Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଯୁବତୀଙ୍କୁ ଦୁଷ୍କର୍ମ ଘଟଣା: ଭଣ୍ଡ ବାବାକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ
ଅପରାଧ

ଯୁବତୀଙ୍କୁ ଦୁଷ୍କର୍ମ ଘଟଣା: ଭଣ୍ଡ ବାବାକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

March 28, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଯୁବତୀଙ୍କୁ ଦୁଷ୍କର୍ମ ଘଟଣା: ଭଣ୍ଡ ବାବାକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ
ଯୁବତୀଙ୍କୁ ଦୁଷ୍କର୍ମ ଘଟଣା: ଭଣ୍ଡ ବାବାକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

ରେଢ଼ାଖୋଲ (କନ୍ଦର୍ପ ବେହେରା): ରେଢ଼ାଖୋଲ ଅଂଚଳର ଜଣେ ରଙ୍ଗିଲା ବାବା ନିରୀହ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ମାନ୍ୟବର କୋର୍ଟ କୋଡିଏ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି।

ପ୍ରକାଶ ଯେ, ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଅନ୍ତର୍ଗତ ଲୁହାପଙ୍କ ଗ୍ରାମ ପଞ୍ଚାୟତ ସ୍ଥିତ ବୈଷ୍ଣବଝୁଲି ଗ୍ରାମରେ ୫୩ ବର୍ଷୀୟ ବାବା ପ୍ରଫୁଲ୍ଲ ମହଲା ରହି ଆସୁଥିଲେ। ଗତ ୫ ଡିସେମ୍ବର ୨୦୨୪ ମସିହାରେ ଚାରମାଳ ଥାନା ଅଞ୍ଚଳର ଜଣେ ଯୁବତୀ ବାବାଙ୍କ ପାଖକୁ ମନସ୍କାମନା ପୂର୍ଣ୍ଣ କରିବା ପାଇଁ ଆସିଥିଲେ। ମଠ ପରିସରରେ କେହି ନ ଥିବା ବେଳେ ଏହାର ସୁଯୋଗ ନେଇ ନିରୀହ ଯୁବତୀ ଜଣଙ୍କୁ ରଙ୍ଗିଲା ପ୍ରଫୁଲ୍ଲ ବାବା କୌଣସି ଏକ ଔଷଧ ଖାଇବା ପାଇଁ ଦେଇଥିଲେ। ଯୁବତୀ ଜଣଙ୍କ ଔଷଧ ଖାଇବା ପରେ ଅଚେତ ହୋଇ ଯାଇଥିଲେ। ଏହା ପରେ ବାବା ଜଣଙ୍କ ଅଚେତ୍ ଅବସ୍ଥାରେ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ। ଏଥିରେ ଯୁବତୀ ଜଣଙ୍କ ଚେତା ଫେରିବା ପରେ ରକ୍ତସ୍ରାବ ଦେଖି ଦୁଷ୍କର୍ମ ହୋଇଥିବା ଜାଣିପାରିଥିଲା।

ଯୁବତୀ ଜଣଙ୍କ ଏକ ଅଟୋ କରି ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟକୁ ପହଞ୍ଚି ଚିକିତ୍ସାଳୟ ଗେଟ୍ ପାଖରେ ପୁଣି ଅଚେତହୋଇ ଯାଇଥିଲେ। ସ୍ଥାନୀୟ ଲୋକେ ଉଦ୍ଧାର କରି ନେଇ ଚିକିତ୍ସାଳୟରେ ଚିକିତ୍ସିତ କରିଥିଲେ। ଏଥିରେ ଯୁବତୀ ଜଣଙ୍କ ଚିକିତ୍ସିତ ଅବସ୍ଥାରେ ରହି ଡାକ୍ତରୀ ମାଇନା କରାଯାଇଥିଲା। ଏହା ରେଢ଼ାଖୋଲ ପୋଲିସ ଜାଣିବା ପରେ ତତ୍କାଳୀନ ଥାନା ଅଧିକାରୀ ସବିତାଲତା ସେଠୀ ଏବଂ ଏସଡିପିଓ ପ୍ରଶାନ୍ତ କୁମାର ମେହେର ଯୁବତୀଙ୍କ ପାଖରେ ପହଞ୍ଚି ପଚରାଉଚରା ପରେ ଅଭିଯୋଗ କ୍ରମେ ଉକ୍ତ ବାବାଙ୍କୁ ଗିରଫ କରି ରେଢ଼ାଖୋଲ ପୋଲିସ ଏ ସଂକ୍ରାନ୍ତରେ କେସ ନଂ ୨୮୬/୨୪ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ରଙ୍ଗିଲା ବାବାକୁ କୋର୍ଟ ଚାଲାଣ କରିଥିଲା।

