ସ୍ୱାମୀ ଏବଂ ଦୁଇ ଶିଶୁଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟା କଲେ ଡାକ୍ତରାଣୀ

Published: Aug 19, 2020, 11:29 am IST

ନାଗପୁର : ମହାରାଷ୍ଟ୍ରର ନାଗପୁର ସହର ଅନ୍ତର୍ଗତ କୋରାଡିରେ ମଙ୍ଗଳବାର ଦିନ ଏହି ଛାତିଥରା ଘଟଣା ଦେଖିବାକୁ ମିଳିଛି । ସ୍ବାମୀ ଓ ଦୁଇ ଶିଶୁଙ୍କ ହତ୍ୟା କରିବା ପରେ ଜଣେ ଡାକ୍ତରାଣୀ ଆତ୍ମହତ୍ୟା କରିଥିବାର ସୂଚନା ମିଳିଛି । ପୋଲିସ୍‌ ସୂଚନାନୁସାରେ ଏପରି ଏକ ଅଭାବନୀୟ ଘଟଣା କୋରାଡି ଅଞ୍ଚଳର ଓମ୍‌ ନଗରଠାରେ ଏହି ଘଟଣା ଘଟିଛି । ନିଜ ବାସଭବନରେ ଡ. ସୁଷମା ରାଣେ, ଇଞ୍ଜିନିୟରିଂ କଲେଜର ପ୍ରଫେସର ଥିବା ଡାକ୍ତରାଣୀଙ୍କ ସ୍ବାମୀ ଧୀରଜ, ଓ  ଦୁଇ ଶିଶଉଙ୍କ ମୃତଦେହ ଉଦ୍ଧାର ହୋଇଛି । ଦୁଇ ସନ୍ତାନଙ୍କ ବୟସ ଯଥାକ୍ରମେ 11 ଓ 5 ବର୍ଷ ବୋଲି ସୂଚନା ରହିଛି ।

ବେଡରୁମ୍‌ରୁ ସ୍ବାମୀ ଓ ଦୁଇ ଶିଶୁଙ୍କ ରକ୍ତଭିଜା ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଡାକ୍ତରାଣୀଙ୍କ ଶବକୁ ଝୁଲନ୍ତା ଅବସ୍ଥାରୁ ଉଦ୍ଧାର କରାଯାଇଛି। ଉକ୍ତ ଘରୁ ମିଳିଥିବା ସୁଇସାଇଡ ନୋଟରେ ସୁଷମା ଅସୁଖୀ ବୈବାହିକ ଜୀବନ କାରଣରୁ ଏଭଳି ପଦକ୍ଷେପ ନେଇଥିବା ଉଲ୍ଲେଖ କରିଛନ୍ତି । ପୋଲିସ ଶବ ଜବତ କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

Related posts