ଆଗ୍ରାରେ ସେକ୍ସ ରାକେଟ୍‌ ଠାବ : 3 ବିଦେଶିନୀଙ୍କ ସମେତ 5 ଗିରଫ

Published: Feb 4, 2020, 3:47 pm IST

ଆଗ୍ରା : ପର୍ଯ୍ୟଟନ ପାଇଁ ବିଖ୍ୟାତ ଆଗ୍ରାରେ ଏକ ସେକ୍ସ ରାକେଟ୍‌ ଠାବ କରାଯାଇଛି । ଏହି ସେକ୍ସ ରାକେଟ୍‌ରେ 3 ବିଦେଶିନୀଙ୍କ ସମେତ ପାଞ୍ଚ ଜଣଙ୍କୁ ଗିରଫ କରାଯାଇଛି । ପାଞ୍ଚ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ତିନି ଜଣ ଉଜ୍‌ବେକିସ୍ତାନ ମହିଳା ରହିଥିବା ବେଳେ ଦୁଇ ଜଣ ଦିଲ୍ଲୀ ମହିଳା ରହିଛନ୍ତି । ଆଗ୍ରାର ତାଜ ଗଞ୍ଜ ହୋଟେଲରେ ସୋମବାର ରାତିରେ ଚଢାଉ କରାଯାଇଥିଲା । ଏହି ଚଢାଉ ସମୟରେ ଉକ୍ତ ଦଳର ଜଣେ ପୁରୁଷ ସଦସ୍ୟ ଏବଂ ଅନ୍ୟ ତିନି ମହିଳା ସଦସ୍ୟ ଫେରାର ହୋଇଯାଇଥିବା ନେଇ ଆଗ୍ରା ଏସ୍‌ପି ରୋହନ ବୋତ୍ରେ ପ୍ରମୋଦ ପ୍ରକାଶ କରିଛନ୍ତି । ସେହିପରି ଆଗ୍ରାର 37ଟି ହୋଟେଲରେ ଏପରି ଅବୈଧ ସେକ୍ସ ରାକେଟ ଚାଲୁଥିବା ନେଇ ସୂଚନା ମିଳିଥିବା ନେଇ ଗିରଫ ବ୍ୟକ୍ତିଙ୍କ ଠାରୁ ସୂଚନା ମିଳଛି । (ଏଜେନ୍ସୀ)

Related posts