ଚାରି ବର୍ଷର ପୁଅକୁ ପାଣି ଟାଙ୍କିରେ ବୁଡାଇ ହତ୍ୟା କଲା ମା’

Published: Mar 1, 2020, 10:02 am IST

ରାଜସ୍ଥାନ : ଦୁନିଆର ସବୁଠୁ ନିରାପଦ ସ୍ଥାନ ହେଉଛି ମା’ର କୋଳ। ମା’ଠାରୁ ଦୁନିଆରେ ଆଉ କେହି ନିଜର ନାହାନ୍ତି। କିନ୍ତୁ ମା’ ଏଠି ସନ୍ତାନର ଶତ୍ରୁ ପାଲଟି ଯାଉଛି। ନିଜ ଜନ୍ମକଲା ସନ୍ତାନର ଜୀବନ ନେଉଛି। ରାଜସ୍ଥାନର ଜିଲ୍‌ଲାର ଶିକର ଅଞ୍ଚଳରେ ଏପରି ଏକ ଘଟଣା ଘଟିଛି। ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡାର ପରିଣତି ସ୍ବରୂପ ଏକ ନିରୀହ ଜୀବନର ପ୍ରାଣ ଯାଇଛି। ସ୍ତ୍ରୀ ଜଣକ ନିଜ ଜନ୍ମକଲା ପୁଅକୁ ପାଣି ଟାଙ୍କିରେ ବୁଡାଇ ହତ୍ୟା କରିଛନ୍ତି।

ବୁଡାନିଆ ଗ୍ରାମର ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପ୍ରାୟ ସବୁବେଳେ ଝଗଡା ହେଉଥିଲା। ସ୍ବାମୀ ଜଣକ ସ୍ତ୍ରୀଙ୍କ ଚରିତ୍ରକୁ ନେଇ ପ୍ରାୟ ସମୟରେ ସନ୍ଦେହ କରି ଝଗଡା କରୁଥିଲେ। ଏହି ଝଗଡାରେ ସ୍ତ୍ରୀ ଜଣକ ବ୍ୟତିବ୍ୟସ୍ତ ହୋଇ ଏପରି ଏକ ଅମାନବୀୟ କାର୍ଯ୍ୟ କରିଛନ୍ତି। ରାତ୍ରିରେ ନିଜ ଜନ୍ମିତ 4 ବର୍ଷର ପୁଅକୁ ପାଣି ଟାଙ୍କିରେ ବୁଡାଇ ହତ୍ୟା କରିଛନ୍ତି। ହତ୍ୟା କରିବା ପରେ ଏହାକୁ ଏକ ଆକ୍ରମଣ ଜନିତ ଦୁର୍ଘଟଣା ବୋଲି ସଫେଇ ଦେଇଥିଲେ। ଏପରିକି ସେ ନିଜ ଗଳା ଓ ହାତକୁ କାଟି ତାଙ୍କୁ କେହି ଆକ୍ରମଣ କରିଥିବାର ପ୍ରମାଣ କରିବାକୁ ଚେଷ୍ଟା ଚଳାଇଥିଲେ । ପୋଲିସ୍‌ ଏହାକୁ କିଛିକାଂଶରେ ଗ୍ରହଣ କରିଥିବାବେଳେ ପ୍ରମାଣ ପାଇ ମହିଳାଙ୍କୁ ପଚାରି ସତ୍ୟର ଉନ୍ମୋଚନ ରକିଛନ୍ତି।

ସ୍ତ୍ରୀ ଜଣକ ନିଜର ଦୋଷକୁ ସ୍ବୀକାର କରିଛନ୍ତି । ସ୍ବାମୀଙ୍କ ସହ ସବୁବେଳେ ଝଗଡା କାରଣରୁ ସେ ଏପରି ଏକ ପଦକ୍ଷେପ ନେଇଛନ୍ତି । ସ୍ବାମୀ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବାବେଳେ ସ୍ତ୍ରୀଜଣକ ଏପରି କାଣ୍ଡ ଘଟାଇଛନ୍ତି । ପୁତ୍ର ସନ୍ତାନକୁ ଘର ବାହାରେ ଥିବା ପାଣି ଟାଙ୍କିରେ ଫୋପାଡି ଦେଇ ଥିଲା । ପାଣିରେ ଡୁବି ଶିଶୁର ମୃତ୍ୟୁ ହୋଇଗଲା ପରେ ସେ ନିଜ ଗଳା ଓ ହାତକୁ ବ୍ଲେଡ୍‌ରେ କାଟି ଅନ୍ୟମାନଙ୍କୁ ଆକ୍ରମଣ ଘଟଣା ବୋଲି ଜଣାଇଥିଲେ । କେହି ଜଣେ ତାଙ୍କୁ ଆକ୍ରମଣ କରି ତାଙ୍କ ପୁଅକୁ ନେଇ ଯାଇଛି କହିଥିଲେ । ପୁତ୍ରର ଶବଟି ଟାଙ୍କିରୁ ଉଦ୍ଧାର କରାଯାଇଥିବାବେଳେ ବେଡ୍‌ ତଳୁ ଏକ ରକ୍ତାକ୍ତ ବ୍ଲେଡ୍‌ କୁ ଜବତ କରିଛି ପୋଲିସ୍‌ । ହତ୍ୟା ଘଟଣାରେ ସ୍ତ୍ରୀକୁ ଗିରଫ କରାଯାଇଥିବାବେଳେ ସ୍ବାମୀଙ୍କୁ ମାନସିକ ରୂପରେ ସ୍ତ୍ରୀକୁ ହଇରାଣ କରୁଥିବା ନେଇ ତା’ ବିରୋଧରେ ମଧ୍ୟ ମାମଲା ଦାଏର କରାଯାଇଛି । (ଏଜେନ୍ସି)

Related posts