ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବସଷ୍ଟାଣ୍ଡରୁ ଗଞ୍ଜେଇ ଜବତ କରାଯାଇଛି। ଏହି ମାମଲାରେ ୩ ଜଣ ଚାଲାଣକାରୀଙ୍କୁ ଗିରଫ କରାଯାଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ହିଞ୍ଜିଳି ଥାନା ଅଧିକାରୀ ଓ ଆସ୍କା ଏସଡିପିଓ ସାଇକ୍ରିଷ୍ଣା ନାମକ ଘରୋଇ ବସ୍ କୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ୩ ଟି ଏୟାର ବ୍ୟାଗ୍ ରେ ୩ ଜଣ ଯୁବକ ଗଞ୍ଜେଇ ଚାଲାଣ କରୁଥିବାର ଦେଖିଥିଲେ। ଯାହାପରେ ହିଞ୍ଜିଳି ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ ଅଭିଯୁକ୍ତଙ୍କ ଠାରୁ ଉକ୍ତ ଗଞେଇ ଜବତ କରଯାଇଥିଲା। ଜବତ ଗଞ୍ଜେଇର ଓଜନ ୮ କିଲୋ ୯୦ ଗ୍ରାମ୍ ବୋଲି ଜଣାପଡିଛି। ସମସ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ବେଳେ ଘଟଣାର ଅଧିକ ତଦନ୍ତ ଚାଲିଛି।


