Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ବଡ ଘର ବଡ ଗୁମର କଥା : ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଜେଲ୍ ଗଲେ ନାକ୍ଟିଦେଉଳ ବ୍ଲକର କନିଷ୍ଠ ଯନ୍ତ୍ରୀ
ଅପରାଧ

ବଡ ଘର ବଡ ଗୁମର କଥା : ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଜେଲ୍ ଗଲେ ନାକ୍ଟିଦେଉଳ ବ୍ଲକର କନିଷ୍ଠ ଯନ୍ତ୍ରୀ

April 19, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା
ରେଢାଖୋଲ: ବାରମ୍ବାର ନିଜ ପତ୍ନୀଙ୍କୁ ନିର୍ଯାତନା ଦେଇଥିବା ଜନୈକ ଯନ୍ତ୍ରୀ ଗିରଫ ହେବା ଘଟଣା ଏବେ ନାକ୍ଟିଦେଉଳ ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

ପ୍ରକାଶ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକର କନିଷ୍ଠ ଯନ୍ତ୍ରୀ ଭାବରେ କାର୍ଯ୍ୟରତ ବିଭୁ ପ୍ରସାଦ ବେହେରା  ଗତକାଲି ରାତିରେ ନିଜର ପତ୍ନୀ ରଶ୍ମୀମୟୀ କାଣ୍ଡିଙ୍କୁ ବାପଘରୁ ୫୦ ଲକ୍ଷ ଟଙ୍କା ଆଣିବାକୁ କହିଥିଲେ । ଟଙ୍କା ପାଇଁ ରାତିରେ ତାଙ୍କ ସ୍ତ୍ରୀଙ୍କୁ ନିର୍ଯ୍ୟାତନା ଦେବା ସହ ବହୁତ ମାଡ ମାରିଥିଲେ ଯନ୍ତ୍ରୀ ମହାଶୟ। ଏପରିକି ମାରିଦେବାକୁ ଧମକ ଦେଇଥିବାର ରେଢାଖୋଲ ଥାନାରେ ପତ୍ନୀ ଅଭିଯୋଗ କରିଛନ୍ତି । ରାତିରେ  ବେଲଟରେ ସ୍ତ୍ରୀଙ୍କୁ ବହୁତ ମାରି ଥିଲେ ଯା ଫଳରେ ତାଙ୍କ ପତ୍ନୀ ଗୁରୁତର ହୋଇ ରେଢାଖୋଲ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ । ଟିକିଏ ଭଲ ହେବା ପରେ ରେଢାଖୋଲ ଥାନାକୁ ଯାଇ ସ୍ୱାମୀ ବିରୁଦ୍ଧରେ ଲିଖିତାକାରରେ ଗୁରୁତର ଅଭିଯୋଗ କରିଥିଲେ ।

ଅଭିଯୋଗ ଆଧାରରେ କନିଷ୍ଠ ଯନ୍ତ୍ରୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ରେଢାଖୋଲ ଥାନାର କେସ୍ ନଂ ୬୬/୨୦ ଓ ଦଫା ୪୯୮(ଏ) ୩୦୭,୫୦୬ ସେକସନ୍‌(୪) ରେ ମାମଲା ରୁଜୁ କରାଯାଇଛିା ଜାମିନ୍ ନାମଂଜୁର ହେବାରୁ ଜେଲ୍ ହାଜତକୁ ପଠାଇଦିଆଯାଇଛି। ଜଣେ ଶିକ୍ଷିତ କନିଷ୍ଠଯନ୍ତ୍ରୀ ହୋଇ ଯୌତୁକ ବାବଦରେ ନିଜ ପତ୍ନୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ହାସ୍ୟାସ୍ପଦର କଥା । ଗିରଫ ଯନ୍ତ୍ରୀଙ୍କ ଘର କେନ୍ଦ୍ରାପଡା ଜିଲ୍ଲାରେ ହୋଇଥିବାବେଳେ 5 ବର୍ଷ ତଳେ ତାଙ୍କର ବିବାହ ହୋଇଥିଲା । ଦୁହିଁଙ୍କର 4 ବର୍ଷର ଛୋଟ ପୁଅଟିଏ ରହିଥିବାର ଜଣାପଡିଛି ।  ବଡ ଘର ବଡଗୁମର କଥା ଭାବେ ଏହି ଘଟଣାଟି ନାକ୍ଟିଦେଉଳ ଅଂଚଳରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି ।

domesticviolence
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ୭୦ତମ ପୁଣ୍ୟତିଥିରେ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କୁ ଶ୍ରଦ୍ଧାଞ୍ଜଳି

July 26, 2026

ଆଜି ଭାରତ- ଜିମ୍ବାୱେ ଅନ୍ତିମ ଟି-୨୦ ମ୍ୟାଚ: ଟିମ ଇଣ୍ଡିଆର ପରିବର୍ତ୍ତନ ସମ୍ଭବ

July 26, 2026

କନଫର୍ମ ହୋଇନାହିଁ କି ଟ୍ରେନ ଟିକେଟ?: ଚେଷ୍ଟା କରନ୍ତୁ ଏହି ଗୁପ୍ତ କୌଶଳ

July 26, 2026

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ଦେଶକୁ ମିଳିଲା ନୂତନ ଶିକ୍ଷା ମନ୍ତ୍ରୀ: ଦାୟିତ୍ଵ ଗ୍ରହଣ କଲେ ପ୍ରହଲ୍ଲାଦ ଯୋଶୀ

July 26, 2026
Latest News

୧୩ ଦିନ ପରେ ଆକ୍ରମଣ ବନ୍ଦ କଲା ଆମେରିକା!: ଜାଣନ୍ତୁ କାହିଁକି ଏଭଳି ନିଷ୍ପତ୍ତି ନେଲେ ଟ୍ରମ୍ଫ?

July 26, 2026

ବାଣପୁର: ୭୦ତମ ପୁଣ୍ୟତିଥିରେ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କୁ ଶ୍ରଦ୍ଧାଞ୍ଜଳି

July 26, 2026

ଆଜି ଭାରତ- ଜିମ୍ବାୱେ ଅନ୍ତିମ ଟି-୨୦ ମ୍ୟାଚ: ଟିମ ଇଣ୍ଡିଆର ପରିବର୍ତ୍ତନ ସମ୍ଭବ

July 26, 2026

କନଫର୍ମ ହୋଇନାହିଁ କି ଟ୍ରେନ ଟିକେଟ?: ଚେଷ୍ଟା କରନ୍ତୁ ଏହି ଗୁପ୍ତ କୌଶଳ

July 26, 2026

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ଦେଶକୁ ମିଳିଲା ନୂତନ ଶିକ୍ଷା ମନ୍ତ୍ରୀ: ଦାୟିତ୍ଵ ଗ୍ରହଣ କଲେ ପ୍ରହଲ୍ଲାଦ ଯୋଶୀ

July 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.