ରେଢ଼ାଖୋଲ ଏଡିଜେ କୋର୍ଟ ବିଚାରପତି ପାର୍ଥ ସାରଥୀ ପଟ୍ଟନାୟକ ୨୧ ଜଣ ସାକ୍ଷଙ୍କ ବୟାନ ରେକର୍ଡ କରି ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ଦଶ ହଜାର ଟଙ୍କା ଜୋରିମାନା ଦେବା ସହ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ପୀଡ଼ିତା ଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଭଣ୍ଡ ବାବା ଯୁବତୀଙ୍କୁ ଦୁଷ୍କର୍ମ ରେଢାଖୋଲ
Share. Facebook Twitter LinkedIn Email WhatsApp Copy Link

Related Posts

ବିସ୍ତୃତ ରାଶିଫଳ: ଜୁନ ୨୩ରେ ପାଞ୍ଚୋଟି ରାଶିର ଲୋକେ ହେବେ ମାଲାମାଲ୍

June 23, 2026

ଶସ୍ତା ହେଲା ବିମାନ ଟିକେଟ୍ !

June 22, 2026

କତାରର ଶକ୍ତି କେନ୍ଦ୍ରରେ ଭୟଙ୍କର ବିସ୍ଫୋରଣ: ୧୩ ମୃତ, ୬୬ ଆହତ; ଭାରତୀୟ ଦୂତାବାସ ଜାରି କଲା ହେଲ୍ପଲାଇନ୍

June 22, 2026

ଏଲ୍-ନିନୋ ଚ୍ୟାଲେଞ୍ଜ ମଧ୍ୟରେ ସତର୍କ ଓଡ଼ିଶା: ବିପର୍ଯ୍ୟୟ ପରିଚାଳନାରେ ବଡ଼ ଯୋଜନା

June 22, 2026
Latest News

ବିସ୍ତୃତ ରାଶିଫଳ: ଜୁନ ୨୩ରେ ପାଞ୍ଚୋଟି ରାଶିର ଲୋକେ ହେବେ ମାଲାମାଲ୍

June 23, 2026

ଶସ୍ତା ହେଲା ବିମାନ ଟିକେଟ୍ !

June 22, 2026

କତାରର ଶକ୍ତି କେନ୍ଦ୍ରରେ ଭୟଙ୍କର ବିସ୍ଫୋରଣ: ୧୩ ମୃତ, ୬୬ ଆହତ; ଭାରତୀୟ ଦୂତାବାସ ଜାରି କଲା ହେଲ୍ପଲାଇନ୍

June 22, 2026

ଏଲ୍-ନିନୋ ଚ୍ୟାଲେଞ୍ଜ ମଧ୍ୟରେ ସତର୍କ ଓଡ଼ିଶା: ବିପର୍ଯ୍ୟୟ ପରିଚାଳନାରେ ବଡ଼ ଯୋଜନା

June 22, 2026

ହ୍ୱାଟ୍ସଆପ୍‌ରେ ଭାରତୀୟ ନେତୃତ୍ୱ! କୁନାଲ ଶାହଙ୍କ ହାତରେ ବିଶ୍ୱର ସବୁଠାରୁ ବଡ଼ ମେସେଜିଂ ପ୍ଲାଟଫର୍ମର ଦାୟିତ୍ୱ

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.