Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ମାମୁଲି ବଚସାରୁ ମର୍ଡର: ଅବସରପ୍ରାପ୍ତ ସଂଗୀତ ଶିକ୍ଷକ ମୃତ
ଅପରାଧ

ମାମୁଲି ବଚସାରୁ ମର୍ଡର: ଅବସରପ୍ରାପ୍ତ ସଂଗୀତ ଶିକ୍ଷକ ମୃତ

September 8, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ରାତିରେ ଘର ବାହାରେ ହେଉଥିବା ହୋହଲ୍ଲାକୁ ବିରୋଧ କରିବା ଜଣେ ଅବସରପ୍ରାପ୍ତ ସଂଗୀତ ଶିକ୍ଷକଙ୍କ ପାଇଁ ମହଙ୍ଗା ପଡ଼ିଲା। ଶବ୍ଦ କମ୍ କରିବାକୁ କହିବାରୁ ଆରମ୍ଭ ହୋଇଥିବା ବଚସା ପରେ ହିଂସାର ରୂପ ନେଇଥିଲା। ଆକ୍ରମଣରେ ଗୁରୁତର ଆହତ ହୋଇ ମଣିପୁରର ଅବସରପ୍ରାପ୍ତ ସଂଗୀତ ଶିକ୍ଷକ ସି. ବିକ୍ରମ ସିଂହଙ୍କ ମୃତ୍ୟୁ ଘଟିଛି।

ଘଟଣାଟି ଦିଲ୍ଲୀର କିଲୋକାରୀ ଅଞ୍ଚଳରେ ଘଟିଛି। ରବିବାର ରାତି ପ୍ରାୟ ସାଢ଼େ ୧୧ଟା ସମୟରେ ବିକ୍ରମ ସିଂହ ଘରର ତୃତୀୟ ମହଲାରୁ ଅଳିଆ ଫିଙ୍ଗିବା ପାଇଁ ତଳକୁ ଆସିଥିଲେ। ଏହି ସମୟରେ ଘର ନିକଟରେ କିଛି ଯୁବକ ଠିଆ ହୋଇ ଜୋର୍‌ରେ ଶବ୍ଦ କରୁଥିଲେ। ବିକ୍ରମ ସିଂହ ସେମାନଙ୍କୁ ଶବ୍ଦ କମ୍ କରିବାକୁ କହିବାରୁ ବଚସା ଆରମ୍ଭ ହୋଇଥିଲା।

ବଚସା ପରେ ବିକ୍ରମ ସିଂହ ନିଜ ଘରକୁ ଫେରିଯାଇଥିଲେ। କିନ୍ତୁ ଅଭିଯୋଗ ଅନୁସାରେ, ଯୁବକମାନେ ତାଙ୍କ ପଛେ ପଛେ ଘର ପର୍ଯ୍ୟନ୍ତ ଯାଇ ତାଙ୍କୁ ଆକ୍ରମଣ କରିଥିଲେ। ମାଡ଼ ମାରିବାର ଶବ୍ଦ ଶୁଣି ତାଙ୍କ ପୁଅ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଅକୁ ଦେଖି ଆକ୍ରମଣକାରୀମାନେ ସେଠାରୁ ଚମ୍ପଟ ମାରିଥିଲେ।

ଗୁରୁତର ଅବସ୍ଥାରେ ବିକ୍ରମ ସିଂହଙ୍କୁ ତାଙ୍କ ପୁଅ ତୁରନ୍ତ ଡାକ୍ତରଖାନାକୁ ନେଇଥିଲେ। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାର ଖବର ପାଇ ସନଲାଇଟ୍‌ କଲୋନି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା।

ପୁଲିସ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍‌ ଯାଞ୍ଚ କରି ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିଥିଲା। ତଦନ୍ତ ପରେ ଘଟଣାରେ ସମ୍ପୃକ୍ତ ୭ ଜଣଙ୍କୁ ଗିରଫ କରାଯାଇଛି। ଏହାସହ ଜଣେ ନାବାଳକଙ୍କୁ ମଧ୍ୟ ଅଟକ ରଖାଯାଇଛି।

