Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»‘ଅପରେସନ ସାଇବର କବଚ’ର ନବମ ଦିନ: ୧୪୬ ଅଭିଯୁକ୍ତ ଗିରଫ
ଅପରାଧ

‘ଅପରେସନ ସାଇବର କବଚ’ର ନବମ ଦିନ: ୧୪୬ ଅଭିଯୁକ୍ତ ଗିରଫ

February 22, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ସାଇବର ଗ୍ୟାଙ୍ଗ
ଅପରେସନ ସାଇବର କବଚ: ୩୩୬ ଅଭିଯୁକ୍ତ ଗିରଫ

ଭୁବନେଶ୍ଵର: ସାଇବର ଅପରାଧ ଉପରେ ଲଗାମ ଲଗାଇବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା ‘ଅପରେସନ ସାଇବର କବଚ’ ଜୋରଦାର ଭାବେ ଜାରି ରହିଛି।

ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶକ୍ରମେ ଏହି ବିଶେଷ ଅଭିଯାନକୁ ରାଜ୍ୟ ସାରା ତ୍ୱରାନ୍ୱିତ କରାଯାଇଛି। ଜିଲ୍ଲା ଏସ୍‌.ପି. ଓ ଡି.ସି.ପି.ମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ସାଇବର କ୍ରାଇମ୍ ୟୁନିଟ୍‌ମାନଙ୍କ ଦ୍ୱାରା ଏହି ଅଭିଯାନ ପରିଚାଳିତ ହେଉଛି। ସମଗ୍ର କାର୍ଯ୍ୟକ୍ରମକୁ ସାଇବର କ୍ରାଇମ୍ ୟୁନିଟ୍‌, ସିଆଇଡି କ୍ରାଇମ୍ ବ୍ରାଞ୍ଚ ସମନ୍ୱୟ କରୁଛି। ସାଇବର ଅପରାଧୀଙ୍କ ଆର୍ଥିକ ଢାଞ୍ଚାକୁ ସମୂଳେ ଧ୍ୱଂସ କରିବା ହେଉଛି ‘ଅପରେସନ ସାଇବର କବଚ’ର ମୁଖ୍ୟ ଲକ୍ଷ୍ୟ।

ଏପର୍ଯ୍ୟନ୍ତ ‘ଅପରେସନ ସାଇବର କବଚ’ ଅଧୀନରେ ସମଗ୍ର ରାଜ୍ୟରେ ମୋଟ ୨,୦୬୭ଟି ମ୍ୟୁଲ୍ (ବେନାମୀ) ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରାଯାଇଛି। ଏହା ସହ ମ୍ୟୁଲ୍ ବ୍ୟାଙ୍କ ଆକାଉଣ୍ଟ ସମ୍ପର୍କିତ ୧୬୬ଟି ସାଇବର ମାମଲା, ଚେକ୍ ଉଠାଣ ସମ୍ପର୍କିତ ୭ଟି ମାମଲା ଏବଂ ନକଲି ସିମ୍ PoS ସମ୍ପର୍କିତ ୭ଟି ମାମଲା ରୁଜୁ କରାଯାଇଛି। ଏହି ସମସ୍ତ ମାମଲାରେ ମୋଟ ୧୪୬ଜଣ ଅଭିଯୁକ୍ତ ଗିରଫ ହୋଇଥିବା ସହ ୬୦୯ଜଣ ସନ୍ଦିଗ୍ଧ ସହାୟକ ଓ ଆକାଉଣ୍ଟଧାରୀଙ୍କୁ (ନୂତନ ମାମଲା ଓ ୬୯ଟି ପୁରୁଣା ଏଫ୍‌.ଆଇ.ଆର୍‌ ସମ୍ପର୍କିତ) ଆଇନଗତ ନୋଟିସ୍ ଜାରି କରାଯାଇଛି।

