![](https://thesamikhsya.com/odia/wp-content/uploads/2025/02/delet-84.jpg)
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ନିମଖଣ୍ଡି ଥାନା ଅର୍ନ୍ତଗତ ଫୁଲଟା ଗ୍ରାମର ଦୀପକ୍ ପ୍ରଧାନ ଓ ପ୍ରଶାନ୍ତ କୁମାର ନାହାକ ନାମକ ଦୁଇ ଯୁବକକୁ ନିମଖଣ୍ଡି ଥାନା ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି। ଉକ୍ତ ଅଭିଯୁକ୍ତ ଦ୍ୱୟ ବିଗତ ଦିନରେ ୭ ଜଣ ଲୋକଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ବୋଲି ଥାନାରେ ଅଭିଯୋଗ ହୋଇଥିଲା। ଏତଦବ୍ୟତୀତ ଉଭୟଙ୍କ ନାମରେ ଆହୁରି କିଛି ମାମଲା ଜଡିତ ଥିବାର ସୁଚନା ମିଳୁଛି। ଗିରଫ ଯୁବକଙ୍କ ଠାରୁ ପୋଲିସ ଗୋଟିଏ ଖଣ୍ଡା ଓ ଠେଙ୍ଗା ଜବତ କରିଛି।