Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଚିଲିକା ମଝିରେ ଗୁଳି ମାଡ଼: ଜଣେ ଗୁରୁତର, ଡଙ୍ଗାରୁ ଡେଇଁ ଜୀବନ ବଞ୍ଚାଇଲେ ଦୁଇ ମତ୍ସଜୀବୀ
ଅପରାଧ

ଚିଲିକା ମଝିରେ ଗୁଳି ମାଡ଼: ଜଣେ ଗୁରୁତର, ଡଙ୍ଗାରୁ ଡେଇଁ ଜୀବନ ବଞ୍ଚାଇଲେ ଦୁଇ ମତ୍ସଜୀବୀ

June 26, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଲୁଗାଁ: ବୁଧବାର ରାତିରେ ଚିଲିକାରେ ମାଛ ମାରୁଥିବା ସମୟରେ ମତ୍ସ୍ୟଜୀବୀ ଉପରକୁ ଗୁଳି ମାଡ଼ରେ ଜଣେ ଗୁରୁତର ହେଇଥିବା ବେଳେ ଦୁଇ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଖବର ମୁତାବକ ଅଠରବାଟିଆ ପଞ୍ଚାୟତ ଅନ୍ତର୍ଗତ ଚନ୍ଦ୍ରାପୁଟ ଗ୍ରାମର ତିନି ଜଣ ମତ୍ସ୍ୟଜୀବୀ ଗତକାଲି ରାତିରେ ଏକ ଯନ୍ତ୍ରଚାଳିତ ଡଙ୍ଗାରେ ଚିଲିକାରେ ମାଛ ଧରୁଥିବା ସମୟରେ କୃଷ୍ଣପ୍ରସାଦ ଥାନା ଅନ୍ତର୍ଗତ ତ୍ରିଛଣ ସିପିଆ ନିକଟରେ କିଛି ଅଣମତ୍ସ୍ୟଜୀବୀ ଅଚାନକ ସେମାନଙ୍କ ଉପରକୁ ଦେଶୀ ବନ୍ଧୁକରେ ଗୁଳି ମାଡ଼ କରିଥିବା ଅଭିଯୋଗ କରିଛନ୍ତି।

ଦୁଇ ଜଣ ଜୀବନ ବିକଳରେ ଡଙ୍ଗାରୁ ଚିଲିକାକୁ ଡେଇଁ ପଡିଥିବା ବେଳେ ଜଣଙ୍କ ବାମ ଗୋଡ଼ରେ ଗୁଳି ବାଜିଥିଲା। ଏହାପରେ ଅନ୍ୟ ସହଯୋଗୀଙ୍କ ସହାୟତାରେ ଆହତ ମତ୍ସ୍ୟଜୀବୀକୁ ରକ୍ତାକ୍ତ ଅବସ୍ଥାରେ ସେହି ଡ଼ଙ୍ଗାରେ ଆଣି ଆଜି ସକାଳୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଆହତ ଜଣକ ଚନ୍ଦ୍ରାପୁଟ ଗ୍ରାମର ବୁଦ୍ଧିଆ ଜାଲିଙ୍କ ପୁଅ ବୀର ଜାଲି(୪୫) ବୋଲି ଜଣାପଡିଛି।

ଉକ୍ତ ଘଟଣା ନେଇ ପରିବାର ପକ୍ଷରୁ ନାଭାଲ ଫାଣ୍ଡିରେ ଲିଖିତ ଅଭିଯୋଗ କରାଯାଇଛି।

ଅଠରବାଟିଆ ପଞ୍ଚାୟତ ଗୁଳି ମାଡ ଚନ୍ଦ୍ରାପୁଟ ଗ୍ରାମ ଚିଲିକା
Share. Facebook Twitter LinkedIn Email WhatsApp Copy Link

Related Posts

“ସଂଖ୍ୟାଗୁଡ଼ିକ ଚିନ୍ତାଜନକ”: SIR ଉପରେ ପ୍ରଶ୍ନ କଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ

August 25, 2026

ବାଲୁଗାଁ: ମହିଳା ସଶକ୍ତିକରଣ ସଚେତନତା ଆଲୋଚନାଚକ୍ର

August 25, 2026

ସଂସଦ କମିଟି ବୈଠକରେ ହଟ୍ଟଗୋଳ: ପେଲେଟ୍ ଗନ୍ ଉପରେ ଆଲୋଚନା ପାଇଁ ଦାବି

August 25, 2026

ଏବେ ଶସ୍ତା ହେଲା ଚିନି: ଗୋଟିଏ ଝଟକାରେ ମୂଲ୍ୟ ୧୮% କୁ ହ୍ରାସ

August 25, 2026
Latest News

“ସଂଖ୍ୟାଗୁଡ଼ିକ ଚିନ୍ତାଜନକ”: SIR ଉପରେ ପ୍ରଶ୍ନ କଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ

August 25, 2026

ବାଲୁଗାଁ: ମହିଳା ସଶକ୍ତିକରଣ ସଚେତନତା ଆଲୋଚନାଚକ୍ର

August 25, 2026

ଯୁଦ୍ଧ ସମୟରେ କ୍ଷେପଣାସ୍ତ୍ରର ଅଭାବ ରହିବ ନାହିଁ: ବଡ଼ ନିଷ୍ପତ୍ତି ନେଲା ପ୍ରତିରକ୍ଷା ମନ୍ତ୍ରଣାଳୟ

August 25, 2026

ସଂସଦ କମିଟି ବୈଠକରେ ହଟ୍ଟଗୋଳ: ପେଲେଟ୍ ଗନ୍ ଉପରେ ଆଲୋଚନା ପାଇଁ ଦାବି

August 25, 2026

ଏବେ ଶସ୍ତା ହେଲା ଚିନି: ଗୋଟିଏ ଝଟକାରେ ମୂଲ୍ୟ ୧୮% କୁ ହ୍ରାସ

August 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.