Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ପୂର୍ବତନ ବ୍ଲକ ବିଜେଡି ସଭାପତିଙ୍କ ଭାଇଙ୍କୁ ଆକ୍ରମଣ ଘଟଣାରେ 4 ଗିରଫ : କାହା ଛତ୍ରଛାୟାରେ ମୁଖ୍ୟ ଅଭିଯୁକ୍ତ
ଅପରାଧ

ପୂର୍ବତନ ବ୍ଲକ ବିଜେଡି ସଭାପତିଙ୍କ ଭାଇଙ୍କୁ ଆକ୍ରମଣ ଘଟଣାରେ 4 ଗିରଫ : କାହା ଛତ୍ରଛାୟାରେ ମୁଖ୍ୟ ଅଭିଯୁକ୍ତ

May 13, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର : କୁକୁଡାଖଣ୍ଡି ସଦର ଥାନା ଅନ୍ତର୍ଗତ ରୋହିଗାଁରେ ପୂର୍ବତନ ବ୍ଲକ ବିଜେଡି ସଭାପତିଙ୍କ ଭାଇଙ୍କୁ ଆକ୍ରମଣ ଘଟଣାରେ 4 ଜଣଙ୍କୁ ଗିରଫ କରାଯାଇଛି । ଗତ ଶନିବାର ରାତ୍ର ପ୍ରାୟ 7.00 ଟା ସମୟରେ ପୂର୍ବତନ ବ୍ଲକ ବିଜେଡି ସଭାପତି ସନ୍ୟାସୀ ଜେନାଙ୍କ ସାନଭାଇ ପୂର୍ଣ୍ଣ ଜେନାଙ୍କ ଉପରକୁ ଆକ୍ରମଣ କରାଯାଇଥିଲା । ସେହି ଗ୍ରାମର କିଛି ଯୁବକ ଆକ୍ରମଣ କରିଥିବା ନେଇ ସ୍ଥାନୀୟ ସଦର ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ପୋଲିସ୍‌ ଟୁନା ସେଠି (23), ଟୁଲୁ ଜେନା (25), ଭିକାରି ଜେନା (25), ଏବଂ ପ୍ରଭାକର ଜେନା(24)କୁ ପୋଲିସ୍‌ ଗିରଫ କରିଛି । ତେବେ ଏହି ଘଟଣାରେ ପୋଲିସ୍‌ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରୁନଥିବାରୁ ଏହାକୁ ନେଇ ଅସନ୍ତୋଷ ଦେଖାଦେଇଛି । ବଶିଷ୍ଠ ଜେନାଙ୍କୁ ମାମଲାର ମୁଖ୍ୟ ଅଭିଯୁକ୍ତ ବୋଲି କକୁହାଯାଇଥିଲେ ମଧ୍ୟ ପୋଲିସର ନୀରବତା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପୋଲିସ୍‌ ଅନୁଯାୟୀ ଆକ୍ରମଣ ଦିନ ବଶିଷ୍ଠଙ୍କ ମୋବାଇଲ୍‌ର ଲୋକେସନ୍‌ ଅନ୍ୟ ଏକ ଜାଗାରେ ରହିଥିଲଶ ତେଣୁ ବଶିଷ୍ଠଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ତେବେ ମୋବଇଲ ଲୋକେସନ ଉପଯୁକ୍ତ ପ୍ରମାଣ ନୁହେଁ ଏବଂ ଉପଯୁକ୍ତ ତଦନ୍ତ କରି ମୁଖ୍ୟ ଅଭିଯୁକ୍ତ ସମେତ ଅନ୍ୟାନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପୂର୍ଣ୍ଣ ଜେନା ଦାବି କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, 5 ବର୍ଷ ପୂର୍ବେ ପୂର୍ଣ୍ଣ ଜେନାଙ୍କ ଉପରକୁ ଏହି ଦୂର୍ବୁର୍ତ୍ତମାନେ ମରଣାନ୍ତକ ଆକ୍ରମଣ କରିଥିବା ବେଳେ 2017ରେ ଜାମିନରେ ଆସିବା ପରେ ତାଙ୍କ ମଝିଆଁ ଭାଇ ଅଶୋକ ଜେନାଙ୍କୁ ହତ୍ୟା କରିଥିଲେ । ଉକ୍ତ ହତ୍ୟା ମାମଲା ବିଚାରାଧୀନ ରହିଥିବା ବେଳେ ଏହି ଅଭିଯୁକ୍ତ ମାନେ ପୁନର୍ବାର ଜାମିନରେ ଆସି ପୂର୍ଣ୍ଣଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି । ପୂର୍ଣ୍ଣ ବର୍ତ୍ତମାନ ଗୁରୁତର ଅବସ୍ଥାରେ ବ୍ରହ୍ମପୁରର ଏମ୍‌କେସିଜିରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣାକୁ ନେଇ ପୂର୍ଣ୍ଣଙ୍କ ପରିବାର ଭୀତତ୍ରସ୍ତ ଅବସ୍ଥାରେ ରହିଥିବା ବେଳେ ପୋଲିସ୍‌ ପକ୍ଷରୁ କେସ୍‌ ନମ୍ବର 131/2020ରେ ମାମଲା ରୁଜୁ କରାଯାଇଛି ।

ଆକ୍ରମଣ କୁକୁଡାଖଣ୍ଡି
Share. Facebook Twitter LinkedIn Email WhatsApp Copy Link

Related Posts

ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ରାଜ୍ୟ ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ

March 3, 2026

ଓଡ଼ିଶାରେ ୫୪ ପ୍ରତିଶତରୁ ଅଧିକ ରାଜସ୍ବ ବଜାର ଅଂଶ ସହିତ ଜିଓର ଦବଦବା ଜାରି: ଟ୍ରାଇ ରିପୋର୍ଟ

March 3, 2026

ପ୍ରଥମ କ୍ରିକେଟ୍ ଦଳ ଭାବେ ଏହି ସମ୍ମାନଜନକ ପୁରସ୍କାର ପାଇଁ ମନୋନୀତ ହେଲା ଟିମ୍ ଇଣ୍ଡିଆ

March 3, 2026

ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି ଘୋଷଣା କଲା ପ୍ରାର୍ଥୀଙ୍କ ନାମ, ସେପଟେ ଦିଲ୍ଲୀପ ରାୟ କଲେ ଘୋଷଣା

March 3, 2026
Latest News

ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

March 3, 2026

ମହତପଲ୍ଲାରେ ବାର୍ଷିକ ଉତ୍ସବ: ନାଟକ, କବିତା ଓ ନୃତ୍ୟରେ ମନମୁଗ୍ଧ ଦର୍ଶକ

March 3, 2026

ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ରାଜ୍ୟ ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ

March 3, 2026

ଓଡ଼ିଶାରେ ୫୪ ପ୍ରତିଶତରୁ ଅଧିକ ରାଜସ୍ବ ବଜାର ଅଂଶ ସହିତ ଜିଓର ଦବଦବା ଜାରି: ଟ୍ରାଇ ରିପୋର୍ଟ

March 3, 2026

ପ୍ରଥମ କ୍ରିକେଟ୍ ଦଳ ଭାବେ ଏହି ସମ୍ମାନଜନକ ପୁରସ୍କାର ପାଇଁ ମନୋନୀତ ହେଲା ଟିମ୍ ଇଣ୍ଡିଆ

March 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.