ଜେଲ୍‌ ଗଲେ ଅନୁପ ସାଏ

Published: Feb 14, 2020, 8:36 pm IST

ଭୁବନେଶ୍ବର : ଜେଲ ଗଲେ ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏ । 2016ରେ ଡବଲ୍‌ ମର୍ଡର କେସ୍‌ ମାମଲାରେ ରାୟଗଡା ପୋଲିସ୍‌ ତାଙ୍କୁ ଗିରଫ କରିଛି ।  2016 ମସିହା ମେ’ 5 ତାରିଖରେ ଅନୁପ ସାଏ ମାଅ ଓ ଝିଅଙ୍କୁ ଲୁହା ରଡରେ ପିଟି ହତ୍ୟା କରିଥିଲେ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାୟଗଡା ଏସ୍‌ପି।ମୃତକଙ୍କ ପରିଚୟ ଲୁଚାଇବାକୁ ଉଭୟ ମାଆ, ଝିଅଙ୍କ ମରଶରୀରରେ ଗାଡି ଚଢାଇ ଦେଇଥିଲେ । 6ଟି ରାଜ୍ୟରେ ସାତ ଶହ ଲୋକଙ୍କୁ ଜେରା କରିବା ପରେ ଏହି ଘଟଣାର ସତ୍ୟାସତ୍ୟା ସାମ୍ନାକୁ ଆସିଛି । ମୃତ କଳ୍ପନା ଦାସଙ୍କ ସହିତ ସମ୍ପର୍କରେ ରହିଥିଲେ ବି ବିବାହ ନେଇ ଉଭୟଙ୍କ ମଧ୍ୟରେ ମତଭେଦ ହୋଇଥିଲା । ବିବାହ ସହିତ ସମ୍ପତ୍ତିରେ ଭାଗ ମାଗିବାରୁ ରାସ୍ତାରୁ କଳ୍ପନାକୁ ହଟାଇଥିଲେ ଅନୁପ ସାଏ । ତେବେ ହତ୍ୟାକାଣ୍ଡ କରିଥିବାର ସ୍ବୀକାର କରିଛନ୍ତି ଅନୁପ ସାଏ । ଏହି ଜଘନ୍ୟ ହତ୍ୟାକାଣ୍ଡରେ ଆହୁରି କିଛି ଲୋକ ସଂପୃକ୍ତ ଥିବା ସନ୍ଦେହ କରୁଛି ଛତିଶଗଡ ପୋଲିସ । ଏଥିପାଇଁ ଅଭିଯୁକ୍ତ ଅନୁପ ସାଏଙ୍କ ନାର୍କୋ ଟେଷ୍ଟ କରିବାକୁ ଯୋଜନା ଚାଲିଛି ।

Related posts