ଗିରଫ ଅଭିଯୁକ୍ତମାନେ ହେଲେ ଭାରତ କୁମାର (୧୯), ପ୍ରମୋଦ (୨୬), ରମଜାନ ଖାନ (୨୨), ଦୀପାଂଶୁ (୨୧), ମୋହନ ବିଶ୍ୱକର୍ମା (୩୨), ବିଜୟ (୩୬) ଓ ମନ୍ନୁ (୨୬)। ପୁଲିସର ସୂଚନା ଅନୁଯାୟୀ, ସମସ୍ତ ଅଭିଯୁକ୍ତ କିଲୋକାରୀ ଅଞ୍ଚଳର ବିଭିନ୍ନ ଢାବାରେ କାମ କରୁଥିଲେ। କେତେକ ଅଭିଯୁକ୍ତ ଡେଲିଭରି ବୟ ଭାବେ ମଧ୍ୟ କାମ କରୁଥିବା ଜଣାପଡ଼ିଛି।

ଘଟଣାକୁ ନେଇ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ନର୍ଥ-ଇଷ୍ଟ ଷ୍ଟୁଡେଣ୍ଟ୍ସ ସୋସାଇଟି (NESSDU) ତୀବ୍ର ନିନ୍ଦା କରିଛି। ସଂଗଠନ ପକ୍ଷରୁ ବିକ୍ରମ ସିଂହଙ୍କୁ ଜଣେ ସମ୍ମାନିତ ମଣିପୁରୀ ସଂଗୀତଜ୍ଞ ଭାବେ ବର୍ଣ୍ଣନା କରାଯାଇଛି।

ସଂଗଠନ ଅଭିଯୋଗ କରିଛି ଯେ, ଘର ବାହାରେ କିଛି ଯୁବକ ମଦ୍ୟପାନ କରି ହୋହଲ୍ଲା କରୁଥିବାରୁ ବିକ୍ରମ ସିଂହ ସେମାନଙ୍କୁ ଶବ୍ଦ କମ୍ କରିବାକୁ ଅନୁରୋଧ କରିଥିଲେ। ଏହାପରେ ତାଙ୍କ ଉପରେ ଆକ୍ରମଣ ହୋଇଥିବା ସଂଗଠନ କହିଛି।

NESSDU ଘଟଣାର ତ୍ୱରିତ, ନିରପେକ୍ଷ ଓ ସମ୍ପୂର୍ଣ୍ଣ ତଦନ୍ତ ସହ ଦୋଷୀଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ଦାବି କରିଛି।

ପୁଲିସ କହିଛି ଯେ ଘଟଣାର ସମସ୍ତ ଦିଗରୁ ତଦନ୍ତ ଜାରି ରହିଛି। ଆକ୍ରମଣର ପ୍ରକୃତ କାରଣ ଓ ଘଟଣାରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ମଧ୍ୟ ତଦନ୍ତ କରାଯାଉଛି।

murder music-teacher
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଅକ୍ଟୋବର ୧ ତାରିଖରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

October 1, 2026

ଚାକିରିରୁ ଅବସର ପାଇଁ ଆବେଦନ କଲେ ସନ୍ଥଗୋପାଳନ

September 30, 2026

ଅକ୍ଟୋବର ୧ରୁ ବଢ଼ିବ କ୍ଷୀର ଦର: ଲିଟର ପିଛା ୩ ଟଙ୍କା ମହଙ୍ଗା

September 30, 2026

ବିଜେପିରେ ବିଭାଜନ?: ଅଖିଳେଶ ଯାଦବଙ୍କ ସହ ଯୋଗୀ ମନ୍ତ୍ରୀଙ୍କ ସାକ୍ଷାତକୁ ନେଇ ଚର୍ଚ୍ଚା ଆରମ୍ଭ

September 30, 2026
Latest News

ଆଜି ଅକ୍ଟୋବର ୧ ତାରିଖରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

October 1, 2026

ଚାକିରିରୁ ଅବସର ପାଇଁ ଆବେଦନ କଲେ ସନ୍ଥଗୋପାଳନ

September 30, 2026

ଅକ୍ଟୋବର ୧ରୁ ବଢ଼ିବ କ୍ଷୀର ଦର: ଲିଟର ପିଛା ୩ ଟଙ୍କା ମହଙ୍ଗା

September 30, 2026

ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରଶିକ୍ଷଣ, ନାଗରିକ କୈନ୍ଦ୍ରିକ ନିର୍ବାଚନ ଉପରେ ଫୋକସ୍‌

September 30, 2026

ସହକାରୀ ନିର୍ଦ୍ଦେଶକ ଗିରଫ, ଆୟଠାରୁ ୨୪୮% ଅଧିକ ସମ୍ପତ୍ତି

September 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.