Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ମଜୁରୀ ଟଙ୍କା ମାଗିବାରୁ ରାଜମିସ୍ତ୍ରୀକୁ ମରଣାନ୍ତକ ଆକ୍ରମଣ, ପଢନ୍ତୁ ସମ୍ପୂର୍ଣ୍ଣ ଖବର
ଅପରାଧ

ମଜୁରୀ ଟଙ୍କା ମାଗିବାରୁ ରାଜମିସ୍ତ୍ରୀକୁ ମରଣାନ୍ତକ ଆକ୍ରମଣ, ପଢନ୍ତୁ ସମ୍ପୂର୍ଣ୍ଣ ଖବର

July 24, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର : କରୋନା ଭଳି ମହାମାରୀ ସମୟରେ ଅନେକ ପରିବାର ରୋଜଗାର ହରାଇଛନ୍ତି। ଏପରି ଅସମୟରେ ମୂଲ ଲାଗିଥିବା ଏକ ରାଜମିସ୍ତ୍ରୀ ମଜୁରୀ ବାବଦ ଟଙ୍କା ମାଗିବାରୁ ତା ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅନ୍ତର୍ଗତ ଗୋଡା ପଞ୍ଚାୟତ ସାଳିଓ ଗ୍ରାମରେ।

ରାଜମିସ୍ତ୍ରୀକୁ ବାପ ପୁଅ ତିନିଜଣ ମିଶି ମରଣାନ୍ତକ ଆକ୍ରମଣ କରିଥିବା ବେଳେ ଗୁରୁତର ଅବସ୍ଥାରେ ରାଜମିସ୍ତ୍ରୀ ଏରସମା ମେଡିକାଲରେ ଚିକିତ୍ସିତ ହେଉଛନ୍ତି।ଏରସମା ଥାନାରେ ଏତଲା ଦିଆଯାଇଥିଲେ ମଧ୍ୟ ପୋଲିସ କେବଳ ମାମଲା ରୁଜୁ କରିଥିବା ଜଣାପଡିଛି।

ସୂଚନା ଅନୁଯାୟୀ କରୋନା ଲକଡାଉନ ପୁର୍ବରୁ ସାଳିଓ ଗ୍ରାମର ରାଜମିସ୍ତ୍ରୀ ବିଜୟ ଦାସ ସେହି ଗ୍ରାମର ହାରାଧନ ଦାସଙ୍କ କୋଠାଘର ନିର୍ମାଣ କରୁଥିଲେ। କାର୍ଯ୍ୟ ଚାଲିଥିବା ବେଳେ ରାଜମିସ୍ତ୍ରୀ ବିଜୟଙ୍କ ଆଖି ଯନ୍ତ୍ରଣା ହେବାରୁ ସେ ଆଉ କାମ କରିବାକୁ ଯାଇନଥିଲେ। ଡାକ୍ତରଖାନାରେ ଆଖି ଚିକିତ୍ସା କରିବା ପାଇଁ ବାକିଥିବା ମଜୁରୀ ଟଙ୍କା ହାରାଧନଙ୍କୁ ମାଗିଥିଲେ।

ବାରମ୍ବାର ମାଗିବା ପରେ ବି ହାରାଧନ ତାଙ୍କ ମଜୁରୀ ଟଙ୍କା ଦେଇନଥିଲେ। ରାଜମିସ୍ତ୍ରୀ ବିଜୟଙ୍କ ମଜୁରୀ ଟଙ୍କା ବାକି ରଖି ଅନ୍ୟ ରାଜମିସ୍ତ୍ରୀ ଡକାଇ ଘର କାମ କରୁଥିବା ବେଳେ ଗତକାଲି ବିଜୟ ହାରାଧନକୁ ମଜୁରୀ ଟଙ୍କା ମାଗିବାରୁ ମଜୁରୀ ଟଙ୍କା ଦେବା ବଦଳରେ ହାରାଧନ ଓ ତାର ଦୁଇପୁଅ ସଞ୍ଜୟ ଓ ଅକ୍ଷୟ ମିଶି ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ରାଜମିସ୍ତ୍ରୀ ବିଜୟ ଗୁରୁତର ଆହତ ହୋଇ ଅଚେତ ଥିବା ବେଳେ ତାଙ୍କ ସ୍ତ୍ରୀ ଓ ପୁଅକୁ ଜୀବନରେ ମାରିଦେବାକୁ ଆକ୍ରମଣକାରୀମାନେ ଧମକ ଦେଇଥିବା ଅଭିଯୋଗ ହୋଇଛି।ଗୁରୁତର ଆହତ ରାଜମିସ୍ତ୍ରୀ ଵିଜୟ ଏରସମା ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ସ୍ତ୍ରୀ ମମତା ଦାସ ଏରସମା ଥାନାରେ ଏତଲା ଦେଇଥିବା ଜଣାପଡିଛି ।

