ଭଦ୍ରକ: ଭଦ୍ରକ ଜିଲ୍ଲାରେ ନକଲି ମୋବାଇଲ ସିମ୍ କାର୍ଡ ବିକ୍ରି ଅଭିଯୋଗରେ ଦିଲ୍ଲୀ ପୋଲିସ୍ ୨ ଜଣଙ୍କୁ ଗିରଫ କରିଛି। ଏନେଇ ଏକ ସାମ୍ୱାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଭଦ୍ରକ ଏସପି ମନୋଜ କୁମାର ରାଉତ। ଜିଲ୍ଲାର ମଞ୍ଜୁରୀ ରୋଡ ବଜାରରେ ମୋବାଇଲ ଦୋକାନ କରି ସନ୍ତୋଷ ଖାଣ୍ଡାଇ ନକଲି ସୀମ କାର୍ଡ ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା। ଅନ୍ୟ ଜଣେ ହେଉଛନ୍ତି ବନ୍ତ ବ୍ଲକ ତରାଗ ଗ୍ରାମର ମହେଶ୍ୱର ପୁଣ୍ଟିଆ। ଉଭୟଙ୍କୁ ଟ୍ରାଞ୍ଜିଟ ରିମାଣ୍ଡରେ ଦିଲ୍ଲୀ ନିଆଯାଇଛି। ନୂଆ ସିମ କାର୍ଡ କିଣିବାକୁ ଆସୁଥିବା ଗ୍ରାହକଙ୍କ ଅଜାଣତରେ ତାଙ୍କର ଆଧାର କାର୍ଡ ବ୍ୟବହାର କରି ଉଚ୍ଚ ଦରରେ ବେନାମୀ ଲୋକଙ୍କୁ ସିମ ବିକ୍ରୟ କରୁଥିବା ଦିଲ୍ଲୀ ସାହିନ ବାଗ ଥାନାରେ ଏକ ମାମଲା ରୁଜୁ ହୋଇଥିଲା।


