁଧର ପ୍ରଧାନ, ଏଏସ୍ଆଇ ଜିତେନ୍ଦ୍ର ପଟେଲ, ରାକେଶ ମହାନ୍ତି, ସୁବାସିନି ମାଝୀ,ପ୍ରସାନ୍ତ ସାହୁ ପ୍ରମୁଖ ସାମିଲ ଥିଲେ।
ହେଲେ ଚୋରା ଚାଲାଣ କାରୀ ମାନେ ବନ ବିଭାଗ ଓ ଅବକାରୀ ବିଭାଗ କୁ ଚକମା ଦେଇ ଫେରାର ହେବାରେ ସକ୍ଷମ ହୋଇଥିଲେ। ଠିକ ସେଇ ପରି ବୌଦ୍ଧ ରେଢ଼ାଖୋଲ ରାସ୍ତାର ପୁରୁଣାଗଡ଼ ଛକନିକଟରେ ରେଢ଼ାଖୋଲ ପୋଲିସ ଗାଡି ମଟର ଚେକିଙ୍ଗ କରୁଥିବା ସମୟରେ ୪୫କେ.ଜି ୫୦୦ ଗ୍ରାମ ଗଂଜେଇ ଜବତ କରିବା ସହ ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ଥିବା ପୋଲିସ କହିଛି।