
ବାଲୁଗାଁ: ବାଲୁଗାଁ ଆରପିଏଫ ଆଇଆଇସି ଜିତେନ୍ଦ୍ର ମୌର୍ଯ୍ୟଙ୍କ ନେତୃତ୍ୱରେ ରେଳ ସୁରକ୍ଷା ବଳ ପକ୍ଷରୁ ଖଲ୍ଲିକୋଟ ରେଳ ଷ୍ଟେସନରେ ଚଢ଼ାଉ କରି ୯.୮ କେଜି ଗଞ୍ଜେଇ ଜବତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଛି। ଚଢ଼ାଉ ସମୟରେ ସଂନ୍ଦିଗ୍ଧଙ୍କ ନିକଟରୁ ଦୁଇଟି ବ୍ୟାଗ ଜବତ ହୋଇଥିଲା। ତଲାସୀ ନେବାରୁ ସେଥିରୁ ୯.୮କେଜି ଗଞ୍ଜେଇ ଜବତ ହୋଇଥିଲା।ଯାହାର ଆନୁମାନିକ ମୂଲ୍ୟ ୯୮ ହଜାର ଟଙ୍କା ହେବ ବୋଲି ଜଣାପଡିଛି।
ଗିରଫ ଅଭିଯୁକ୍ତ ଜଣକ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଅଞ୍ଚଳର ଇନ୍ଦ୍ର ଗୌଡ଼ଙ୍କ ପୁଅ ସାଗର ଗୌଡ଼(୨୪)।ଅଭିଯୁକ୍ତ ସାଗର ଏହି ଗଞ୍ଜେଇ ବାଲୁଗାଁରୁ ଅହମଦାବାଦ ଚାଲାଣ କରିବାପାଇଁ ଯୋଜନା କରିଥିବା ବେଳେ ଖଲ୍ଲିକୋଟ ଷ୍ଟେସନ ୧ ନଂ ପ୍ଲାଟଫର୍ମରେ ଟ୍ରେନକୁ ଅପେକ୍ଷା କରିଥିଲେ। ଜବତ ଗଞ୍ଜେଇ ସହ ଅଭିଯୁକ୍ତ ବିରୁଦ୍ଧରେ କେଶ ନଂ ୨୯/୨୫ ରେ ମାମଲା ରୁଜୁ କରି ବ୍ରହ୍ମପୁର ଜିଆରପିକୁ ହସ୍ତାନ୍ତର କରାଯାଇଥିବା ଆରପିଏଫ ଆଇଆଇସି ଶ୍ରୀ ମୌର୍ଯ୍ୟ କହିଛନ୍ତି।