ଏହି ଅଭିଯାନରେ ଜଗତସିଂହପୁର ଜିଲ୍ଲା ପୋଲିସ ୨ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୧ଟି ସାଇବର ମାମଲା ରୁଜୁ କରିଛି। ଯାଜପୁର ଜିଲ୍ଲା ପୋଲିସ ୪୭ଟି ଆକାଉଣ୍ଟ ଯାଞ୍ଚ କରି ୧ଟି ମାମଲା ରୁଜୁ କରି ୧ଜଣଙ୍କୁ ନୋଟିସ୍ ଜାରି କରିଛି। କେନ୍ଦ୍ରାପଡ଼ା ଜିଲ୍ଲା ପୋଲିସ ୭୧ଟି ଆକାଉଣ୍ଟ ଯାଞ୍ଚ କରି ୯ଟି ମାମଲା ରୁଜୁ କରି ୪୯ଜଣଙ୍କୁ ନୋଟିସ୍ ଜାରି କରିଛି। ଖୋର୍ଦ୍ଧା ଜିଲ୍ଲା ପୋଲିସ ୩୫ଟି ଆକାଉଣ୍ଟ ଯାଞ୍ଚ କରି ୩ଟି ମାମଲା ରୁଜୁ କରି ୨ଜଣଙ୍କୁ ନୋଟିସ୍ ଜାରି କରିଛି। ନୟାଗଡ଼ ଜିଲ୍ଲା ପୋଲିସ ୫ଟି ଆକାଉଣ୍ଟ ଯାଞ୍ଚ କରି ପୁରୁଣା ମାମଲାରେ ୫ଜଣଙ୍କୁ ନୋଟିସ୍ ଜାରି କରିଛି।

ସେହିପରି ଝାରସୁଗୁଡ଼ା ଜିଲ୍ଲା ପୋଲିସ ୩ଟି ଆକାଉଣ୍ଟ ଯାଞ୍ଚ କରି ୧ଟି ମାମଲା ରୁଜୁ କରି ୩ଜଣଙ୍କୁ ନୋଟିସ୍ ଜାରି କରିଛି। ସମ୍ବଲପୁର ଜିଲ୍ଲା ପୋଲିସ ୫୧ଟି ଆକାଉଣ୍ଟ ଯାଞ୍ଚ କରି ୧୪ଟି ମାମଲା ରୁଜୁ କରି ୧୯ଜଣ ଅଭିଯୁକ୍ତ ଗିରଫ କରିଥିବା ସହ ୩୮ଜଣଙ୍କୁ ନୋଟିସ୍ ଜାରି କରିଛି। କେନ୍ଦୁଝର ଜିଲ୍ଲା ପୋଲିସ ୧୦ଟି ଆକାଉଣ୍ଟ ଯାଞ୍ଚ କରି ୭ଟି ମାମଲା ରୁଜୁ କରି ୮ଜଣ ଅଭିଯୁକ୍ତ ଗିରଫ କରି ୬ଜଣଙ୍କୁ ନୋଟିସ୍ ଜାରି କରିଛି।

ରାଉରକେଲା ଜିଲ୍ଲା ପୋଲିସ ୬୨ଟି ଆକାଉଣ୍ଟ ଯାଞ୍ଚ କରି ୪ଟି ମାମଲା ରୁଜୁ କରି ୨ଜଣଙ୍କୁ ନୋଟିସ୍ ଜାରି କରିଛି। ସୁନ୍ଦରଗଡ଼ ଜିଲ୍ଲା ପୋଲିସ ୪୪ଟି ଆକାଉଣ୍ଟ ଯାଞ୍ଚ କରି ୨ଟି ମାମଲା ରୁଜୁ କରି ୩ଜଣଙ୍କୁ ନୋଟିସ୍ ଜାରି କରିଛି। ବାଲେଶ୍ୱର ଜିଲ୍ଲା ପୋଲିସ ୧୦ଟି ଆକାଉଣ୍ଟ ଯାଞ୍ଚ କରି ୩ଟି ମାମଲା ରୁଜୁ କରି ୧୦ଜଣଙ୍କୁ ନୋଟିସ୍ ଜାରି କରିଛି। ଭଦ୍ରକ ଜିଲ୍ଲା ପୋଲିସ ୧୪ଟି ଆକାଉଣ୍ଟ ଯାଞ୍ଚ କରି ୧ଟି ମାମଲା ରୁଜୁ କରି ୧ଜଣଙ୍କୁ ନୋଟିସ୍ ଜାରି କରିଛି। ମୟୂରଭଞ୍ଜ ଜିଲ୍ଲା ପୋଲିସ ୪୩ଟି ଆକାଉଣ୍ଟ ଯାଞ୍ଚ କରି ୯ଟି ମାମଲା ରୁଜୁ କରି ୪୩ଜଣଙ୍କୁ ନୋଟିସ୍ ଜାରି କରିଛି।

