ନୂଆଦିଲ୍ଲୀ : ମହାମାରୀ କରୋନା ଭାରଇସ୍ ସହ ଲଢେଇ କରୁଥିବା ରାଜଧାନୀ ଦିଲ୍ଲୀରେ ଲକ୍ ଡାଉନ୍ ଚାଲିଥିବା ବେଳେ ବି ଅପରାଧ ମଧ୍ୟ କମିବାରେ ଦେଖାଯାଉନାହିଁ । ଦିଲ୍ଲୀରେ ଜଣେ ସ୍ତ୍ରୀ ତାଙ୍କ ପ୍ରେମିକ ସହିତ ମିଶି ସ୍ବାମୀଙ୍କର ହତ୍ୟା କରିଥିବାର ସୂଚନା ରହିଛି । ମିଳିଥିବା ସୂଚନା ଅନୁସାରେ ଏହିଘଟଣାଟି ଅଶୋକ ବିହାର ଅଞ୍ଚଳରେ ଘଟିଛି । ଏହି ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ସନ୍ଦିଗ୍ଧ ପରିସ୍ଥିତିରେ ମୃତ୍ୟୁ ହୋଇଥିଲା । ସ୍ତ୍ରୀ ଏହି ମୃତ୍ୟକୁ କରୋନା ଜନିତ ମୃତ୍ୟୁ ବୋଲି କହିଥିଲେ । ଏହାପରେ ଏହା କାନରୁ କାନକୁ ହୋଇ ପୋଲିସ୍ ନିକଟରେ ପହଞ୍ଚିଥିଲା । ଏହାପରେ ପୋଲିସ୍ ଶ୍ମଶାନ ଘାଟରେ ପହଞ୍ଚି ଶବକୁ ଜବତ କରି ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ପରିଶେଷରେ ଏହି ମୃତ୍ୟ ରହସ୍ୟର ପର୍ଦ୍ଦାଫାସ କରି ମହିଳା ଓ ତାଙ୍କ ପ୍ରେମିକଙ୍କୁ ଗିରଫ କରିଛି ।
ମହିଳା ଜଣକ ସ୍ବାମୀଙ୍କ କରୋନା ଯୋଗୁଁ ମୃତ୍ୟୁ ହୋଇଥିବାର କହିଶଶ୍ମାନରେ ଅନ୍ତ୍ୟେଷ୍ଟି କ୍ରିୟା କରିବାକୁ ନେଲାବେଳେ ପୋଲିସ୍ ସନ୍ଦେହ କରି ଶବକୁ ପୋଷ୍ଟମର୍ଟମ୍ କରିଥିଲେ । ରିପୋର୍ଟ ଆସିବା ପରେ ହତ୍ୟା ହୋଇଥିବାର ଜଣାପଡିଥିଲା । ମହିଳା ଜଣକ ନିଜ ପ୍ରେମିକ ସହିତ ମିଶି ହତ୍ୟା କରିଥିବାର ସ୍ପଷ୍ଟ ହୋଇଛି । ରିପୋର୍ଟ ଆସିବା ପରେ ପୋଲିସ୍ ହତ୍ୟା ମାମଲା ରୁଜୁ କରି ମହିଳା ଓ ପ୍ରେମିକଙ୍କୁ ଗିରଫ କରିଛନ୍ତି ।