କବିସୂର୍ଯ୍ୟନଗର ଥାର୍ଡ ଡିଗ୍ରୀ ମାମଲାରେ ସରକାର କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛନ୍ତି। ଏହି ମାମଲାରେ ସରକାର ୩ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି। ରାଜ୍ୟ ସରକାର ଆଇପିଏସ୍ ନିତିଶ କୁମାର ମିଶ୍ରଙ୍କୁ ଗଞ୍ଜାମ ମୁଖ୍ୟାଳୟକୁ ବଦଳି କରିଛନ୍ତି। ସବ୍ ଇନ୍ସପେକ୍ଟର ସମୀର କୁମାର ରାଉତ, ବାଲିଚର ଫାଣ୍ଡି ଏଏସ୍ଆଇ ବୈକୁଣ୍ଠ ଜେନା ଏବଂ କନେଷ୍ଟବଳ ସୁମନ କୁମାର ସାହୁଙ୍କୁ ନିଲମ୍ବନ କରିଛନ୍ତି। ସେହିପରି ଡ୍ରାଇଭର କୃଷ୍ଣଚନ୍ଦ୍ର ପ୍ରଧାନଙ୍କୁ ବହିଷ୍କାର କରିଛନ୍ତି। କବିସୂର୍ଯ୍ୟନଗର ଥାନା ଏବଂ ବାଲିଚର ଫାଣ୍ଡିର ସବୁ ପୁଲିସ କର୍ମଚାରୀଙ୍କ ବଦଳି ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି।


