ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜେଇ ଚାଲାଣ ବେଳେ ଦୁଇ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଅବକାରୀ ବିଭାଗ ଅଟକ ରଖିଥିବା ବେଳେ ସେମାନଙ୍କ ନିକଟରୁ ଗୋଟିଏ କାର୍ ଓ ମୋଟରସାଇକେଲ ସମେତ ଗଞ୍ଜେଇ ଜବତ କରାଯାଇଛି।
ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବ୍ରହ୍ମପୁର ଅବକାରୀ ବିଭାଗ ଯୁଗ୍ମ ଆୟୁକ୍ତଙ୍କ ନିର୍ଦ୍ଦେଶକ୍ରମେ ବିଭାଗୀୟ ଉପ ଅଧ୍ୟକ୍ଷ ଶୃତି କାନ୍ତ ରାଉତ ନିଜ କର୍ମଚାରୀଙ୍କ ସହ ଧରାକୋଟ ଥାନ ଅନ୍ତର୍ଗତ ମୁଣ୍ଡମରାଇ ଗ୍ରାମ ଛକରେ ଛକି ରହିଥିଲେ। ଏହି ସମୟରେ ସନ୍ଦିଗ୍ଧ ଭାବେ ଏକ ହୋଣ୍ଡା ମୋଟରସାଇକେଲକୁ ଅଟକାଇ ଅବକାରୀ ବିଭାଗ ଜେରା କରିଥିଲା। ଏହା ସହିତ ପଛରେ ଆସୁଥିବା ଏକ ହୋଣ୍ଡା କାରକୁ ମଧ୍ୟ ଅଟକାଇ ଯାଞ୍ଚ କରାଯାଇଥିଲା। ତେବେ ଯାଞ୍ଚ ବେଳେ କାରରୁ ପ୍ରାୟ ୩୦ କିଲୋ ଗଞ୍ଜେଇ ଜବତ କରାଯାଇଥିଲା।
ଉକ୍ତ କାର୍ ମଧ୍ୟରୁ ଦୁଇଟି ଆର୍ ସି ବହି, ଦୁଇଟି ଡ୍ରାଇଭିଂ ଲାଇସେନ୍ସ, ଦୁଇଟି ମୋବାଇଲ ଫୋନ ଜବତ୍ ସହ ଚାଲାଣ ଅଭିଯୁକ୍ତ ଦୁଇଜଣ ଯୁବକ କପିଳାସ ଦିଗାଲ ଓ ତରୁଣ ଯେନାଙ୍କୁ ମାମଲା ନଂ ୪୩୩/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି ଗିରଫ କରାଯାଇଥିଲା।