Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ବାଲିଆପାଳ ସବ୍‌ରେଜିଷ୍ଟ୍ରାର
ଅପରାଧ

ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ବାଲିଆପାଳ ସବ୍‌ରେଜିଷ୍ଟ୍ରାର

November 6, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Baliapal Sub-Registrar caught in Vigilance net while accepting a bribe

ବାଲେଶ୍ବର: ବାଲେଶ୍ୱର ଜିଲ୍ଲା ବାଲିଆପାଳ ସବ୍‌ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଏକ ବଡ଼ଧରଣର ଦୁର୍ନୀତିର ପର୍ଦ୍ଦାଫାଶ ହୋଇଛି। ଜମି ପଞ୍ଜୀକରଣ ଭଳି ଏକ ସରକାରୀ ସେବା ଯୋଗାଇଦେବା ପାଇଁ ଜଣେ ସାଧାରଣ ନାଗରିକଙ୍କଠାରୁ ଲାଞ୍ଚ ନେଉଥିବା ଅବସ୍ଥାରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବାଲିଆପାଳର ପ୍ରୋବେସନ୍‌ ସବ୍‌ରେଜିଷ୍ଟ୍ରାର ମନୀଷା ମିଶ୍ର। ଠିକ୍ କାମ ପାଇଁ ଅର୍ଥ ଦାବି କରିବା ଏବଂ ଗରିବ କିମ୍ବା ମଧ୍ୟବିତ୍ତ ଲୋକଙ୍କୁ ହଇରାଣ କରୁଥିବା ଏଭଳି ଅଧିକାରୀଙ୍କ କାର୍ଯ୍ୟାନୁଷ୍ଠାନକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

ପ୍ରାପ୍ତ ସୂଚନା ମୁତାବକ, ଜଣେ ସଚ୍ଚୋଟ ଜମି କ୍ରେତା ନିଜର ଆବଶ୍ୟକତା ପାଇଁ ୦.୧୪ ଏକର ପରିମିତ ବାଜ୍ୟାପ୍ତି ସ୍ଥିତିବାନ କିସମର ଏକ ଜମି କ୍ରୟ କରିଥିଲେ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସ୍ପଷ୍ଟ ନିୟମ ଓ ନିର୍ଦ୍ଦେଶାବଳୀ ରହିଛି ଯେ ଏହି କିସମର ଜମିକୁ ସ୍ଥିତିବାନ ଭାବେ ବିବେଚନା କରାଯାଇ ଆଇନଗତ ଭାବେ ପଞ୍ଜୀକରଣ କରାଯାଇପାରିବ। ମାତ୍ର ସବ୍‌ରେଜିଷ୍ଟ୍ରାର ଜଣକ ଏହି ସରକାରୀ ନିୟମକୁ ଜାଣିଶୁଣି ଜାଣିନଜାଣିବା ଭଳି ଅବିଚାର କରିଥିଲେ। କ୍ରେତା ଜଣକ ବିଭାଗୀୟ କାଗଜପତ୍ର ଓ ନିର୍ଦ୍ଦେଶାବଳୀ ଦର୍ଶାଇ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ସବ୍‌ରେଜିଷ୍ଟ୍ରାର ମନୀଷା ମିଶ୍ର କୌଣସି କଥାକୁ କର୍ଣ୍ଣପାତ କରିନଥିଲେ। ଉକ୍ତ ଜମିର କବଲା ପଞ୍ଜୀକରଣ କରିବା ପାଇଁ ସେ ପ୍ରଥମେ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ।

ଦାବି ମୁତାବକ ଏତେ ପରିମାଣର ଟଙ୍କା ଦେବାକୁ କ୍ରେତା ଜଣକ ଅସମର୍ଥତା ପ୍ରକାଶ କରିବାରୁ ଉଭୟଙ୍କ ମଧ୍ୟରେ ମୂଲଚାଲ ହୋଇ ଶେଷରେ ୭ ହଜାର ଟଙ୍କାରେ ସବୁକିଛି ଛିଣ୍ଡିଥିଲା। ସରକାରୀ ଦରମା ପାଉଥିବା ଜଣେ ଦାୟିତ୍ୱସମ୍ପନ୍ନ ଅଧିକାରୀ ଏପରି ଭାବେ ବେଆଇନ ଅର୍ଥ ହାତେଇବାକୁ ବସିଥିବାରୁ ଅତିଷ୍ଠ ହୋଇ ପରିଶେଷରେ କ୍ରେତା ଜଣକ ଓଡ଼ିଶା ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହୋଇଥିଲେ ଏବଂ ଏନେଇ ଏକ ଲିଖିତ ଅଭିଯୋଗ ଦାଖଲ କରିଥିଲେ।

ଅଭିଯୋଗକୁ ଭିତ୍ତିକରି ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଯୋଜନାବଦ୍ଧ ଭାବେ ଜାଲ ବିଛାଯାଇଥିଲା। ପୂର୍ବ ନିଷ୍ପତ୍ତି ଅନୁଯାୟୀ ଆଜି ଅର୍ଥାତ୍ ଆାଜି ସବ୍‌ରେଜିଷ୍ଟ୍ରାର ଜଣକ ନିଜ କାର୍ଯ୍ୟାଳୟରେ କ୍ରେତାଙ୍କଠାରୁ ସ୍ଥିର ହୋଇଥିବା ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଭିଜିଲାନ୍ସ ଟିମ୍ ହାତରୁ ଖସିପାରି ନଥିଲେ। ଧରାପଡ଼ିବାକ୍ଷଣି ତାଙ୍କ ନିକଟରୁ ସମସ୍ତ ଲାଞ୍ଚ ଟଙ୍କାକୁ ଭିଜିଲାନ୍ସ ଅଧିକାରୀମାନେ ଜବତ କରିନେଇଛନ୍ତି।

