Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ମହିଳାଙ୍କ ପୋଡ଼ା ମୃତଦେହ ଉଦ୍ଧାର: ସନ୍ଦେହଘେରରେ ମୃତ୍ୟୁ ରହସ୍ୟ
ଅପରାଧ

ମହିଳାଙ୍କ ପୋଡ଼ା ମୃତଦେହ ଉଦ୍ଧାର: ସନ୍ଦେହଘେରରେ ମୃତ୍ୟୁ ରହସ୍ୟ

February 28, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ସଦରଥାନା ଅନ୍ତର୍ଗତ ନିମଖଣ୍ଡି ଫାଣ୍ଡି ଅଂଚଳ ଲୋଚାପଡ଼ା ମିଲ୍ ସାହିରେ ଏକ ଅଘଟଣ ଦେଖିବାକୁ ମିଳିଛି । ଏକ ଘରୁ କେ. ରଂଜିତା ପାତ୍ର (୪୦) ନାମକ ଜଣେ ବିବାହିତ ମହିଳାଙ୍କ ପୋଡ଼ା ମୃତଦେହକୁ ପୋଲିସ୍ ଜବତ କରିଛି । ସୂଚନାଥାଉକି ରଂଜିତା ପାତ୍ର ୧୫ ବର୍ଷ ତଳେ କେ. ବାଲା ପାତ୍ରଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ତାଙ୍କର ଦୁଇଟି ସନ୍ତାନ ଅଛି । କିନ୍ତୁ ପାରିବାରିକ ଅଶାନ୍ତି ଯୋଗୁଁ ବାଲା ପାତ୍ର ଅନ୍ୟ ଏକ ଝିଅ ସହିତ ଦୀର୍ଘ ଆଠବର୍ଷ ହେଲା ଅନ୍ୟତ୍ର ରହୁଥିବା ଜଣାପଡ଼ିଛି । ଦୀର୍ଘ ଆଠବର୍ଷ ହେଲା ରଂଜିତାଙ୍କ ସହିତ  ତାଙ୍କର ସମ୍ପର୍କ ନଥିବାର ଜଣାପଡିଛି ।

ଗତକାଲି ରାତ୍ରିରେ କୌଣସି ଏକ ପାରିବାରିକ ଭୋଜିକୁ ରଂଜିତା ଏବଂ ତାର ଦୁଇଛୁଆ ଯାଇଥିବା ପୋଲିସ ସୂତ୍ରରୁ ପ୍ରକାଶ । ଭୋଜିରୁ ଫେରିବା ପରେ ସେ ଦୁଇ ଛୁଆକୁ ତାଙ୍କ ବାପା ଘର ଜଗଦଳପୁରରେ ଛାଡ଼ି ଦେଇ ଆସିଥିଲେ । ଯାହାକି ଘଟଣାଟି ସଂଦେହ ଘେରକୁ ଟାଣି ହୋଇଯାଉଛି । କାରଣ କୌଣସି ପାରିବାରିକ ବିଶୃଙ୍ଖଳା ନଥାଇ ହଠାତ୍ କେଉଁ ପରିସ୍ଥିତିରେ ଛୁଆ ଦୁଇଟିକୁ ବାପା ଘରେ ଛାଡ଼ି ରାତ୍ରରେ କିରୋସିନି ଢ଼ାଳି ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିବା ସଂଦେହକୁ ଘନୀଭୂତ କରୁଛି । ଯଦି ରଂଜିତା ରାତ୍ରରେ ନିଜ ନିଆଁ ଲଗାଇ ଆତ୍ମହତ୍ୟା କଲେ ତେବେ ସାହି ପଡ଼ୋଶୀ ଜାଣିପାରିଲେନି କିପରି? ସକାଳେ ନିଜ ବାପଘରୁ ଦୁଇ ଛୁଆକୁ ନେଇ ତାଙ୍କ ପରିବାର ଲୋକ ଆସି କବାଟ ଖୋଲିଲା ପରେ ଜଣାପଡ଼ିଲା ଯେ ରଂଜିତା ପୋଡ଼ି ହୋଇଯାଇ ମୃତ୍ୟୁବରଣ କରିଛନ୍ତି ।

ନିମଖଣ୍ଡି ଫାଣ୍ଡି ଖବର ପାଇବା ପରେ ଘଟଣାସ୍ଥଳକୁ ଆସି ମୃତ ରଂଜିତାର ପୋଡ଼ା ଶରୀର ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଦିଆଯାଇଛି । ଏନେଇ ନିମଖଣ୍ଡି ଫାଣ୍ଡିରେ ୬/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । କିନ୍ତୁ ଉକ୍ତ ଘଟଣା ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ମୃତ୍ୟୁ ନା ସୁପରିକଳ୍ପିତ ହତ୍ୟା ପଦାକୁ ଆସିବ ବୋଲି ଅଂଚଳବାସୀ ଆଶା ରଖିଛନ୍ତି ।

BJP Ads
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

November 1, 2025

ଆଜି ଛତିଶଗଡରେ ୧୪,୨୬୦ କୋଟିରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପର ଉଦ‌ଘାଟନ କରିବେ ପ୍ରଧାନମନ୍ତ୍ରୀ

November 1, 2025

ଓଡ଼ିଶାରେ ୬୨ଟି ଅତିରିକ୍ତ ପିଜି ସିଟ୍ ବୃଦ୍ଧି: ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ 

November 1, 2025

ଗଞ୍ଜେଇ ବିକ୍ରି ପାଇଁ ଉଦ୍ୟମ ବେଳେ ମାଡ଼ି ବସିଲା ଅବକାରୀ: ୨ ଗିରଫ

November 1, 2025
BJP Ads
Latest News

ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

November 1, 2025

ଆଜି ଛତିଶଗଡରେ ୧୪,୨୬୦ କୋଟିରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପର ଉଦ‌ଘାଟନ କରିବେ ପ୍ରଧାନମନ୍ତ୍ରୀ

November 1, 2025

ଓଡ଼ିଶାରେ ୬୨ଟି ଅତିରିକ୍ତ ପିଜି ସିଟ୍ ବୃଦ୍ଧି: ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ 

November 1, 2025

ଗଞ୍ଜେଇ ବିକ୍ରି ପାଇଁ ଉଦ୍ୟମ ବେଳେ ମାଡ଼ି ବସିଲା ଅବକାରୀ: ୨ ଗିରଫ

November 1, 2025

ପୂର୍ବତଟ ରେଳପଥରେ ସତର୍କତା ସଚେତନତା ସପ୍ତାହ 2025 ଉଦଯାପିତ

November 1, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.