(କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ କୁସୁପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଯାହାକି ବରଯାତ୍ରୀ ଶୋଭାଯାତ୍ରା ବେଳେ କିଛି ଯୁବକ ହଠାତ୍ ଅତର୍କିତ ଭାବେ ବରଯାତ୍ରୀରେ ସାମିଲ ରୋହିତ ନାହାକ ନାମକ ଜଣେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। ଖବର ପାଇ ଘଟଣାସ୍ଥଳରେ ଗାଁ ଲୋକ ପହଞ୍ଚିଥିଲେ। କିନ୍ତୁ ଆକ୍ରମଣକାରୀ ଯୁବକମାନେ ଆଉ ଦୁଇ ଜଣଙ୍କୁ ଆକ୍ରମଣ କରିଥିଲେ। ଏହାପରେ ନିକଟରେ ଛିଡ଼ା ହୋଇଥିବା ସମିତି ସଭ୍ୟ ପ୍ରକାଶ ନାହାକକୁ ଗାଳି ଗୁଲଜ କରିବା ସହ ତାଙ୍କୁ ଘରୁ ଘୋଷାଡ଼ି ଆଣି ଖଣ୍ଡାରେ ଆକ୍ରମଣ କରି ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲେ।
ଖବର ପାଇ ଥାନା ଅଧିକାରୀ ରାଜେଶ ନାୟକ ଘଟଣାସ୍ଥଳରେ ପହଁଞ୍ଚି ଆହତ ମାନଙ୍କୁ ଚିକିତ୍ସା ପାଇଁ ପ୍ରଥମେ ପୁରୁଷୋତ୍ତମ ପୁର ଡାକ୍ତରଖାନାକୁ ପଠାଇଥିଲେ। ପରେ ସମତାଙ୍କୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସଙ୍ଗେ ସଙ୍ଗେ ତନାଘନା କରି ଆକ୍ରମଣକାରୀ ୫ ଜଣ ଯୁବକଙ୍କୁ ଥାନାରେ ଅଟକ ରଖି ପୋଲିସ ପଚରାଉଚରା କରୁଛି। ଏହି ସବୁ ଘଟଣା ପୁର୍ବ ରାଜନୈତିକ ଶତ୍ରୁତା କାରଣରୁ ହୋଇଛି ବୋଲି ଅଞ୍ଚଳବାସୀ କହିଛନ୍ତି।


