ବାଣପୁର: ମଦ ବିକ୍ରି ଅଭିଯୋଗରେ ଅଙ୍ଗନବାଡି ଓ ଆଶା ଦିଦି ଗିରଫ

Published: Dec 1, 2024, 10:48 pm IST

ବାଣପୁର: ମଦ ବିକ୍ରି କରୁଥିବା ଅଭିଯୋଗରେ ଆଜି ଅଙ୍ଗନବାଡି କର୍ମୀ ଓ ଆଶା ଦିଦି ଗିରଫ ହୋଇ ଜେଲ ଯାଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏହାକୁ ନେଇ ଚର୍ଚ୍ଚା ଆଲୋଚନା ଜୋର ଧରିଛି।

ପ୍ରକାଶ ଥାଉକି କୋଷରଡ଼ା ଗ୍ରାମର ଅଙ୍ଗନବାଡି କର୍ମୀ କୁମାରୀ ଶବର ଏବଂ ଆଶା ଦିଦି ଫୁଲ ଶବର ମାଳ ଅଞ୍ଚଳରୁ ଦେଶୀମଦ ଆଣି ବାଣପୁର ଅଞ୍ଚଳର ଦାଶରଥିପୁର (ପୋଡାସାହି) ରେ ଦୀର୍ଘଦିନ ଧରି ସ୍କୁଟିରେ ଆଣି ବିକ୍ରି କରୁଥିବା ବେଳେ କୌଣସି ସୂତ୍ରରୁ ପୋଲିସ ଜାଣିପାରିଥିଲା। ଉକ୍ତ ଦୁଇଜଣ ଆଦିବାସୀ ମହିଳା ହୋଇଥିବାରୁ କେହି ସନ୍ଦେହ ନକରିବାରୁ ନିର୍ଭୟରେ ବେପାର କରି ଚାଲିଥିଲେ।

ଉଭୟ ଆଜି ମଦ ବିକ୍ରି କରୁଥିବା ବେଳେ ବାଣପୁର ଥାନା ଏସଆଇ ପ୍ରଦୀପ୍ତ କୁମାର ସ୍ୱାଇଁ ସେମାନଙ୍କୁ କାବୁ କରିଥିଲେ। ସେମାନଙ୍କ ପାଖରୁ ଏକ ସ୍କୁଟି ସହ ତିନି ବସ୍ତା ଦେଶୀମଦ ଜବତ କରିଥିଲେ। ଉଭୟଙ୍କ ବିରୁଦ୍ଧରେ ୪୦୬/୨୪ରେ ମୋକଦମା କରି କୋର୍ଟକୁ ଚାଲାଣ କରିଥିଲେ। ଜାମିନ ନାମଞ୍ଜୁର ହେବାରୁ ଉଭୟ ଜେଲ ଯାଇଥିବା ଜଣାପଡିଛି।

Related posts