Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»କିସିଣ୍ଡା ଥାନା ଅଂଚଳରେ ଧାର ଟଙ୍କାକୁ କେନ୍ଦ୍ର କରି ହତ୍ୟାକାଣ୍ଡ : ଟାଙ୍ଗିଆରେ ହାଣି ଗିରଫ ହେଲା ଅଭିଯୁକ୍ତ
ଅପରାଧ

କିସିଣ୍ଡା ଥାନା ଅଂଚଳରେ ଧାର ଟଙ୍କାକୁ କେନ୍ଦ୍ର କରି ହତ୍ୟାକାଣ୍ଡ : ଟାଙ୍ଗିଆରେ ହାଣି ଗିରଫ ହେଲା ଅଭିଯୁକ୍ତ

April 20, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା
ରେଢାଖୋଲ: ଟଙ୍କା ଧାରକୁ  କେନ୍ଦ୍ର କରି ଏକ ହତ୍ୟାକାଣ୍ଡ ଘଟି ଚାଂଚଲ୍ୟ ସୃଷ୍ଟି କରିଛି କିସିଣ୍ଡା ଅଂଚଳରେ। ପ୍ରକାଶ ଯେ, ରେଢାଖୋଲ ଉପଖଣ୍ଡ କିସିଣ୍ଡା ଥାନା ଅନ୍ତର୍ଗତ ଖନ୍ଦିବାହାଳ ଗ୍ରାମରେ ଏହି ହତ୍ୟାକାଣ୍ଡ ଘଟିଛି।  ଗତ କାଲି ରାତି ପ୍ରାୟ ପାଖାପାଖି ୮ ଟାରେ ଖନ୍ଦିବାହାଳ ଗ୍ରାମର ଭୀମସେନ୍ ସ୍ୱାଇଁ(୫୦) ନିଜ ଘର ସାମ୍ନାରେ ଲଙ୍କମରିଚ ତୋଳୁଥିବା ସମୟରେ ସେହି ଗ୍ରାମର ଗୌତମ ମାଝୀ ନାମକ ଜଣେ ଯୁବକ ଅଚାନକ ଟାଙ୍ଗିଆରେ ତାର ବେକକୁ ୪ ରୁ ୫ ଚୋଟ ମାରି ଦେଇ ଫେରାର ହୋଇଥିଲା। ଘଟଣା ସ୍ଥଳରେ ଭୀମସେନ ର ମୃତ୍ୟୁ ହୋଇଯାଇଥିଲା ବୋଲି ନାକ୍ଟିଦେଉଳ ଥାନାଧୀକାରୀ ଚିତରଂଜନ ନାଏକ ପ୍ରକାଶ କରିଛନ୍ତି।

ପୋଲିସ୍ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି। ଅଭିଯୁକ୍ତ ଭୀମସେନକୁ ଟାଙ୍ଗିଆରେ ହତ୍ୟା କରିଥିବା ସ୍ୱୀକାର କରିଛି। ପୋଲିସ୍ ସୂତ୍ରରୁ ପ୍ରକାଶ ଯେ ମୃତ ଭୀମସେନ ସ୍ୱାଇଁ ଗୌତମ ଠାରୁ ଟଙ୍କା ଉଧାରିରେ ନେଇଥିଲା । ଗୌତମ ବାରମ୍ବାର ମାଗିବାରୁ ଦେଇ ନଥିଲା। ମୃତ ଭୀମସେନ୍ କାଳେ ଗୌତମକୁ ମାରି ଦେବ ସେ ଭୟରେ ହତ୍ୟା କରିଥିବା ପୋଲିସ୍ ଆଗରେ ଅଭିଯୁକ୍ତ ପ୍ରକାଶ କରିଛି ।