ଏହା ସହ ଗଜପତି ଜିଲ୍ଲା ପୋଲିସ ୩ଟି ଆକାଉଣ୍ଟ ଯାଞ୍ଚ କରି ୧ଟି ମାମଲା ରୁଜୁ କରିଛି। ଗଞ୍ଜାମ ଜିଲ୍ଲା ପୋଲିସ ୨୫ଟି ଆକାଉଣ୍ଟ ଯାଞ୍ଚ କରି ୫ଟି ମାମଲା ରୁଜୁ କରି ନୂତନ ଓ ପୁରୁଣା ମାମଲାରେ ୧୦ଜଣଙ୍କୁ ନୋଟିସ୍ ଜାରି କରିଛି। କଳାହାଣ୍ଡି ଜିଲ୍ଲା ପୋଲିସ ୨୯ଟି ଆକାଉଣ୍ଟ ଯାଞ୍ଚ କରି ମ୍ୟୁଲ୍ ଆକାଉଣ୍ଟ ସମ୍ପର୍କିତ ୩ଟି ଓ ଚେକ୍ ଉଠାଣ ସମ୍ପର୍କିତ ୧ଟି ମାମଲା ରୁଜୁ କରି ୧ଜଣ ଅଭିଯୁକ୍ତ ଗିରଫ କରିଛି ଏବଂ ୧୮ଜଣଙ୍କୁ ନୋଟିସ୍ ଜାରି କରିଛି। କୋରାପୁଟ ଜିଲ୍ଲା ପୋଲିସ ୧୨ଟି ଆକାଉଣ୍ଟ ଯାଞ୍ଚ କରି ୨ଟି ମାମଲା ରୁଜୁ କରି ୫ଜଣଙ୍କୁ ନୋଟିସ୍ ଜାରି କରିଛି। ମାଲକାନଗିରି ଜିଲ୍ଲା ପୋଲିସ ୫୨ଟି ଆକାଉଣ୍ଟ ଯାଞ୍ଚ କରି ୩ଟି ମାମଲା ରୁଜୁ କରିଛି।

ଏହା ସହିତ, କଟକ (ୟୁପିଡ଼ି) ଜିଲ୍ଲା ପୋଲିସ ୨ଟି ଆକାଉଣ୍ଟ ଯାଞ୍ଚ କରି ପୁରୁଣା ମାମଲାରେ ୨ଜଣଙ୍କୁ ନୋଟିସ୍ ଜାରି କରିଛି। ବ୍ରହ୍ମପୁର ଜିଲ୍ଲା ପୋଲିସ ୮ଟି ଆକାଉଣ୍ଟ ଯାଞ୍ଚ କରି ୮ଜଣଙ୍କୁ ନୋଟିସ୍ ଜାରି କରିଛି। ବୌଦ୍ଧ ଜିଲ୍ଲା ପୋଲିସ ୨ଟି ଆକାଉଣ୍ଟ ଯାଞ୍ଚ କରି ୩ଜଣଙ୍କୁ ନୋଟିସ୍ ଜାରି କରିଛି। କନ୍ଧମାଳ ଜିଲ୍ଲା ପୋଲିସ ୬ଟି ଆକାଉଣ୍ଟ ଯାଞ୍ଚ କରି ୪୩ଜଣଙ୍କୁ ନୋଟିସ୍ ଜାରି କରିଛି। ନବରଙ୍ଗପୁର ଜିଲ୍ଲା ପୋଲିସ ୭ଟି ଆକାଉଣ୍ଟ ଯାଞ୍ଚ କରି ୩ଜଣଙ୍କୁ ନୋଟିସ୍ ଜାରି କରିଛି।

