ହଳଦିଆ ପଦର ଆକ୍ରମଣ ଘଟଣାରେ ୩ ଗିରଫ, ମାରଣାସ୍ତ୍ର ଜବତ

Published: Feb 11, 2025, 1:27 pm IST

ବ୍ରହ୍ମପୁର(କୈଳାସ ଚନ୍ଦ୍ର ଚୌଧୁରୀ): ଗତ ୭ ତାରିଖ ସନ୍ଧ୍ୟାରେ ଗୋଳନ୍ଥରା ଥାନା ଅର୍ନ୍ତଗତ ହଳଦିଆ ପଦର ଠାରେ ଘଟିଯାଇଥିବା ମାରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସ ବିଭିନ୍ନ ସ୍ଥାନରେ ଛାନବିନ୍ କରି ୩ ଅଭିଯୁକ୍ତ ଯଥା ସୁବାଷ ଦାସ୍, ସଦାନନ୍ଦ ଦାସ ଓ ଆଶିଷ ଦଳେଇ କୁ କେଶପୁର ଟୋଲ୍ ଗେଟ୍ ନିକଟରୁ କାବୁ କରି ବିଭିନ୍ନ ଅପରାଧୀକ ମାମଲାରେ ଗିରଫ କରିଛି। ଏତଦବ୍ୟତୀତ ଉକ୍ତ ଅଭିଯୁକ୍ତଙ୍କ ନିକଟରୁ ଦୁଇଟି ଖଣ୍ଡା ଓ ଦୁଇଟି ମୋଟରସାଇକେଲ ଜବତ କରିଛନ୍ତି। ଏଥି ସହିତ ଉକ୍ତ ମାମଲାରେ ପରୋକ୍ଷ ଭାବେ ଜଡ଼ିତ ସନ୍ଦେହରେ ତିନି ଜଣଙ୍କୁ ବିଭିନ୍ନ ସ୍ଥାନରୁ ଉଠାଇ ଆଣି ଥାନା ରେ ରଖି ପଚରାଉଚରା କରୁଛନ୍ତିି।

Related posts