Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଚେନ୍ନାଇରେ ଆଉ ଏକ ନିର୍ଭୟା : ଅସଦାଚରଣ ପରେ ପଞ୍ଚମ ଶ୍ରେଣୀ ଛାତ୍ରୀକୁ ହତ୍ୟା
ଅପରାଧ

ଚେନ୍ନାଇରେ ଆଉ ଏକ ନିର୍ଭୟା : ଅସଦାଚରଣ ପରେ ପଞ୍ଚମ ଶ୍ରେଣୀ ଛାତ୍ରୀକୁ ହତ୍ୟା

March 21, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଚେନ୍ନାଇ: ନିର୍ଭୟା ମାମଲାର ଚାରିଜଣ ଦୋଷୀଙ୍କୁ ଫାଶୀ ମିଳିବାର ଅଳ୍ପ କିଛି ଘଣ୍ଟା ପରେ ଘଟିଛି ଆଉ ଏକ ଅଭାବନୀୟ ଘଟଣା। ତାମିଲନାଡୁର ଚେନ୍ନାଇରେ ଆଉ ଏକ ଦୁଷ୍କର୍ମ ଆଉ ହତ୍ୟା ମାମଲା । ଆଜି ଏଠାରେ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଏକ ଛାତରୁ ଫିଙ୍ଗି ହତ୍ୟା କରାଯାଇଛି। ଅପରାଧର କିଛି ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ଚେନ୍ନାଇ ପୋଲିସ ଗିରଫ କରିଛି। ୨୯ ବର୍ଷ ବୟସ୍କ ଏହି ଅଭିଯୁକ୍ତ ଜଣକ ମୃତ ନାବାଳିକାର ପଡୋଶୀ ବୋଲି ଜଣାପଡିଛି।

ପୋଲିସର ସୂଚନାନୁସାରେ, ମଦୁରାଭୋୟାଲ ଅଞ୍ଚଳରେ ରହୁଥିବା ୧୦ ବର୍ଷର ନାବାଳିକା ଜଣକ ଶୌଚ ହେବା ପାଇଁ ନିଜ ଘରୁ ବାହାରକୁ ଯାଇ ଫେରିନଥିଲା। ପହଞ୍ଚିବାରେ ବିଳମ୍ବ ହେବାରୁ ପିତାମାତା ଭୟଭୀତ ହୋଇ ପୋଲିସକୁ ଡାକିଥିଲେ। ଅଭିଭାବକ, ପଡ଼ୋଶୀ ଏବଂ ପୋଲିସ କର୍ମଚାରୀମାନେ ବହୁ ଖୋଜା ଖୋଜି କରିଥିଲେ। ପରେ ନାବାଳିକା ଜଣକ ବିଲଡିଂ ପଛପଟେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବାର ଦେଖିବାକୁ ପାଇଥିଲେ।

ଗୁରୁତର ଅବସ୍ଥାରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା, କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଡାକ୍ତରୀ ପରୀକ୍ଷା ସମୟରେ ଜଣାପଡିଛି ଯେ ନାବାଳିକା ଜଣଙ୍କୁ ଅସଦାଚରଣ କରାଯାଇଛି।

ତଦନ୍ତ ପରେ ପୋଲିସ ଝିଅର ପଡୋଶୀ ପି.ସୁରେଶଙ୍କୁ ଗିରଫ କରିଛି।  ଛାତରେ ନାବାଳିକାକୁ ଅସଦାଚରଣ କରୁଥିବା ସମୟରେ ନାବାଳିକା ଚିତ୍କାର କରିବାରୁ ତାଙ୍କୁ ତଳକୁ ଫିଙ୍ଗି ଦେଇଥିବା ନେଇ ନିଜେ ଅଭିଯୁକ୍ତ ସ୍ୱୀକାର କରିଛି। (ଏଜେନ୍ସି)

 

minorgirl rape
Share. Facebook Twitter LinkedIn Email WhatsApp Copy Link

Related Posts

କୁଏତର ଯୁବରାଜଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦୀ

March 19, 2026

‘ବନ୍ଦେ ଭାରତ ଚେୟାର କାର୍ ସର୍ଭିସ୍’ ର ସମ୍ପ୍ରସାରଣ ପାଇଁ ରାଜ୍ୟମାନଙ୍କର ସହାୟତା ଲୋଡିଲା କେନ୍ଦ୍ର

March 19, 2026

ଜିଓ ପେମେଣ୍ଟସ୍ ବ୍ୟାଙ୍କ ପକ୍ଷରୁ ୟୁପିଆଇ-ଆଧାରିତ ନଗଦ ଉଠାଣ ସେବା ଆରମ୍ଭ

March 19, 2026

ଭାରତରେ ଚିନ୍ତା ବଢ଼ାଇଲା କତରର ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ: ଏବେ କ’ଣ ହେବ?

March 19, 2026
Latest News

କୁଏତର ଯୁବରାଜଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦୀ

March 19, 2026

‘ବନ୍ଦେ ଭାରତ ଚେୟାର କାର୍ ସର୍ଭିସ୍’ ର ସମ୍ପ୍ରସାରଣ ପାଇଁ ରାଜ୍ୟମାନଙ୍କର ସହାୟତା ଲୋଡିଲା କେନ୍ଦ୍ର

March 19, 2026

ଜିଓ ପେମେଣ୍ଟସ୍ ବ୍ୟାଙ୍କ ପକ୍ଷରୁ ୟୁପିଆଇ-ଆଧାରିତ ନଗଦ ଉଠାଣ ସେବା ଆରମ୍ଭ

March 19, 2026

ଭାରତରେ ଚିନ୍ତା ବଢ଼ାଇଲା କତରର ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ: ଏବେ କ’ଣ ହେବ?

March 19, 2026

ସପ୍ତାହରେ କିମ୍ବା ମାସରେ ଥରେ ଉପବାସ କଲେ ଶରୀର ମିଳେ ଅନେକ ଲାଭ, ଜାଣନ୍ତୁ କିପରି?

March 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.