Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ପରିବାପତ୍ର ପାଇଁ ହେଲା ଝଗଡା: ବୃଦ୍ଧଙ୍କୁ ହତ୍ୟା କରି ପରିବା ଧରି ଫେରାର୍‌ ଅଭିଯୁକ୍ତ
ଅପରାଧ

ପରିବାପତ୍ର ପାଇଁ ହେଲା ଝଗଡା: ବୃଦ୍ଧଙ୍କୁ ହତ୍ୟା କରି ପରିବା ଧରି ଫେରାର୍‌ ଅଭିଯୁକ୍ତ

April 9, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : କରୋନା ମୁକାବିଲା ପାଇଁ ସାରା ଦେଶରେ ଲକ୍‌ ଡାଉନ୍‌ ଜାରି ରହିଛି। ରାଜଧାନୀ ଦିଲ୍ଲୀରେ ମଧ୍ୟ ଲକ୍‌ ଡାଉନ୍‌କୁ ବେଶ୍‌ କଡାକଡି କରାଯାଇଛି। ଏହା ମଧ୍ୟରେ ଦିଲ୍ଲୀରେ ହତ୍ୟା ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ପରିବା ପାଇଁ ଝଗଡା ହେବାରୁ ଜଣେ ବୃଦ୍ଧଙ୍କ ହତ୍ୟା ହୋଇଯାଇଛି। ମିଳିଥିବା ସୂଚନା ଅନୁସାରେ ଦିଲ୍ଲୀର ଫର୍ସ ବିହାର ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି। ଏହି ବଜାରରେ ଜଣେ ବୃଦ୍ଧଙ୍କୁ ପରିବା ପାଇଁ ଲାଠି ଓ ବାଡି ମାଧ୍ୟମରେ ପିଟି ପିଟି ହତ୍ୟା କରାଯାଇଛି। ଅଭିଯୁକ୍ତ ଜଣକ ବୃଦ୍ଧଙ୍କ ପରିବା ନେଇ ପଳାୟନ କରୁଥିବାବେଳେ ବୃଦ୍ଧ ଜଣକ ଅବରୋଧ କରିବାକୁ ଏହା ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେଲା।

ସଞ୍ଜୟ କଲୋନୀ ଅଞ୍ଚଳର ରହୁଥିବା ଜଣେ ବ୍ୟକ୍ତି ପରିବା ପତ୍ର ନେଇ ନିଜ ଘରକୁ ଯାଉଥିଲେ। ଠିକ୍‌ ସେତିକିବେଳେ ତାଙ୍କ ପଡୋଶୀରେ ରହୁଥିବା ଜଣେ ଯୁବକଙ୍କ ସହ ତାଙ୍କର ଝଗଡା ସୃଷ୍ଟି ହୋଇଥିଲା। ଏହା ପରେ ଯୁବକ ଜଣକ ମନୀଷଙ୍କଠାରୁ ପରିବା ପତ୍ର ଛଡାଇବାକୁ ଲାଗିଲେ। ଏହି ଦୁଇଙ୍କ ଝଗଡାକୁ ଦେଖିବ ମନୀଷଙ୍କ ବୃଦ୍ଧ ପିତା ସେଠାରେ ପହଞ୍ଚିଗଲେ। ବୃଦ୍ଧଜଣକ ଦୁଇଜଣଙ୍କୁ ଛଡାଇବାକୁ ଆରମ୍ଭ କଲେ। କିନ୍ତୁ ଅଭିଯୁକ୍ତ ନହ୍ନେ ବୃଦ୍ଧଙ୍କୁ ମାର ଧର କରିବା ଆରମ୍ଭ କଲେ। ବିବାଦ ଅଧିକ ଗମ୍ଭୀର ରୂପ ନେବା ପରେ ଅଭିଯୁକ୍ତ ଜଣକ ବୃଦ୍ଧଙ୍କ ମୁଣ୍ଡକୁ ଲାଠିରେ ଆକ୍ରମଣ କରିଥିଲେ। ଏହିଘଟଣାରେ ବୃଦ୍ଧ ଜଣକ ଗୁରୁତର ହୋଇ ତଳେ ପଡିଯାଇଥିଲେ। ଏହାପରେ ଅଭିଯୁକ୍ତ ଜଣକ ପରିବା ପତ୍ର ନେଇ ପଳାୟନକରିଥିଲେ। ଅପରପକ୍ଷରେ ମନୀଷ ତାଙ୍କ ପିତାଙ୍କୁ ନେଇ ହସ୍ପିଟାଲ ଯାଇଥିଲେ। ସେଠାରେ ଡାକ୍ତର ତାଙ୍କ ପିତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।

ପୋଲିସ୍‌ ଏହି ଘଟଣାର ମାମଲା ଦାଏର କରି ଅଭିଯୁକ୍ତଙ୍କର ତାଲାସ ଜାରି ରଖିଛି। ଅଭିଯୁକ୍ତ ଗିରଫ ହେବା ପରେ ଏହି ହତ୍ୟାର ଅସଲ କାରଣ ଜଣାପଡିବ ବୋଲି ପୋଲିସ୍‌ କହିଛି। (ଏଜେନ୍ସି)

 

murder
Share. Facebook Twitter LinkedIn Email WhatsApp Copy Link

Related Posts

ଅଶୋଧିତ ତୈଳ ଦଳ ବଢିଲା

April 20, 2026

ଶାନ୍ତି ଆଲୋଚନାକୁ ଇରାନର ପ୍ରତ୍ୟାଖ୍ୟାନ

April 20, 2026

ଆମେରିକାରେ ଭୟଙ୍କର ଗୁଳିକାଣ୍ଡ: ଆଠ ନାବାଳକଙ୍କ ମୃତ୍ୟୁ

April 20, 2026

ଓଡିଶାରେ ୯୦,୦୦୦ କୋଟିର ରେଳ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି: ଅଶ୍ୱିନୀ ବୈଷ୍ଣବ

April 20, 2026
Latest News

ଅଶୋଧିତ ତୈଳ ଦଳ ବଢିଲା

April 20, 2026

ଶାନ୍ତି ଆଲୋଚନାକୁ ଇରାନର ପ୍ରତ୍ୟାଖ୍ୟାନ

April 20, 2026

ଆମେରିକାରେ ଭୟଙ୍କର ଗୁଳିକାଣ୍ଡ: ଆଠ ନାବାଳକଙ୍କ ମୃତ୍ୟୁ

April 20, 2026

ଓଡିଶାରେ ୯୦,୦୦୦ କୋଟିର ରେଳ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି: ଅଶ୍ୱିନୀ ବୈଷ୍ଣବ

April 20, 2026

ଏଲପିଜିରୁ ପିଏନଜିକୁ ସଂଯୋଗ ହସ୍ତାନ୍ତର କଲେ ୩୯,୦୦୦ରୁ ଅଧିକ ଗ୍ରାହକ

April 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.