Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ମହାରାଷ୍ଟ୍ରରେ ମହିଳାମାନଙ୍କର ଯୋଜନା ବଡ଼ ଠକେଇ!: ଲାଭ ନେଉଛନ୍ତି ୧୪୦୦୦ ପୁରୁଷ
ଅପରାଧ

ମହାରାଷ୍ଟ୍ରରେ ମହିଳାମାନଙ୍କର ଯୋଜନା ବଡ଼ ଠକେଇ!: ଲାଭ ନେଉଛନ୍ତି ୧୪୦୦୦ ପୁରୁଷ

July 27, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ମଅଜିତ ପାୱାର
ମହାରାଷ୍ଟ୍ରରେ ବିମାନ ଦୁର୍ଘଟଣା: ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସମେତ ୬ ମୃତ

ମୁମ୍ବାଇ: ମହାରାଷ୍ଟ୍ର ସରକାରଙ୍କ ‘ଲାଡ଼କି ବହିନ ଯୋଜନା’, ଯାହାର ଲକ୍ଷ୍ୟ ଥିଲା ପ୍ରତି ମାସରେ ଆର୍ଥିକ ଦୁର୍ବଳ ମହିଳାଙ୍କୁ ୧୫୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବା, ଏବେ ଏହା ଠକେଇ ଯୋଗୁଁ ଚର୍ଚ୍ଚାକୁ ଆସିଛି।

ତଦନ୍ତରୁ ଜଣାପଡିଛି ଯେ, ପ୍ରାୟ ୧୪,୨୯୮ ପୁରୁଷ ଜାଲ୍ ଡକ୍ୟୁମେଣ୍ଟ ସାହାଯ୍ୟରେ ଏହି ଯୋଜନାର ଲାଭ ଉଠାଇ ସରକାରୀ ରାଜକୋଷକୁ ପ୍ରାୟ ୨୧.୪୪ କୋଟି ଟଙ୍କା କ୍ଷତି ପହଞ୍ଚାଇଛନ୍ତି। ପ୍ରକାଶ ଯେ, ଏହି ଯୋଜନା ଅଗଷ୍ଟ ୨୦୨୪ ରେ ଆରମ୍ଭ ହୋଇଥିଲା।

ଏହି ଯୋଜନାର ଅଡିଟ୍ ସମୟରେ ଜଣାପଡିଥିଲା ଯେ ଅନେକ ପୁରୁଷ ଜାଲ୍ ଆଧାର କିମ୍ବା ଡକ୍ୟୁମେଣ୍ଟ ମାଧ୍ୟମରେ ନିଜକୁ ମହିଳା ବୋଲି ଦାବି କରି ଯୋଜନାରେ ପଞ୍ଜୀକୃତ କରିଥିଲେ ଏବଂ ପ୍ରତି ମାସରେ ଆର୍ଥିକ ଲାଭ ନେଉଥିଲେ।

ଏହାର ଖୁଲାସା ହେବା ପରେ ଲୋକମାନେ ପ୍ରଶ୍ନ କରିବା ଆରମ୍ଭ କରିଛନ୍ତି ଯେ, ଆବେଦନ ଯାଞ୍ଚ ପ୍ରକ୍ରିୟା ଏତେ ଦୁର୍ବଳ କିପରି ଥିଲା ଏବଂ ସମଗ୍ର ବ୍ୟବସ୍ଥା ତଦାରଖ କରିବାରେ କିପରି ବିଫଳ ହେଲା?

ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ସ୍ପଷ୍ଟ ଭାବରେ କହିଥିଲେ ଯେ, ଠକେଇ କରି ଲାଭ ନେଇଥିବା ପୁରୁଷଙ୍କଠାରୁ ଟଙ୍କା ଆଦାୟ କରାଯିବ ଏବଂ ଯଦି ସେମାନେ ସହଯୋଗ ନ କରନ୍ତି, ତେବେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଏହା ସହିତ ସରକାରୀ ଚାକିରିରେ ଥିବା ଏବଂ ଯୋଜନାର ସର୍ତ୍ତାବଳୀ ଅନୁଯାୟୀ ଯୋଗ୍ୟ ନଥିବା ହିତାଧିକାରୀଙ୍କ ତାଲିକାରେ କିଛି ମହିଳା ଥିଲେ; ସେମାନଙ୍କ ନାମ ପୂର୍ବରୁ ହଟାଇ ଦିଆଯାଇଛି। ପୂର୍ବରୁ ମହାରାଷ୍ଟ୍ରରେ ସାନିଟାରୀ ନାପକିନ ସବସିଡି ଏବଂ ଶିବ ଭୋଜନ ଥାଳି ଭଳି ଯୋଜନାରେ ଅଯୋଗ୍ୟ ଲୋକଙ୍କ ନାମରେ ଟଙ୍କା ନେବା ଘଟଣା ମଧ୍ୟ ସାମ୍ନାକୁ ଆସିଥିଲା।

ajit pawar Maharashtra News
Share. Facebook Twitter LinkedIn Email WhatsApp Copy Link

Related Posts

ହାଇୱାକୁ ପିଟିଲା ବିଏମଡବ୍ଲୁ କାର,୨ ମୃତ

June 13, 2026

ଘରଭଡ଼ା ନିୟମରେ ବଡ଼ ପରିବର୍ତ୍ତନ, ଆସୁଛି ନୂଆ ଆଇନ

June 13, 2026

DG ପଦବୀ ପାଇଁ ୩୩ IPS ମନୋନୀତ : ଓଡ଼ିଶା କ୍ୟାଡରର ଦୁଇ ବରିଷ୍ଠ ଅଧିକାରୀ ସ୍ଥାନ ପାଇଲେ

June 13, 2026

ଜୁନ ୨୫ରୁ ୨୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ତୃତୀୟ ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ

June 13, 2026
Latest News

ହାଇୱାକୁ ପିଟିଲା ବିଏମଡବ୍ଲୁ କାର,୨ ମୃତ

June 13, 2026

ଘରଭଡ଼ା ନିୟମରେ ବଡ଼ ପରିବର୍ତ୍ତନ, ଆସୁଛି ନୂଆ ଆଇନ

June 13, 2026

DG ପଦବୀ ପାଇଁ ୩୩ IPS ମନୋନୀତ : ଓଡ଼ିଶା କ୍ୟାଡରର ଦୁଇ ବରିଷ୍ଠ ଅଧିକାରୀ ସ୍ଥାନ ପାଇଲେ

June 13, 2026

ଜୁନ ୨୫ରୁ ୨୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ତୃତୀୟ ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ

June 13, 2026

ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମାଥ୍‌ମାଟିକ୍ସ- ଏକାମ୍ର କାନନ ୬ ଲେନ୍ ବିଶିଷ୍ଟ ରାସ୍ତା ଉଦ୍‌ଘାଟନ

June 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.