14 ଜଣ ପ୍ରେମିକଙ୍କ ସହିତ ସମ୍ପର୍କରେ ଥିଲେ ସ୍ତ୍ରୀ, ସତ ସାମ୍ନାକୁ ଆସିବା ପରେ ସ୍ବାମୀ କଲେ ଏପରି କାଣ୍ଡ

Published: Jul 22, 2020, 10:56 pm IST

କୋଲକାତା : କୋଲକତାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏହି ଘଟଣା କୌଣସି ଫିଲ୍ମର କାହାଣୀଠାରୁ କମ୍‌ ନୁହେଁ । ଏଠାରେ ଜଣେ ସ୍ବାମୀ ନିଜ ସ୍ତ୍ରୀଙ୍କ ଅବୈଧ ସମ୍ପର୍କ ଜାଣିବା ପରେ 100 କୋଟିର ନୋଟିସ୍‌ ପଠେଇଛନ୍ତି ।  ସ୍ବାମୀ ଜଣକ ନିଜ ସ୍ତ୍ରୀଙ୍କ ଅବୈଧ ସମ୍ପର୍କ ସମ୍ପର୍କରେ ଜାଣିବା ପାଇଁ ଜାସୁସୀ ଲଗାଇଥିବାବେଳେ ସାମ୍ନାକୁ ଆଶ୍ଚର୍ଯ୍ୟଜନକ ସତ୍ୟ ଆସିଥିଲା । ତାଙ୍କ ସ୍ତ୍ରୀଙ୍କର ଜଣେ କିମ୍ବା ଦୁଇଜଣ ନୁହେଁ ବରଂ 14 ଜଣଙ୍କ ସହ ଅବୈଧ ସମ୍ପର୍କଥିଲା । ଏହା ପରେ ସ୍ବାମୀ ଯାହା କଲେ, ତାହା ସବୁଠୁ ଆଶ୍ଚର୍ଯ୍ୟର କଥା ।

ସ୍ତ୍ରୀଙ୍କର 14 ଜଣ ପୁରୁଷଙ୍କ ସହିତ ଅବୈଧ ସମ୍ପର୍କ ଜଣାପଡିବା ପରେ ସ୍ବାମୀ ଜଣକ ସମସ୍ତ 14 ଜଣଙ୍କୁ ଲିଗାଲ୍‌ ନୋଟିସ୍‌ ପଠାଇଛନ୍ତି । ଏହି ନୋଟିସ୍‌ରେ 14 ଜଣ ପୁରୁଷଙ୍କଠୁ 100 କୋଟି ଟଙ୍କା ଦାବି କରିଛନ୍ତି । ସେ ଏହି ନୋଟିସ୍‌ରେ ଉଲ୍ଲେଖ କରିଛନ୍ତି ଯେ, ତାଙ୍କ ସ୍ତ୍ରୀଙ୍କ ସହିତ  ଏହି 14 ଜଣ ଅବୈଧ ସମ୍ପର୍କ ରଖିବା କାରଣରୁ ତାଙ୍କ ଦାମ୍ପତ୍ୟ ଜୀବନ ନଷ୍ଟ ହୋଇଛି ।

ସୂଚନା ଅନୁସାରେ ମହିଳାଙ୍କ ସ୍ବାମୀ ଜଣେ ବ୍ୟବସାୟୀ । ସେ ଅଭିଯୋଗ କରିଛନ୍ତି ଯେ, ଏହି ସମସ୍ତ 14 ପୁରୁଷଙ୍କ ଯୋଗୁଁ ତାଙ୍କ ଦାମ୍ପତ୍ୟ ଜୀବନ ନଷ୍ଟ ହୋଇଛି । ଏହା ସହିତ ତାଙ୍କ ମାନ ସମ୍ମାନରେ ମଧ୍ୟ ଆଞ୍ଚ ଆସିଛି । ଏଥିପାଇଁ ସେ ତାଙ୍କ ଡ୍ରାଇଭରକୁ ଜାସୁସ୍‌ ରୂପେ ବ୍ୟବହାର କରି ତାଙ୍କ ପତ୍ନୀଙ୍କ ବିରୋଧରେ ପ୍ରମାଣ ଯୋଗାଡ କରିଥିଲେ ।

ସ୍ବାମୀ ଜଣକ ସ୍ତ୍ରୀଙ୍କ ସମସ୍ତ 14 ପ୍ରେମିକଙ୍କୁ ଭିନ୍ନ ଭିନ୍ନ ନୋଟିସ୍‌ ପଠାଇଛନ୍ତି । ଏହି ନୋଟିସ୍‌ର ଉତ୍ତର ଦୁଇ ସପ୍ତାହ ମଧ୍ୟରେ ଦେବା ପାଇଁ ସୂଚନା ରହିଛି ।  ଯଦି ଦୁଇ ସପ୍ତାହ ମଧ୍ୟରେ ତାଙ୍କର ମାନହାନିର କ୍ଷତିପୂରଣ ନ ମିଳେ, ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ କରାଯିବ । ନୋଟିସ୍‌ରେ ସ୍ବାମୀ ଜଣକ ଲେଖିଛନ୍ତି ଯେ, ତାଙ୍କ ସ୍ତ୍ରୀଙ୍କର ଏହି ସମସ୍ତ 14 ପୁରୁଷଙ୍କ ସହ ଶାରିରୀକ ସମ୍ପର୍କ ରହିଛି । ତାଙ୍କ ସ୍ତ୍ରୀ ଗୋପନୀୟ ଭାବେ ଏହି ସମ୍ପର୍କ ରଖିଛନ୍ତି । ଏବଂ ସମସ୍ତ 14 ଜଣ ପୁରୁଷ ମଧ୍ୟ ସ୍ତ୍ରୀ ଜଣକ ବିବାହିତା ବୋଲି ଜାଣିବା ସହିତ ତାଙ୍କୁ ( ସ୍ତ୍ରୀଙ୍କ ସ୍ବାମ)ଙ୍କୁ ମଧ୍ୟ ଜଣିଛନ୍ତି । ଏଥିପାଇଁ ସ୍ବାମୀ ଜଣକ ସମସ୍ତ 14 ଜଣଙ୍କ ଉପରେ 100 କୋଟିର ମାନହାନି ମକଦ୍ଦମା ଦାଏର କରିଛନ୍ତି । (ଏଜେନ୍ସି)

Related posts