ଏହା ସହ କଟକ ଜିଲ୍ଲା ପୋଲିସ ୨୩ଟି ବେନାମୀ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିଛି। ପୁରୀ ଜିଲ୍ଲା ପୋଲିସ ୧୦ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରିଛି। ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ୨ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରିଛି। ଅନୁଗୁଳ ଜିଲ୍ଲା ପୋଲିସ ୪ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରିଛି। ଦେଓଗଡ଼ ଜିଲ୍ଲା ପୋଲିସ ୧୭ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରିଛି। ଢେଙ୍କାନାଳ ଜିଲ୍ଲା ପୋଲିସ ୧୧ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରିଛି। ଏହା ସହ ରାୟଗଡ଼ା ଜିଲ୍ଲା ପୋଲିସ ୧ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରିଛି।

ରାଜ୍ୟର ସାଧାରଣ ଲୋକଙ୍କ ଡିଜିଟାଲ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ପୋଲିସ ସଦା ସର୍ବଦା ଦୃଢ଼ ସଂକଳ୍ପବଦ୍ଧ। ସାଇବର ଅପରାଧୀଙ୍କ ଆର୍ଥିକ କାରବାରକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ପାଇଁ ଏହି ଅଭିଯାନକୁ ଆଗାମୀ ଦିନରେ ଆହୁରି ବ୍ୟାପକ କରାଯିବ ବୋଲି ଡିଜିପି ଶ୍ରୀ ଖୁରାନିଆ ସୂଚନା ଦେଇଛନ୍ତି ।

ଅପରେସନ ସାଇବର କବଚ ଓଡିଶା ପୋଲିସ ଯୋଗେଶ ବାହାଦୁର ଖୁରାନିଆ ସାଇବର ଅପରାଧ
Share. Facebook Twitter LinkedIn Email WhatsApp Copy Link

Related Posts

ଇଞ୍ଜିନିୟରମାନଙ୍କ ପାଇଁ “ରାସାୟନିକ ପଦାର୍ଥ ପରିଚାଳନାରେ ସୁରକ୍ଷା” ପ୍ରଶିକ୍ଷଣ କାର୍ଯ୍ୟକ୍ରମ

March 14, 2026

ଦେଶରେ ପ୍ରଥମ ହେଲା ପୂର୍ବତଟ ରେଳପଥ: ବର୍ଷକରେ ପରିବହନ କଲା ୫୦୦ ମେଟ୍ରିକ ଟନ୍ ପଣ୍ୟ

March 14, 2026

ନୂଆଦିଲ୍ଲୀରେ ସମ୍ୱଲପୁରୀ ଗାୟକଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

March 14, 2026

ଓଡ଼ିଶାରେ ୩.୫ ଗୁଣରୁ ଅଧିକ ବେଗରେ କାର୍ଯ୍ୟକ୍ଷମ ହେଲା ନୂଆ ରେଳ ଟ୍ରାକ୍‌

March 14, 2026
Latest News

ଇଞ୍ଜିନିୟରମାନଙ୍କ ପାଇଁ “ରାସାୟନିକ ପଦାର୍ଥ ପରିଚାଳନାରେ ସୁରକ୍ଷା” ପ୍ରଶିକ୍ଷଣ କାର୍ଯ୍ୟକ୍ରମ

March 14, 2026

ଦେଶରେ ପ୍ରଥମ ହେଲା ପୂର୍ବତଟ ରେଳପଥ: ବର୍ଷକରେ ପରିବହନ କଲା ୫୦୦ ମେଟ୍ରିକ ଟନ୍ ପଣ୍ୟ

March 14, 2026

ନୂଆଦିଲ୍ଲୀରେ ସମ୍ୱଲପୁରୀ ଗାୟକଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

March 14, 2026

ଓଡ଼ିଶାରେ ୩.୫ ଗୁଣରୁ ଅଧିକ ବେଗରେ କାର୍ଯ୍ୟକ୍ଷମ ହେଲା ନୂଆ ରେଳ ଟ୍ରାକ୍‌

March 14, 2026

କଟକ-ଭୁବନେଶ୍ୱର ମଧ୍ୟରେ ପ୍ରତି ଅଧଘଣ୍ଟାରେ ଚାଲିବ ନମୋ ଭାରତ ଟ୍ରେନ: ରେଳମନ୍ତ୍ରୀ

March 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.