ଅପରପକ୍ଷରେ ପ୍ରେମ ସମ୍ପର୍କକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଚାଲିଛି । ଖବର ଲେଖାଯିବା ପର୍ଯ୍ୟନ୍ତ ମୃତ ଭୀମ ସେନର ଶବ ତାଘର ସମ୍ମୁଖରେ ପଡିରହିଛି । ସମ୍ବଲପୁରରୁ ସାଇଂଟିଫିକ୍ ଟିମ୍ ଆସିଲା ପରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡିଛି
ଆଜି ଶବ ବ୍ୟବଚ୍ଛେଦ ହେବା ସହ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯିବ ବୋଲି କିସିଣ୍ଡା ଥାନାଧୀକାରୀ ଚିତରଂଜନ ନାଏକ ଆମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛନ୍ତି ।

କିସିଣ୍ଡା ଥାନା ହତ୍ୟାକାଣ୍ଡ
Share. Facebook Twitter LinkedIn Email WhatsApp Copy Link

Related Posts

ବନ୍ୟା ପ୍ରଭାବିତ ଅଞ୍ଚଳରେ ଓମ୍‌ଫେଡ୍‌ ପକ୍ଷରୁ ବ୍ୟାପକ ଗୋଖାଦ୍ୟ ବଣ୍ଟନ; ୪ ଦିନରେ ୫୦୪ ମେଟ୍ରିକ୍ ଟନ୍ ବିତରଣ, ଲକ୍ଷ୍ୟ ୧୦୦୦ ମେଟ୍ରିକ୍ ଟନ୍

August 1, 2026

ଲୋକାର୍ପିତ ହେଲା ‘ନରସିଂହପୁର କ୍ଲଷ୍ଟର ବୁଲେଟିନ’ କୁନି ରିପୋର୍ଟର ଚ୍ୟାନେଲ

August 1, 2026

ଯୁବତୀ ଅପହରଣ ମାମଲାରେ ୩ ଯୁବକଙ୍କୁ ନିର୍ଦ୍ଧୁମ ମାଡ଼, ପୋଲିସ ଭୂମିକାକୁ ନେଇ ପ୍ରଶ୍ନ

August 1, 2026

ଖୋର୍ଦ୍ଧା ଜିଲ୍ଲାର A1 ଗ୍ରେଡ୍ ପ୍ରାପ୍ତ କୃତୀ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା କଲେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

August 1, 2026
Latest News

ବନ୍ୟା ପ୍ରଭାବିତ ଅଞ୍ଚଳରେ ଓମ୍‌ଫେଡ୍‌ ପକ୍ଷରୁ ବ୍ୟାପକ ଗୋଖାଦ୍ୟ ବଣ୍ଟନ; ୪ ଦିନରେ ୫୦୪ ମେଟ୍ରିକ୍ ଟନ୍ ବିତରଣ, ଲକ୍ଷ୍ୟ ୧୦୦୦ ମେଟ୍ରିକ୍ ଟନ୍

August 1, 2026

ବନ୍ୟା ପରିସ୍ଥିତି ରିଲିଫ୍‌ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ ପାଇଁ ଚାରି ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

August 1, 2026

ଲୋକାର୍ପିତ ହେଲା ‘ନରସିଂହପୁର କ୍ଲଷ୍ଟର ବୁଲେଟିନ’ କୁନି ରିପୋର୍ଟର ଚ୍ୟାନେଲ

August 1, 2026

ବନ୍ୟା ମୁକାବିଲା ନିମନ୍ତେ କେନ୍ଦ୍ରର ୨,୧୧୭ କୋଟି ଟଙ୍କା ସହାୟତା, ଓଡ଼ିଶା ପାଇଁ ୫୦୦ କୋଟି

August 1, 2026

ଯୁବତୀ ଅପହରଣ ମାମଲାରେ ୩ ଯୁବକଙ୍କୁ ନିର୍ଦ୍ଧୁମ ମାଡ଼, ପୋଲିସ ଭୂମିକାକୁ ନେଇ ପ୍ରଶ୍ନ

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.