Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଚାରି ବର୍ଷର ପୁଅକୁ ପାଣି ଟାଙ୍କିରେ ବୁଡାଇ ହତ୍ୟା କଲା ମା’
ଅପରାଧ

ଚାରି ବର୍ଷର ପୁଅକୁ ପାଣି ଟାଙ୍କିରେ ବୁଡାଇ ହତ୍ୟା କଲା ମା’

March 1, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରାଜସ୍ଥାନ : ଦୁନିଆର ସବୁଠୁ ନିରାପଦ ସ୍ଥାନ ହେଉଛି ମା’ର କୋଳ। ମା’ଠାରୁ ଦୁନିଆରେ ଆଉ କେହି ନିଜର ନାହାନ୍ତି। କିନ୍ତୁ ମା’ ଏଠି ସନ୍ତାନର ଶତ୍ରୁ ପାଲଟି ଯାଉଛି। ନିଜ ଜନ୍ମକଲା ସନ୍ତାନର ଜୀବନ ନେଉଛି। ରାଜସ୍ଥାନର ଜିଲ୍‌ଲାର ଶିକର ଅଞ୍ଚଳରେ ଏପରି ଏକ ଘଟଣା ଘଟିଛି। ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡାର ପରିଣତି ସ୍ବରୂପ ଏକ ନିରୀହ ଜୀବନର ପ୍ରାଣ ଯାଇଛି। ସ୍ତ୍ରୀ ଜଣକ ନିଜ ଜନ୍ମକଲା ପୁଅକୁ ପାଣି ଟାଙ୍କିରେ ବୁଡାଇ ହତ୍ୟା କରିଛନ୍ତି।

ବୁଡାନିଆ ଗ୍ରାମର ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପ୍ରାୟ ସବୁବେଳେ ଝଗଡା ହେଉଥିଲା। ସ୍ବାମୀ ଜଣକ ସ୍ତ୍ରୀଙ୍କ ଚରିତ୍ରକୁ ନେଇ ପ୍ରାୟ ସମୟରେ ସନ୍ଦେହ କରି ଝଗଡା କରୁଥିଲେ। ଏହି ଝଗଡାରେ ସ୍ତ୍ରୀ ଜଣକ ବ୍ୟତିବ୍ୟସ୍ତ ହୋଇ ଏପରି ଏକ ଅମାନବୀୟ କାର୍ଯ୍ୟ କରିଛନ୍ତି। ରାତ୍ରିରେ ନିଜ ଜନ୍ମିତ 4 ବର୍ଷର ପୁଅକୁ ପାଣି ଟାଙ୍କିରେ ବୁଡାଇ ହତ୍ୟା କରିଛନ୍ତି। ହତ୍ୟା କରିବା ପରେ ଏହାକୁ ଏକ ଆକ୍ରମଣ ଜନିତ ଦୁର୍ଘଟଣା ବୋଲି ସଫେଇ ଦେଇଥିଲେ। ଏପରିକି ସେ ନିଜ ଗଳା ଓ ହାତକୁ କାଟି ତାଙ୍କୁ କେହି ଆକ୍ରମଣ କରିଥିବାର ପ୍ରମାଣ କରିବାକୁ ଚେଷ୍ଟା ଚଳାଇଥିଲେ । ପୋଲିସ୍‌ ଏହାକୁ କିଛିକାଂଶରେ ଗ୍ରହଣ କରିଥିବାବେଳେ ପ୍ରମାଣ ପାଇ ମହିଳାଙ୍କୁ ପଚାରି ସତ୍ୟର ଉନ୍ମୋଚନ ରକିଛନ୍ତି।

