ବସଷ୍ଟାଣ୍ଡରୁ ଗଞ୍ଜେଇ ଜବତ: ଦୁଇ ଆନ୍ତରାଜ୍ୟ ବ୍ୟବସାୟୀଙ୍କୁ ଗିରଫ କଲା କୋଦଳା ପୋଲିସ

Published: May 28, 2025, 7:58 pm IST

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): କୋଦଳା ଥାନା ଅର୍ନ୍ତଗତ କଞ୍ଚଣା ବସଷ୍ଟାଣ୍ଡରୁ ପୋଲିସ ଗଞ୍ଜେଇ ଜବତ କରିଛି। ଏହା ସହ ଅଭିଯୁକ୍ତ ଦୁଇ ଯୁବକକୁ ପୋଲିସ ଗିରଫ କରିଛି।

ସୂଚନା ଅନୁଯାୟୀ, କଞ୍ଚଣା ବସଷ୍ଟାଣ୍ଡରେ ଦୁଇ ଯୁବକଙ୍କୁ ପୋଲିସ ସନ୍ଦେହ ପ୍ରକଟ କରି ଅଟକାଇଥିଲା। ସେତେବେଳେ ତଲାସୀ ନେବା ବେଳେ ସେମାନଙ୍କଠାରୁ ୨୩ କିଲୋ ଗଞ୍ଜେଇ ଓ ୩ ଟି ମୋବାଇଲ ଫୋନ ଜବତ କରିଥିଲା। ଉଭୟଙ୍କୁ ଥାନାରେ ରଖି ଜେରା କରିବା ବେଳେ ସେମାନେ ବାହାର ରାଜ୍ୟକୁ ପଠାଇବା ପାଇଁ ଅପେକ୍ଷା କରିଥିବା କହିଥିଲେ।

ଉକ୍ତ ଦୁଇ ଯୁବକ ଉତ୍ତରପ୍ରଦେଶ ଅଯୋଧ୍ୟା ଜିଲ୍ଲାର ଆଲୋକ ସିଂ ଓ ସୁଲତାନ ପୁର ଜିଲ୍ଲାର ଶିଭମ୍ ଦୁବେ ବୋଲି ଜଣାପଡିଛି। ଉକ୍ତ ଦୁଇ ଯୁବକ ପୋଲିସ ମାମଲା ନଂ ୩୨୫/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି ଏନ୍ ଡି ପି ଏସ୍ ଦଫା ୨୧ ଅନୁଯାୟୀ କୋର୍ଟ ଚାଲାଣ କରିଛନ୍ତି।

Related posts