ଏହି ଚଢ଼ାଉ ପରେ ମନୀଷା ମିଶ୍ରଙ୍କର କେବଳ କାର୍ଯ୍ୟାଳୟ ନୁହେଁ, ବରଂ ତାଙ୍କ ସହ ସମ୍ପୃକ୍ତ ଅନ୍ୟାନ୍ୟ ସ୍ଥାନଗୁଡ଼ିକରେ ମଧ୍ୟ ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବା ଆଶଙ୍କାରେ ଏକକାଳୀନ ତନାଘନା ଓ ଚଢ଼ାଉ ଜାରି ରହିଛି। ଏହି ଘଟଣାରେ ବାଲେଶ୍ୱର ଭିଜିଲାନ୍ସ ଥାନାରେ କେସ୍ ନଂ ୨୬/୨୦୨୬ ଏବଂ ଦୁର୍ନୀତି ନିବାରଣ ଆଇନ, ୨୦୧୮ର ଧାରା ୭ ଅନୁଯାୟୀ ଏକ ଦୃଢ଼ ମାମଲା ରୁଜୁ କରାଯାଇଛି।

ପ୍ରକାଶଯୋଗ୍ୟ ଯେ, ମନୀଷା ମିଶ୍ର ୨୦୨୪ ମସିହାରେ ସରକାରୀ ଚାକିରିରେ ଯୋଗଦେଇଥିଲେ ଏବଂ ବାଲିଆପାଳ ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ପ୍ରୋବେସନ୍‌ ଅବଧିରେ ସବ୍‌ରେଜିଷ୍ଟ୍ରାର ଭାବେ କାର୍ଯ୍ୟ ଚଳାଇଥିଲେ। ସ୍ୱଳ୍ପ ସମୟର ଚାକିରି କାଳ ମଧ୍ୟରେ ଏଭଳି ଦୁର୍ନୀତିରେ ଜଡ଼ିତ ହେବା ଘଟଣା ସମଗ୍ର ପ୍ରଶାସନିକ ବ୍ୟବସ୍ଥା ଉପରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଜାରି ରହିଛି।

ବାଲିଆପାଳ ଭିଜିଲାନ୍ସ ମନୀଷା ମିଶ୍ର ସବ ରେଜିଷ୍ଟ୍ରାର
Share. Facebook Twitter LinkedIn Email WhatsApp Copy Link

Related Posts

ସିଡିଓଙ୍କୁ ହତ୍ୟା ଧମକ ମାମଲା: ଆସିକା ବିଧାୟକ ସରୋଜ ପାଢ଼ୀଙ୍କ ବିରୋଧରେ ଥାନାରେ ଏତଲା

November 6, 2026

ଟ୍ରକ୍ ମାଲିକ ସଂଘ ଟଙ୍କା ଆତ୍ମସାତ୍ ଘଟଣା : ପୂର୍ବତନ ସାଂସଦ ଏନ ଭାସ୍କର ରାଓଙ୍କ ଘରେ ଇଓଡବ୍ଲ୍ୟୁ ଚଢ଼ାଉ

November 6, 2026

ଟ୍ରକ-ବାଇକ୍‌ ଧକ୍କା: ଜଣେ ମୃତ, ଅନ୍ୟ ଜଣେ ଗୁରୁତର

November 6, 2026

‘NC ର ବିଭାଜନ ଖବର ଭୁଲ୍’: ଫାରୁକ୍ ଅବଦୁଲ୍ଲାଙ୍କ ବଡ ବୟାନ

November 6, 2026
Latest News

୨୬ ରେ କଂଗ୍ରେସର ସମ୍ବିଧାନ ବଞ୍ଚାଅ ମାର୍ଚ୍ଚ: ସୋନିଆ-ରାହୁଲଙ୍କ ସହ ବିରୋଧୀ ନେତା ହେବେ ସାମିଲ

November 6, 2026

ସିଡିଓଙ୍କୁ ହତ୍ୟା ଧମକ ମାମଲା: ଆସିକା ବିଧାୟକ ସରୋଜ ପାଢ଼ୀଙ୍କ ବିରୋଧରେ ଥାନାରେ ଏତଲା

November 6, 2026

ଟ୍ରକ୍ ମାଲିକ ସଂଘ ଟଙ୍କା ଆତ୍ମସାତ୍ ଘଟଣା : ପୂର୍ବତନ ସାଂସଦ ଏନ ଭାସ୍କର ରାଓଙ୍କ ଘରେ ଇଓଡବ୍ଲ୍ୟୁ ଚଢ଼ାଉ

November 6, 2026

ଟ୍ରକ-ବାଇକ୍‌ ଧକ୍କା: ଜଣେ ମୃତ, ଅନ୍ୟ ଜଣେ ଗୁରୁତର

November 6, 2026

ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ବାଲିଆପାଳ ସବ୍‌ରେଜିଷ୍ଟ୍ରାର

November 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.