ନୂଆଦିଲ୍ଲୀ: ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅର୍ନ୍ତଗତ ଖଣ୍ଡରାବଳି ଗ୍ରାମର ବାବୁ ବିଷୋୟୀଙ୍କ ନାବାଳକ ପୁତ୍ର ଗତ ୩ ଦିନ ଧରି ନିଖୋଜ ଥିଲେ। ଏନେଇ ମା ଗାଙ୍ଗପୁର ଥାନାରେ ଅଭିଯୋଗ କରିଥିଲେ। ଗତକାଲି ସନ୍ଧ୍ୟାରେ ରାମନାପଲୀ ଆଶ୍ରମ ନିକଟରେ ଏକ ଶବ ପଡ଼ିଥିବା ଗାଇ ଚରାଳି ମାନେ ଦେଖି ଗାଁ ଲୋକଙ୍କୁ ଜଣାଇଲେ। ମୃତ ବାଳକର ମା’ ମୃତଦେହ ଚିହ୍ନଟ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିଥିଲା। ପୋଲିସ ଏକ ଅପମୃତ୍ୟୁ ମାମଲା ନଂ ୫୫୪/୨୫ ରୁଜୁ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି ଓ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।