Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ମୟୂରଭଞ୍ଜରେ ଡବଲ ମର୍ଡର, ଘର ଭିତରେ ମା’ ଓ ୮ ବର୍ଷର ଝିଅଙ୍କ ରକ୍ତାକ୍ତ ମୃତଦେହ
ଅପରାଧ

ମୟୂରଭଞ୍ଜରେ ଡବଲ ମର୍ଡର, ଘର ଭିତରେ ମା’ ଓ ୮ ବର୍ଷର ଝିଅଙ୍କ ରକ୍ତାକ୍ତ ମୃତଦେହ

June 27, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାର ମହୁଲଡିହା ଥାନା ଅନ୍ତର୍ଗତ ତରାମରା ଗ୍ରାମପଞ୍ଚାୟତର ଡକେଇପାଳ ଗ୍ରାମରେ ଘଟିଛି ଏକ ଚାଞ୍ଚଲ୍ୟକର ଦ୍ୱୈତ ହତ୍ୟାକାଣ୍ଡ। ଘର ଭିତରୁ ମା’ ଓ ୮ ବର୍ଷର ଝିଅଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ଘଟଣା ପରେ ଅଭିଯୁକ୍ତ ଫେରାର ଥିବା ସୂଚନା ମିଳିଛି।

ମୃତକାମାନେ ହେଲେ ସୀତାମଣି ଟୁଡୁ (୩୦) ଏବଂ ତାଙ୍କ ୮ ବର୍ଷର ଝିଅ ଜବାମଣି ଟୁଡୁ।

ସୂଚନା ଅନୁସାରେ, ସୀତାମଣିଙ୍କ ସ୍ୱାମୀ ଚୈତନ୍ୟ ଟୁଡୁ ସକାଳ ପ୍ରାୟ ୧୦ଟାରେ କାମରେ ବାହାରକୁ ଯାଇଥିଲେ। ଦିନ ପ୍ରାୟ ୨ଟାରେ ଘରକୁ ଫେରିବା ପରେ ସମସ୍ତ କବାଟ ବନ୍ଦ ଥିବା ଦେଖିଥିଲେ। ବହୁ ଡାକିବା ସତ୍ତ୍ୱେ କୌଣସି ସୋରଶବ୍ଦ ନମିଳିବାରୁ ସେ ସିଡ଼ି ସାହାଯ୍ୟରେ ସ୍କାଏଲାଇଟ ଦେଇ ଘର ଭିତରକୁ ଦେଖିଥିଲେ।

ପରେ ଘର ଭିତରକୁ ପ୍ରବେଶ କରି ସ୍ତ୍ରୀ ଓ ଝିଅଙ୍କୁ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ପ୍ରାଥମିକ ସୂଚନା ଅନୁସାରେ, ଜବାମଣିଙ୍କ ବେକକୁ ଧାରୁଆ ଅସ୍ତ୍ରରେ କାଟି ହତ୍ୟା କରଯାଇଥିବାର ଦେଖିଥିଲେ ।

ଖବର ପାଇ କରଞ୍ଜିଆ ଉପଖଣ୍ଡ ପୁଲିସ ଅଧିକାରୀ ନବକୃଷ୍ଣ ନାଏକ, ମହୁଲଡିହା ଥାନା ଅଧିକାରୀ ତୁଷାର ନାୟକ ଓ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଛନ୍ତି। ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ତଦନ୍ତ କରିବା ପରେ ମୃତଦେହକୁ ବ୍ୟବଛେଦ ପାଇଁ ପଠାଯିବ।

ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ ଏବଂ ଅଭିଯୁକ୍ତଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ଡବଲ ମର୍ଡର ରକ୍ତାକ୍ତ ମୃତଦେହ
Share. Facebook Twitter LinkedIn Email WhatsApp Copy Link

Related Posts

ବଢିଲା ସୁନା, କମିଲା ରୂପା: ଜାଣନ୍ତୁ ଆଜିର ତାଜା ମୂଲ୍ୟ 

August 8, 2026

ଆଜି ଆଇଆଇଟି ଦିଲ୍ଲୀର ୫୭ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ  ପ୍ରଧାନମନ୍ତ୍ରୀ

August 8, 2026

ସେପ୍ଟେମ୍ବର ୧୫ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ: ଜାଣନ୍ତୁ ନବାନ୍ନ ଲାଗିର ଶୁଭ ଲଗ୍ନ

August 8, 2026

ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ବଢିଲା ଚିନ୍ତା: ଦୁଇଟି ବଡ଼ ଦାବି ରଖିଲେ ଟିଏମସି ବିଦ୍ରୋହୀ ଗୋଷ୍ଠୀ

August 8, 2026
Latest News

ବଢିଲା ସୁନା, କମିଲା ରୂପା: ଜାଣନ୍ତୁ ଆଜିର ତାଜା ମୂଲ୍ୟ 

August 8, 2026

ଆଜି ଆଇଆଇଟି ଦିଲ୍ଲୀର ୫୭ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ  ପ୍ରଧାନମନ୍ତ୍ରୀ

August 8, 2026

ସେପ୍ଟେମ୍ବର ୧୫ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ: ଜାଣନ୍ତୁ ନବାନ୍ନ ଲାଗିର ଶୁଭ ଲଗ୍ନ

August 8, 2026

ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ବଢିଲା ଚିନ୍ତା: ଦୁଇଟି ବଡ଼ ଦାବି ରଖିଲେ ଟିଏମସି ବିଦ୍ରୋହୀ ଗୋଷ୍ଠୀ

August 8, 2026

ରୁଷ ତୈଳ କିଣୁଥିବା ଭାରତକୁ ଆମେରିକାର ବଡ଼ ଝଟକା! ସେନେଟ୍‌ରେ ପାସ୍ ହେଲା ପ୍ରତିବନ୍ଧକ ବିଲ୍

August 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.