ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ହିଞ୍ଜିଳି ଥାନା ଅଞ୍ଚଳରେ ସୁଦୁରୁ ନାୟକ ନାମକ ଜଣେ ଯୁବକ ଗିରଫ ହୋଇ ଜେଲ୍ ଯାଇଥିବା ଜଣାପଡିଛି। ଅଭିଯୁକ୍ତ ସୁଦୁର ନିଜ ଅଞ୍ଚଳର ଜଣେ ନାବାଳିକାକୁ ତାଙ୍କ ସମ୍ପର୍କୀୟ ଘରକୁ ଯାଇ ବିଭିନ୍ନ ପ୍ରଲୋଭନ ଦେଖାଇ ତାଙ୍କୁ ଦୁଷ୍କର୍ମ କରିଥିଲା। ପରବର୍ତ୍ତୀ ସମୟରେ ନାବାଳିକା ଜଣକ ଗର୍ଭବତୀ ହୋଇଥିବା ଜଣାପଡିବା ପରେ ପରିବାର ପକ୍ଷରୁ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ।
ଅଭିଯୋଗକୁ ଭିତ୍ତି କରି ତଦନ୍ତ ପରେ ପୋଲିସ ୪ ଟି ସନ୍ତାନର ପିତା ସୁଦୁରୁକୁ ପୋକସୋ ଆଇନ ଅନୁଯାୟୀ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।


