Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଗୋଟିଏ ପରିବାରର 6 ସଦସ୍ୟଙ୍କୁ ହାଣି ହତ୍ୟା କଲେ ଅଭିଯୁକ୍ତ, ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କୁ ଗ୍ରାମବାସୀମାନେ ପିଟି ପିଟି ମାରିଲେ
ଅପରାଧ

ଗୋଟିଏ ପରିବାରର 6 ସଦସ୍ୟଙ୍କୁ ହାଣି ହତ୍ୟା କଲେ ଅଭିଯୁକ୍ତ, ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କୁ ଗ୍ରାମବାସୀମାନେ ପିଟି ପିଟି ମାରିଲେ

July 16, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
Murder mystery revel of kalimegha murder case

ମଣ୍ଡଲା : ମଧ୍ୟପ୍ରଦେଶରୁ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି । ଏଠାରେ ଏକ ପରିବାରର 6 ଜଣ ସଦସ୍ୟଙ୍କୁ ତଲଓ୍ବାଲରରେ କାଟି ନିମର୍ମ ଭାବରେ ହତ୍ୟା କରାଯାଇଛି । ଏହି ଘଟଣା ପରେ ଗ୍ରାମବାସୀମାନେ ବାଡି ଦ୍ବାରା ଅଭିଯୁକ୍ତଙ୍କୁ ଆକ୍ରମଣ କରିଥିଲେ । ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କର ମାର୍‌ପିଟ୍‌ରେ ମୃତ୍ୟୁ ହୋଇଥିବାର ସୂଚନା ରହିଛି।

ମିଳିଥିବା ସୂଚନା ଅନୁସାରେ ମଣ୍ଡଲା ଜିଲ୍ଲା ବୀଜାଣ୍ଡାଣ୍ଡି ଥାନା ଅଞ୍ଚଳର ମନେରୀ ଚୌକିଠାରେ 6 ଜଣଙ୍କ ହତ୍ୟା ମାମଲା ସାମ୍ନାକୁ ଆସିଥିଲା । ସୋନି ପରିବାରର ଦୁଇ  ପରିବାର ସଦସ୍ୟଙ୍କ ମଧ୍ୟରେ ସମ୍ପତ୍ତି ବିବାଦ ନେଇ ଏହି ଘଟଣା ଘଟିଥିବାର ସୂଚନା ରହିଛି ।

ଦୁଇ ପରିବାର ମଧ୍ୟରୁ ଜଣେ ଅନ୍ୟ ପରିବାର ଉପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ମୃତ୍ୟୁର ଘାଟରେ ପହଞ୍ଚାଇଛନ୍ତି । ମୃତକ ରାଜେନ୍ଦ୍ର ସୋନି ବିଜେପି  ଜଣେ ବରିଷ୍ଠ ନେତା ବୋଲି ସୂଚନା ରହିଛି । ଏହି ହତ୍ୟାକାଣ୍ଡରେ ପରିବାରର 6 ସଦସ୍ୟଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଦୁଇଟି ଶିଶୁ ମଧ୍ୟ ସାମିଲ୍‌ ରହିଛନ୍ତି। ଏହା ପରେ ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କୁ ଗ୍ରାମବାସୀମାନେ ପିଟି ପିଟି ହତ୍ୟା କରିଦେଇଛନ୍ତି ।

ସମ୍ପତ୍ତି ପାଇଁ ଦୀର୍ଘ ଦିନ ବିବାଦ ଆଜି ଚରମ ରୂପ ନେଇଛି । ମୃତକ ରାଜେନ୍ଦ୍ର ସୋନି ବିଜେପିର ନେତା ଥିବାବେଳେ ତାଙ୍କର ବ୍ୟବସାୟ ରହିଥିଲା । ଦୋକାନରେ ଅଭିଯୁକ୍ତମାନେ ତାଙ୍କ ଉପରେ ଆକ୍ରମଣ କରିଥିଲେ, ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିବାବେଳେ ତାଙ୍କ ପରିବାରର ଅନ୍ୟ 5 ସଦସ୍ୟଙ୍କୁ ମଧ୍ୟ ଅଭିଯୁକ୍ତମାନେ ହତ୍ୟା କରିଥିଲେ । ଏହି ଆକ୍ରମଣରେ ଜଣେ 10 ବର୍ଷର ଶିଶୁ ସମେତ 7 ବର୍ଷର ଶିଶୁ ମଧ୍ୟ ମୃତ୍ୟୁବରଣ କରିଛି । ତେବେ ଏହି ହତ୍ୟାକାଣ୍ଡ ପରେ ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହୋଇଥିଲେ ଦୁଇ ଅଭିଯୁକ୍ତ । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଫେରାର୍‌ ହେଉଥିବା ସମୟରେ ପୋଲିସ୍‌ ଗୁଳିର ଶିକାର ହୋଇ ଗିରଫ ହୋଇଛି । (ଏଜେନ୍ସି)

ହତ୍ୟା
Share. Facebook Twitter LinkedIn Email WhatsApp Copy Link

Related Posts

କଟକରେ ସକାଳୁଆ ସ୍କୁଲ

April 19, 2026

ସାଇବର ଠକେଇ ବନ୍ଦ କରିବ : ‘ଅଭୟ’

April 19, 2026

ଗାଡ଼ି ସାଇଡ୍ ମାରିବାକୁ ନେଇ ତୁମୁଳକାଣ୍ଡ

April 19, 2026

ଯୁବକର ଉନ୍ମତ୍ତକାଣ୍ଡ: ଶାବଳ ମାଡ଼ରେ ଜଣେ ମୃତ

April 19, 2026
Latest News

କଟକରେ ସକାଳୁଆ ସ୍କୁଲ

April 19, 2026

ସାଇବର ଠକେଇ ବନ୍ଦ କରିବ : ‘ଅଭୟ’

April 19, 2026

ଗାଡ଼ି ସାଇଡ୍ ମାରିବାକୁ ନେଇ ତୁମୁଳକାଣ୍ଡ

April 19, 2026

ଯୁବକର ଉନ୍ମତ୍ତକାଣ୍ଡ: ଶାବଳ ମାଡ଼ରେ ଜଣେ ମୃତ

April 19, 2026

ଜଳଭଣ୍ଡାରରେ ବୁଡ଼ି ୨ ନାବାଳାକଙ୍କର ମୃତ୍ୟୁ

April 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.