Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ହତ୍ୟାକାଣ୍ଡ ମାମଲା: ଅଭିଯୁକ୍ତ ବିଧାୟକ ରମେଶ ଜେନା ନିର୍ଦ୍ଦୋଷରେ ଖଲାସ
ଅପରାଧ

ହତ୍ୟାକାଣ୍ଡ ମାମଲା: ଅଭିଯୁକ୍ତ ବିଧାୟକ ରମେଶ ଜେନା ନିର୍ଦ୍ଦୋଷରେ ଖଲାସ

January 23, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବଡ଼ବଜାର ଥାନା ଅର୍ନ୍ତଗତ ଫାଷ୍ଟ ଗେଟ୍ ନିକଟରେ ପାନ ଦୋକାନ କରିଥିବା ବୁବୁ ବେହେରା ନାମକ ଜଣେ ଯୁବକଙ୍କୁ ଆତର୍କିତ ଭାବେ ଆକ୍ରମଣ କରାଯାଇଥିଲା। ଯାହା ଫଳରେ ତାଙ୍କର ଜଣେ ସାଙ୍ଗ ଆହତ ହୋଇଥିବା ବେଳେ ବୁବୁ ପ୍ରାଣ ବିକଳରେ ଦୋକାନରୁ ଓହ୍ଲାଇ ଦୌଡ଼ି ପଳାଇଥିଲେ। କିନ୍ତୁ ଆକ୍ରମଣକାରୀ ଯୁବକ ମାନେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣି ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲେ।

ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ଓ ଚିକିତ୍ସାଧୀନ ଅବସ୍ଥାରେ ବୁବୁଙ୍କୁ ଡ଼ାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ଖବର ପାଇ ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ମୃତ ବୁବୁଙ୍କ ଜ୍ୱାଇଁ ଠାରୁ ଅଭିଯୋଗ ପାଇ ଅଭିଯୁକ୍ତ ୧୧ ଜଣଙ୍କ ବିରୋଧରେ ମକଦ୍ଦମା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରାଯାଇଥିଲା। କିଛି ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହା ମଧ୍ୟରେ ଅଭିଯୁକ୍ତ ଗୋପାଳ ବେହେରା ପାରୋଲରେ ଆସି ଫେରାର ଥିବା ବେଳେ ବାଲାଜୀ ସେଠୀ ଜାମିନରେ ଆସି ଫେରାର ହୋଇଯାଇଛି।

ଅନ୍ୟ ଅଭିଯୁକ୍ତ ମାନଙ୍କ ବିଚାର କରି ବ୍ରହ୍ମପୁର ଅତିରିକ୍ତ ଜିଲ୍ଳା ଜଜ୍ ବିଶ୍ଵଜିତ ଗୌତମ ବିଧାୟକ ରମେଶ ଜେନା, ସନ୍ତୋଷ ପାଣିଗ୍ରାହୀ ଓ ଜଗନ୍ନାଥ ବେହେରାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଅନ୍ୟ ଅଭିଯୁକ୍ତ ସୁନୀଲ ଗୌଡ, ଅନୀଲ ରେଡ଼ି, ଦୀପକ୍ ସିଂ ଓ ରବି ମହାକୁଡ଼କୁ ଆଜୀବନ କାରାଦଣ୍ଡ ଆଦେଶ ଶୁଣାଇଛନ୍ତି। ଅନ୍ୟ ଅଭିଯୁକ୍ତ ମାନଙ୍କର ବିଚାର ପରେ ହେବ ବୋଲି ସୁଚନା ମିଳିଛି।

ନିର୍ଦ୍ଦୋଷରେ ଖଲାସ ବଡ଼ବଜାର ଥାନା ବିଧାୟକ ରମେଶ ଜେନା ହତ୍ୟାକାଣ୍ଡ ମାମଲା
Share. Facebook Twitter LinkedIn Email WhatsApp Copy Link

Related Posts

ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିଲା ମହିଳା କଂଗ୍ରେସ

July 19, 2025

ଜୁଲାଇ ୨୧-୨୨ ରେ ଭୁବନେଶ୍ୱରରେ ଶିବିର ଆୟୋଜନ କରିବେ ଜାତୀୟ ମାନବାଧିକାର କମିଶନ

July 19, 2025

ଆଇଆଇଟି ପାଲକ୍କଡର ୭ମ ସମାବର୍ତ୍ତନ ସମାରୋହରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

July 19, 2025

ଛାତ୍ରୀମାନଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ରାଜ୍ୟ ସରକାର ତତ୍ପର: ‘ଶକ୍ତିଶ୍ରୀ କାର୍ଯ୍ୟକ୍ରମ’ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

July 19, 2025
Latest News

ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିଲା ମହିଳା କଂଗ୍ରେସ

July 19, 2025

ଜୁଲାଇ ୨୧-୨୨ ରେ ଭୁବନେଶ୍ୱରରେ ଶିବିର ଆୟୋଜନ କରିବେ ଜାତୀୟ ମାନବାଧିକାର କମିଶନ

July 19, 2025

ଆଇଆଇଟି ପାଲକ୍କଡର ୭ମ ସମାବର୍ତ୍ତନ ସମାରୋହରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

July 19, 2025

ଛାତ୍ରୀମାନଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ରାଜ୍ୟ ସରକାର ତତ୍ପର: ‘ଶକ୍ତିଶ୍ରୀ କାର୍ଯ୍ୟକ୍ରମ’ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

July 19, 2025

ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ପୂର୍ବରୁ ଏହି ମୁସଲିମ ଦେଶକୁ ମିଳିଲା ବିଶେଷ ଉପହାର ମିଳିଛି: ପାକିସ୍ତାନ ପାଇଁ ବିପଦ!

July 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.