ଚିଲିକା/ବାଣପୁର: ବାଣପୁର ଅନ୍ତର୍ଗତ ନନ୍ଦପୁର ଗ୍ରାମ ପଞ୍ଚାୟତର ଭେଷରୀ ଗ୍ରାମରେ ବିଜେପି ବିଜେଡି ଦୁଇ ଗୋଷ୍ଠୀଙ୍କ ମୁଁହାମୁହିଁ ଗଣ୍ଡଗୋଳରେ ଜଣେ ଗୁରୁତର ହୋଇଥିବା ଖବର ହସ୍ତଗତ ହୋଇଛି। ଗୁରୁତର ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡିଛି।
ଖବରରୁ ଜଣାପଡିଛି ଉକ୍ତ ଗ୍ରାମରେ ଦୀର୍ଘଦିନ ଧରି ଉଭୟ ପକ୍ଷଙ୍କ ଭିତରେ ଛକାପଞ୍ଝା ଲାଗି ରହିଥିବା ବେଳେ ଆଜି ଉଭୟ ପକ୍ଷଙ୍କ ଯୁକ୍ତି ତର୍କରୁ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା। ଗଣ୍ଡଗୋଳରେ ପ୍ରକାଶ ମହାପାତ୍ରଙ୍କ ମୁଣ୍ଡରେ ଆଘାତ ଲାଗିଥିବା ଜଣାପଡିଛି। ତେବେ ଉଭୟ ପକ୍ଷଙ୍କ ତରଫରୁ ଥାନାରେ ଅଭିଯୋଗ କରାଯାଇଥିବା ବେଳେ ଉଭୟ ପକ୍ଷଙ୍କ ମାମଲା ରୁଜୁ କରି ବାଣପୁର ପୋଲିସ ତଦନ୍ତ ଜାରି ରଖିଛି।


