ଲକ୍‌ଡାଉନ୍‌ ସମୟରେ ପୋଲିସ୍‌ ଉପରେ ଆକ୍ରମଣ କରି ହାତ ହାଣି ଦେଲେ, ସାତ ଜଣ ଗିରଫ

Published: Apr 12, 2020, 12:38 pm IST

ପଟିଆଲା: ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବା ବେଳେ ଲକ୍‌ଡାଉନ୍‌ ନିୟମକୁ ଭାଙ୍ଗିବା ସହିତ ଜଣେ ପୋଲିସ୍‌ ଅଧିକାରୀଙ୍କ ହାତ କାଟିଛନ୍ତି କିଛି ବ୍ୟକ୍ତି। ଏହି ଘଟଣାରେ ପୋଲିସ୍‌ ୭ ଜଣଙ୍କୁ ଗିରଫ କରିଛି। ପଞ୍ଜାବର ପଟିଆଲାରେ ଏହି ବିଭତ୍ସ ଘଟଣା ଘଟିଛି। ସ୍ଥାନୀୟ ମଣ୍ଡିରେ ପ୍ରବେଶ କରିବା ନେଇ ପୋଲିସ୍‌ ବାରଣ କରିବାରୁ ନିହଙ୍ଗର ଏହି ବ୍ୟକ୍ତିମାନେ ସଙ୍ଘବଦ୍ଧ ଭାବରେ ପୋଲିସ୍‌କୁ ଖଣ୍ଡାରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଜଣେ ପୋଲିସ୍‌ ଅଧିକାରୀଙ୍କ ହାତ କଟି ଯାଇଥିବା ବେଳେ ଅନ୍ୟ ତିନି ପୋଲିସ୍‌ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ଏଏସ୍‌ଆଇଙ୍କ ହାତଟି ଶରୀରରୁ ଅଲଗା ହୋଇଯାଇଥିଲା। ଆକ୍ରମଣ ପରେ ଅଭିଯୁକ୍ତ ମାନେ ଗୁରୁଦ୍ବାର ମଧ୍ୟରେ ଲୁଚିଥିବା ବେଳେ ୭ ଅଭିଯୁକ୍ତଙ୍କୁ ପୋଲିସ୍‌ ଗିରଫ କରିଛି। (ଏଜେନ୍ସି)

Related posts