ବାଲୁଗାଁ/ବାଣପୁର: ବାଲୁଗାଁ ଅବକାରୀ ଅଧିକାରୀ ସୁଜିତ କୁମାର ମୁଦୁଲିଙ୍କ ନେତୃତ୍ୱରେ ବାଣପୁର ଥାନା ଅଞ୍ଚଳରେ ଚଢ଼ାଉ କରି ୬୨୦ ଲିଟର ଦେଶୀମଦ ଓ ୮୧ ଲିଟର ଜିଞ୍ଜର ଜବତ କରିବାସହ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ବାଣପୁର ଥାନା ଅନ୍ତର୍ଗତ କାନ୍ଦୁଲି ସାହିର ଶ୍ରୀଧର ଶବର। ଅଭିଯୁକ୍ତ ଶବର ନିଜ ଘରେ ଦେଶୀମଦ ଓ ଜିଞ୍ଜର ରଖି ବେପାର କରୁଥିବା କୌଣସି ସୂତ୍ରରୁ ଅବକାରୀ ବିଭାଗ ଖବର ପାଇ ଅତର୍କିତ ଭାବେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ୪୫୦ ମିଲିଲିଟର ବିଶିଷ୍ଟ ୧୮୦ ବୋତଲ ଜିଞ୍ଜର ଏବଂ ୬୨୦ ଲିଟର ଦେଶୀମାଦ ଜବତ କରାଯାଇଥିଲା।ଗିରଫ ଅଭିଯୁକ୍ତଙ୍କ ବିରୁଦ୍ଧରେ କେଶ ନଂ ୮୬/୨୫-୨୬ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଅଧିକାରୀ ଶ୍ରୀ ମୁଦୁଲି କହିଛନ୍ତି।
ଏହି ଚଢ଼ାଉରେ ବାଲୁଗାଁ ଅବକାରୀ ଅଧିକାରୀ ଶ୍ରୀ ମୁଦୁଲିଙ୍କ ସମେତ ଏସଆଇ ରାମଚନ୍ଦ୍ର ଜେନା, ଏସଆଇ ମୀନକେତନ ମହାଳିକ, କନେଷ୍ଟବଳ ମନୋଜ କୁମାର ଜୟସିଂ, ରଞ୍ଜିତ ପଟେଲ, ସୁନିତା ମହାରଣା, ସ୍ୱପ୍ନାରାଣୀ ବେହେରା, ବାଣପୁର ପୋଲିସ ଓ ଖୋର୍ଦ୍ଧା ଏପିଆର ଫୋର୍ସ ପ୍ରମୁଖ ସାମିଲ ଥିଲେ।