ସ୍ତ୍ରୀ ଜଣକ ନିଜର ଦୋଷକୁ ସ୍ବୀକାର କରିଛନ୍ତି । ସ୍ବାମୀଙ୍କ ସହ ସବୁବେଳେ ଝଗଡା କାରଣରୁ ସେ ଏପରି ଏକ ପଦକ୍ଷେପ ନେଇଛନ୍ତି । ସ୍ବାମୀ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବାବେଳେ ସ୍ତ୍ରୀଜଣକ ଏପରି କାଣ୍ଡ ଘଟାଇଛନ୍ତି । ପୁତ୍ର ସନ୍ତାନକୁ ଘର ବାହାରେ ଥିବା ପାଣି ଟାଙ୍କିରେ ଫୋପାଡି ଦେଇ ଥିଲା । ପାଣିରେ ଡୁବି ଶିଶୁର ମୃତ୍ୟୁ ହୋଇଗଲା ପରେ ସେ ନିଜ ଗଳା ଓ ହାତକୁ ବ୍ଲେଡ୍‌ରେ କାଟି ଅନ୍ୟମାନଙ୍କୁ ଆକ୍ରମଣ ଘଟଣା ବୋଲି ଜଣାଇଥିଲେ । କେହି ଜଣେ ତାଙ୍କୁ ଆକ୍ରମଣ କରି ତାଙ୍କ ପୁଅକୁ ନେଇ ଯାଇଛି କହିଥିଲେ । ପୁତ୍ରର ଶବଟି ଟାଙ୍କିରୁ ଉଦ୍ଧାର କରାଯାଇଥିବାବେଳେ ବେଡ୍‌ ତଳୁ ଏକ ରକ୍ତାକ୍ତ ବ୍ଲେଡ୍‌ କୁ ଜବତ କରିଛି ପୋଲିସ୍‌ । ହତ୍ୟା ଘଟଣାରେ ସ୍ତ୍ରୀକୁ ଗିରଫ କରାଯାଇଥିବାବେଳେ ସ୍ବାମୀଙ୍କୁ ମାନସିକ ରୂପରେ ସ୍ତ୍ରୀକୁ ହଇରାଣ କରୁଥିବା ନେଇ ତା’ ବିରୋଧରେ ମଧ୍ୟ ମାମଲା ଦାଏର କରାଯାଇଛି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଯଦି ନୀତିଶ କୁମାର ରାଜ୍ୟସଭାକୁ ଯାଆନ୍ତି, ତେବେ କିଏ ହେବେ ବିହାରର ମୁଖ୍ୟମନ୍ତ୍ରୀ?: ନିଶାନ୍ତଙ୍କୁ…..

March 4, 2026

ରାଜ୍ୟସଭାକୁ ଯିବେ କି ନୀତିଶ କୁମାର?: ବିହାରର ବିଭିନ୍ନ ରାଜନୈତିକ ଦଳରୁ ଆସିଲା ପ୍ରତିକ୍ରିୟା

March 4, 2026

ରାଜ୍ୟସଭା ନିର୍ବାଚନ: ବିଜୟ ମହାପାତ୍ରଙ୍କ ଘରକୁ କାହିଁକ ଗଲେ ଦିଲ୍ଲୀପ ରାୟ, ବିଧାୟକ ଅରବିନ୍ଦ କହିଲେ..

March 4, 2026

ଅହମ୍ମଦାବାଦ ବିମାନବନ୍ଦରରେ ଭାବପ୍ରବଣ ଦୃଶ୍ୟ: ଜେଦ୍ଦାରୁ ଫେରି ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଯାତ୍ରୀ 

March 4, 2026
Latest News

ଯଦି ନୀତିଶ କୁମାର ରାଜ୍ୟସଭାକୁ ଯାଆନ୍ତି, ତେବେ କିଏ ହେବେ ବିହାରର ମୁଖ୍ୟମନ୍ତ୍ରୀ?: ନିଶାନ୍ତଙ୍କୁ…..

March 4, 2026

ରାଜ୍ୟସଭାକୁ ଯିବେ କି ନୀତିଶ କୁମାର?: ବିହାରର ବିଭିନ୍ନ ରାଜନୈତିକ ଦଳରୁ ଆସିଲା ପ୍ରତିକ୍ରିୟା

March 4, 2026

ରାଜ୍ୟସଭା ନିର୍ବାଚନ: ବିଜୟ ମହାପାତ୍ରଙ୍କ ଘରକୁ କାହିଁକ ଗଲେ ଦିଲ୍ଲୀପ ରାୟ, ବିଧାୟକ ଅରବିନ୍ଦ କହିଲେ..

March 4, 2026

ଅହମ୍ମଦାବାଦ ବିମାନବନ୍ଦରରେ ଭାବପ୍ରବଣ ଦୃଶ୍ୟ: ଜେଦ୍ଦାରୁ ଫେରି ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଯାତ୍ରୀ 

March 4, 2026

Holi Festival 2026: ହୋଲି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

March 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.