ପୁଣିଥରେ ଏନସିବି ରେ ହାଜର ହେଲେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତି

Published: Sep 7, 2020, 10:01 am IST

ମୁମ୍ବାଇ, ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାରେ ଡ୍ରଗ୍ସ କାରାବାର ନେଇ ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ପୁଣି ଦ୍ୱିତୀୟ ଦିନ ପାଇଁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ରେ ହାଜର ହୋଇଛନ୍ତି।

ସେ ରବିବାର ଦିନ ପ୍ରଥମ ଥର ପାଇଁ ଏନସିବି ସମ୍ମୁଖରେ ହାଜର ହୋଇଥିଲେ। ସୁଶାନ୍ତ ମୃତ୍ୟୁ ମାମଲାରେ ଡ୍ରଗ୍ସ ସମ୍ବନ୍ଧୀୟ ଅଭିଯୋଗ ନେଇ ତାଙ୍କ ଛଅ ଘଣ୍ଟା ଜେରା କରାଯାଇଥିଲା। ବର୍ତ୍ତମାନ ଏହି ମାମଲାରେ ତାଙ୍କ ଭାଇଙ୍କୁ ଯେପରି ଜେରା କରି ଗିରଫ କରାଗଲା ସେହିପରି ରିୟାଙ୍କୁ ଗିରଫ କରାଯିବ ବୋଲି ଆଶା କରାଯାଉଥିଲା। ଆଜି ପୁଣି ଥରେ ଜେରା ପାଇଁ ହାଜର ହୋଇଛନ୍ତି ଜଣାପଡିବା ପରେ ସେ ଗିରଫ ହେବେ ବୋଲି ସମ୍ଭାବନା ସୃଷ୍ଟି ହୋଇଛି।

ଏହାପୂର୍ବରୁ ଶନିବାର ଦିନ ରିୟାଙ୍କ ଭାଇ ସୌଭିକ୍ ଚକ୍ରବର୍ତ୍ତୀ, ସୁଶାନ୍ତଙ୍କ ହୋମ ମ୍ୟାନେଜର ସାମୁଏଲ ମିରାଣ୍ଡା, ତାଙ୍କ ଘରର ସହାୟକ ଦୀପେଶ ସାୱନ୍ତଙ୍କୁ ଗିରଫ କରାଯାଇ ସେପ୍ଟେମ୍ବର ୯ ପର୍ଯ୍ୟନ୍ତ ଏନସିବି ରିମାଣ୍ଡରରେ ନେଇଛି।

Related posts