ଚା’ ନ ମିଳିବାରୁ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ

Published: Jul 22, 2020, 10:58 pm IST

ଜଗତସିଂହପୁର : ସ୍ବାମୀ- ସ୍ତ୍ରୀଙ୍କ ସମ୍ପର୍କ ସାତ ଜନ୍ମ ପାଇଁ । ସ୍ନେହ, ପ୍ରେମ ଓ ବିଶ୍ବାସର ଅତୁଟ ବନ୍ଧନ। ମାତ୍ର ସାମାନ୍ୟ କିଛି କାରଣ ପାଇଁ ଏହି ସମ୍ପର୍କ ଆଜି କଳଙ୍କିତ । ସାମାନ୍ୟ ଚା’ ପାଇଁ ଆଜି ଜଣେ ସ୍ତ୍ରୀର ଜୀବନ ନେଇଛି ଜଣେ ସ୍ବାମୀ ।  ଜଗତସିଂହପୁର ଜିଲ୍ଲା ମାଳିତୋଟା ଗାଁରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି। ଚା’ ନ ମିଳିବାରୁ ସ୍ତ୍ରୀକୁ ହତ୍ୟା କରିଛି ସ୍ବାମୀ । ଚା’ ନ ଦେବାରୁ ସ୍ତ୍ରୀକୁ ପିଟି ପିଟି ହତ୍ୟା କରିଛି ନୃଶଂସ ସ୍ବାମୀ ।

Related posts