ଏରସମା ଥାନା ପକ୍ଷରୁ ଆକ୍ରମଣକାରୀ ବାପପୁଅ ତିନିଜଣଙ୍କ ନାମରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ପୋଲିସ ସେମାନଙ୍କ ବିରୁଦ୍ଧରେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିବା ଜଣାପଡିଛି। ମୂଲ ମଜୁରୀ ଟଙ୍କା ନଦେଇ ଏପରି ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ହୋଇଛି।

crime
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଥମ ଶ୍ରେଣୀ ବହି ବିବାଦ: ତ୍ରୁଟି ଅଭିଯୋଗକୁ ଖଣ୍ଡନ କଲେ ଗଣଶିକ୍ଷା ମନ୍ତ୍ରୀ, ଖୁବଶୀଘ୍ର ମିଳିବ ସଂଶୋଧିତ ବହି

August 7, 2026

ବଡ଼ଭାଇଙ୍କୁ ହତ୍ୟା କଲା ସାନଭାଇ

August 7, 2026

ବରଗଡ଼ରେ ଓକିଲ ସଂଘ ସଭାପତିଙ୍କୁ ମଦ୍ୟପଙ୍କ ଆକ୍ରମଣ, ଗୁରୁତର ଆହତ; ୩ ଅଭିଯୁକ୍ତ ଗିରଫ

August 6, 2026

ଏମ୍ସ ଭୁବନେଶ୍ବରରେ ଶୀଘ୍ର ଯକ୍ଷ୍ମା ଚିହ୍ନଟ ଓ ନିରାକାରଣ ଉପରେ ଜାତୀୟ ସମ୍ମିଳନୀ

August 6, 2026
Latest News

ପ୍ରଥମ ଶ୍ରେଣୀ ବହି ବିବାଦ: ତ୍ରୁଟି ଅଭିଯୋଗକୁ ଖଣ୍ଡନ କଲେ ଗଣଶିକ୍ଷା ମନ୍ତ୍ରୀ, ଖୁବଶୀଘ୍ର ମିଳିବ ସଂଶୋଧିତ ବହି

August 7, 2026

ବଡ଼ଭାଇଙ୍କୁ ହତ୍ୟା କଲା ସାନଭାଇ

August 7, 2026

ବରଗଡ଼ରେ ଓକିଲ ସଂଘ ସଭାପତିଙ୍କୁ ମଦ୍ୟପଙ୍କ ଆକ୍ରମଣ, ଗୁରୁତର ଆହତ; ୩ ଅଭିଯୁକ୍ତ ଗିରଫ

August 6, 2026

ଏମ୍ସ ଭୁବନେଶ୍ବରରେ ଶୀଘ୍ର ଯକ୍ଷ୍ମା ଚିହ୍ନଟ ଓ ନିରାକାରଣ ଉପରେ ଜାତୀୟ ସମ୍ମିଳନୀ

August 6, 2026

ଘର ପ୍ରତିଷ୍ଠା ଭୋଜି ପଡ଼ିଲା ମହଙ୍ଗା, ଝାଡ଼ାବାନ୍ତିରେ ୧୦୦ରୁ ଅଧିକ ଆକ୍ରାନ୍ତ

August 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.