Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ମହିଳାଙ୍କ ପୋଡ଼ା ମୃତଦେହ ଉଦ୍ଧାର: ସନ୍ଦେହଘେରରେ ମୃତ୍ୟୁ ରହସ୍ୟ
ଅପରାଧ

ମହିଳାଙ୍କ ପୋଡ଼ା ମୃତଦେହ ଉଦ୍ଧାର: ସନ୍ଦେହଘେରରେ ମୃତ୍ୟୁ ରହସ୍ୟ

February 28, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ସଦରଥାନା ଅନ୍ତର୍ଗତ ନିମଖଣ୍ଡି ଫାଣ୍ଡି ଅଂଚଳ ଲୋଚାପଡ଼ା ମିଲ୍ ସାହିରେ ଏକ ଅଘଟଣ ଦେଖିବାକୁ ମିଳିଛି । ଏକ ଘରୁ କେ. ରଂଜିତା ପାତ୍ର (୪୦) ନାମକ ଜଣେ ବିବାହିତ ମହିଳାଙ୍କ ପୋଡ଼ା ମୃତଦେହକୁ ପୋଲିସ୍ ଜବତ କରିଛି । ସୂଚନାଥାଉକି ରଂଜିତା ପାତ୍ର ୧୫ ବର୍ଷ ତଳେ କେ. ବାଲା ପାତ୍ରଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ତାଙ୍କର ଦୁଇଟି ସନ୍ତାନ ଅଛି । କିନ୍ତୁ ପାରିବାରିକ ଅଶାନ୍ତି ଯୋଗୁଁ ବାଲା ପାତ୍ର ଅନ୍ୟ ଏକ ଝିଅ ସହିତ ଦୀର୍ଘ ଆଠବର୍ଷ ହେଲା ଅନ୍ୟତ୍ର ରହୁଥିବା ଜଣାପଡ଼ିଛି । ଦୀର୍ଘ ଆଠବର୍ଷ ହେଲା ରଂଜିତାଙ୍କ ସହିତ  ତାଙ୍କର ସମ୍ପର୍କ ନଥିବାର ଜଣାପଡିଛି ।

ଗତକାଲି ରାତ୍ରିରେ କୌଣସି ଏକ ପାରିବାରିକ ଭୋଜିକୁ ରଂଜିତା ଏବଂ ତାର ଦୁଇଛୁଆ ଯାଇଥିବା ପୋଲିସ ସୂତ୍ରରୁ ପ୍ରକାଶ । ଭୋଜିରୁ ଫେରିବା ପରେ ସେ ଦୁଇ ଛୁଆକୁ ତାଙ୍କ ବାପା ଘର ଜଗଦଳପୁରରେ ଛାଡ଼ି ଦେଇ ଆସିଥିଲେ । ଯାହାକି ଘଟଣାଟି ସଂଦେହ ଘେରକୁ ଟାଣି ହୋଇଯାଉଛି । କାରଣ କୌଣସି ପାରିବାରିକ ବିଶୃଙ୍ଖଳା ନଥାଇ ହଠାତ୍ କେଉଁ ପରିସ୍ଥିତିରେ ଛୁଆ ଦୁଇଟିକୁ ବାପା ଘରେ ଛାଡ଼ି ରାତ୍ରରେ କିରୋସିନି ଢ଼ାଳି ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିବା ସଂଦେହକୁ ଘନୀଭୂତ କରୁଛି । ଯଦି ରଂଜିତା ରାତ୍ରରେ ନିଜ ନିଆଁ ଲଗାଇ ଆତ୍ମହତ୍ୟା କଲେ ତେବେ ସାହି ପଡ଼ୋଶୀ ଜାଣିପାରିଲେନି କିପରି? ସକାଳେ ନିଜ ବାପଘରୁ ଦୁଇ ଛୁଆକୁ ନେଇ ତାଙ୍କ ପରିବାର ଲୋକ ଆସି କବାଟ ଖୋଲିଲା ପରେ ଜଣାପଡ଼ିଲା ଯେ ରଂଜିତା ପୋଡ଼ି ହୋଇଯାଇ ମୃତ୍ୟୁବରଣ କରିଛନ୍ତି ।

ନିମଖଣ୍ଡି ଫାଣ୍ଡି ଖବର ପାଇବା ପରେ ଘଟଣାସ୍ଥଳକୁ ଆସି ମୃତ ରଂଜିତାର ପୋଡ଼ା ଶରୀର ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଦିଆଯାଇଛି । ଏନେଇ ନିମଖଣ୍ଡି ଫାଣ୍ଡିରେ ୬/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । କିନ୍ତୁ ଉକ୍ତ ଘଟଣା ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ମୃତ୍ୟୁ ନା ସୁପରିକଳ୍ପିତ ହତ୍ୟା ପଦାକୁ ଆସିବ ବୋଲି ଅଂଚଳବାସୀ ଆଶା ରଖିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର କାର୍ଯ୍ୟ ଅଗ୍ରଗତି ସମୀକ୍ଷା

August 26, 2026

ଗୁଣିଆ ଠାରୁ ଚେରମୂଳୀ ଖାଇ ନିଃସନ୍ତାନ ଦମ୍ପତି ମୃତ

August 26, 2026

କୋରାପୁଟରେ ‘ସମରସ ସଙ୍କଳ୍ପ ଅଭିଯାନ’ ଓ ‘ପବିତ୍ର କଳସ ବନ୍ଦନ ଶୋଭାଯାତ୍ରା’

August 26, 2026

ଫ୍ରାନ୍ସରେ ଶକ୍ତିଶାଳୀ ଟର୍ଣ୍ଣାଡୋ: ୩୦୦ରୁ ଊର୍ଦ୍ଧ୍ୱ ଘର ଭାଙ୍ଗିଲା, ୪୧ଜଣ ଆହତ

August 26, 2026
Latest News

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର କାର୍ଯ୍ୟ ଅଗ୍ରଗତି ସମୀକ୍ଷା

August 26, 2026

ଦେଶବ୍ୟାପୀ ଋତୁକାଳୀନ ଇନ୍‌ଫ୍ଲୁଏଞ୍ଜା ସ୍ଥିତି ଉପରେ କେନ୍ଦ୍ର ସରକାରଙ୍କ କଡ଼ା ନଜର

August 26, 2026

ଗୁଣିଆ ଠାରୁ ଚେରମୂଳୀ ଖାଇ ନିଃସନ୍ତାନ ଦମ୍ପତି ମୃତ

August 26, 2026

କୋରାପୁଟରେ ‘ସମରସ ସଙ୍କଳ୍ପ ଅଭିଯାନ’ ଓ ‘ପବିତ୍ର କଳସ ବନ୍ଦନ ଶୋଭାଯାତ୍ରା’

August 26, 2026

ଫ୍ରାନ୍ସରେ ଶକ୍ତିଶାଳୀ ଟର୍ଣ୍ଣାଡୋ: ୩୦୦ରୁ ଊର୍ଦ୍ଧ୍ୱ ଘର ଭାଙ୍ଗିଲା, ୪୧ଜଣ ଆହତ

August 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.